ଫଳ ବଜାରକୁ ନ ଆସିଲେ ଆବଣ୍ଟନ ରଦ୍ଦ ହେବ

ଭୁବନେଶ୍ୱର,୭।୮ (ବ୍ୟୁରୋ): ରାସ୍ତାରେ ଫଳ ବିକ୍ରି କରୁଥିବାରୁ ଅନେକ ସମୟରେ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହେଉଛି। ଏଥିସହିତ ଫଳଗୁଡିକ ବାହାରେ ଖରା, ବର୍ଷା ଖାଇ ପଚିଶଢ଼ି ଯାଉଛି। ତେଣୁ ଫଳ ବ୍ୟବସାୟୀମାନେ କିପରି ସୁରୁଖୁରୁରେ ବେପାର କରିପାରିବେ ସେଥିପାଇଁ ୟୁନିଟ-୨ ପେଟ୍ରୋଲ ପମ୍ପ ନିକଟରେ ଫଳ ବଜାର ନିର୍ମାଣ କରାଗଲା। ୩ ମହଲା ବିଶିଷ୍ଟ କୋଠାରେ ୭୮ଜଣ ବ୍ୟବସାୟୀ ଫଳ ବିକ୍ରି ପାଇଁ ସ୍ଥାନ ପାଇଲେ। ମାତ୍ର ବଜାର ଖୋଲିବାର ଦୀର୍ଘଦିନ ବିତିଯାଇଥିଲେ ବି ଫଳ ବ୍ୟବସାୟୀମାନେ ସେଠାକୁ ଯିବା ପରିବର୍ତ୍ତେ ପୂର୍ବପରି ରାସ୍ତାକଡ଼ରେ ବିକ୍ରି କରୁଛନ୍ତି। ବ୍ୟବସାୟୀମାନଙ୍କୁ ମିଳିଥିବା ଅନୁରୂପ ସ୍ଥାନରେ ଅଗଷ୍ଟ ମାସ ସୁଦ୍ଧା ଫଳ ବିକ୍ରୟ ନ କଲେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଏଠାରେ ସ୍ଥାନ ମିଳିବ ନାହିଁ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଚେତାବନୀ ଦେଇଥିଲେ। ତେବେ କଣ୍ଟ ପୂରଣ ହୋଇଥିଲେ ମଧ୍ୟ ବ୍ୟବସାୟୀମାନେ ମାର୍କେଟ କମ୍ପ୍ଲେକ୍ସରେ ବେପାର ଆରମ୍ଭ କରି ନ ଥିବାରୁ ବିଏମ୍‌ସି ପକ୍ଷରୁ ଶନିବାର ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ଜାରି କରାଯାଇଛି। ୧୨ ତାରିଖ ମଧ୍ୟରେ ନିଜ ଦୋକାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରା ନ ଗଲେ ବ୍ୟବସାୟୀଙ୍କ ଆବଣ୍ଟନ ରଦ୍ଦ କରାଯିବ ବୋଲି ବିଜ୍ଞପ୍ତିରେ ସୂଚାଇଦିଆଯାଇଛି। ଏହାସହ ବିଏମ୍‌ସିକୁ ବ୍ୟବସାୟୀମାନେ ଦେଇଥିବା ଅମାନତ ରାଶି ବାଜ୍ୟାପ୍ତ କରାଯିବ ବୋଲି ଏଥିରେ ଦର୍ଶାଯାଇଛି । ଭବିଷ୍ୟତ ଉକ୍ତ ବ୍ୟବସାୟୀଙ୍କୁ କୌଣସି ଦୋକାନ ଗୃହ ଆବଣ୍ଟନ କରାଯିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ମାର୍କେଟ କମ୍ପ୍ଲେକ୍ସରେ ବ୍ୟବସାୟ ପାଇଁ ସେମାନଙ୍କୁ ବର୍ଗଫୁଟ ପିଛା ୩୫ ଟଙ୍କା ଲେଖାଏ ମାସିକ ଦେୟ ଦେବେ। ପ୍ରତ୍ୟେକ ମହଲାରେ ୮ଫୁଟ ଦୈର୍ଘ୍ୟ ୧୦ଫୁଟ୍‌ ପ୍ରସ୍ତ ଥିବା ୨୪ କୋଠରି ରହିଛି। ୧.୯୨ କୋଟି ଟଙ୍କା ବ୍ୟୟରେ ୪ ହଜାର ବର୍ଗଫୁଟ ଅଞ୍ଚଳରେ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ପ୍ରତି ମହଲାରେ ୨ଟି ଲେଖାଏ ଏସି କୋଠା ରହିଛି। ଭୂତଳ ପାର୍କିଂର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri