ଫଳ ବଜାରକୁ ନ ଆସିଲେ ଆବଣ୍ଟନ ରଦ୍ଦ ହେବ

ଭୁବନେଶ୍ୱର,୭।୮ (ବ୍ୟୁରୋ): ରାସ୍ତାରେ ଫଳ ବିକ୍ରି କରୁଥିବାରୁ ଅନେକ ସମୟରେ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହେଉଛି। ଏଥିସହିତ ଫଳଗୁଡିକ ବାହାରେ ଖରା, ବର୍ଷା ଖାଇ ପଚିଶଢ଼ି ଯାଉଛି। ତେଣୁ ଫଳ ବ୍ୟବସାୟୀମାନେ କିପରି ସୁରୁଖୁରୁରେ ବେପାର କରିପାରିବେ ସେଥିପାଇଁ ୟୁନିଟ-୨ ପେଟ୍ରୋଲ ପମ୍ପ ନିକଟରେ ଫଳ ବଜାର ନିର୍ମାଣ କରାଗଲା। ୩ ମହଲା ବିଶିଷ୍ଟ କୋଠାରେ ୭୮ଜଣ ବ୍ୟବସାୟୀ ଫଳ ବିକ୍ରି ପାଇଁ ସ୍ଥାନ ପାଇଲେ। ମାତ୍ର ବଜାର ଖୋଲିବାର ଦୀର୍ଘଦିନ ବିତିଯାଇଥିଲେ ବି ଫଳ ବ୍ୟବସାୟୀମାନେ ସେଠାକୁ ଯିବା ପରିବର୍ତ୍ତେ ପୂର୍ବପରି ରାସ୍ତାକଡ଼ରେ ବିକ୍ରି କରୁଛନ୍ତି। ବ୍ୟବସାୟୀମାନଙ୍କୁ ମିଳିଥିବା ଅନୁରୂପ ସ୍ଥାନରେ ଅଗଷ୍ଟ ମାସ ସୁଦ୍ଧା ଫଳ ବିକ୍ରୟ ନ କଲେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଏଠାରେ ସ୍ଥାନ ମିଳିବ ନାହିଁ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଚେତାବନୀ ଦେଇଥିଲେ। ତେବେ କଣ୍ଟ ପୂରଣ ହୋଇଥିଲେ ମଧ୍ୟ ବ୍ୟବସାୟୀମାନେ ମାର୍କେଟ କମ୍ପ୍ଲେକ୍ସରେ ବେପାର ଆରମ୍ଭ କରି ନ ଥିବାରୁ ବିଏମ୍‌ସି ପକ୍ଷରୁ ଶନିବାର ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ଜାରି କରାଯାଇଛି। ୧୨ ତାରିଖ ମଧ୍ୟରେ ନିଜ ଦୋକାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରା ନ ଗଲେ ବ୍ୟବସାୟୀଙ୍କ ଆବଣ୍ଟନ ରଦ୍ଦ କରାଯିବ ବୋଲି ବିଜ୍ଞପ୍ତିରେ ସୂଚାଇଦିଆଯାଇଛି। ଏହାସହ ବିଏମ୍‌ସିକୁ ବ୍ୟବସାୟୀମାନେ ଦେଇଥିବା ଅମାନତ ରାଶି ବାଜ୍ୟାପ୍ତ କରାଯିବ ବୋଲି ଏଥିରେ ଦର୍ଶାଯାଇଛି । ଭବିଷ୍ୟତ ଉକ୍ତ ବ୍ୟବସାୟୀଙ୍କୁ କୌଣସି ଦୋକାନ ଗୃହ ଆବଣ୍ଟନ କରାଯିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ମାର୍କେଟ କମ୍ପ୍ଲେକ୍ସରେ ବ୍ୟବସାୟ ପାଇଁ ସେମାନଙ୍କୁ ବର୍ଗଫୁଟ ପିଛା ୩୫ ଟଙ୍କା ଲେଖାଏ ମାସିକ ଦେୟ ଦେବେ। ପ୍ରତ୍ୟେକ ମହଲାରେ ୮ଫୁଟ ଦୈର୍ଘ୍ୟ ୧୦ଫୁଟ୍‌ ପ୍ରସ୍ତ ଥିବା ୨୪ କୋଠରି ରହିଛି। ୧.୯୨ କୋଟି ଟଙ୍କା ବ୍ୟୟରେ ୪ ହଜାର ବର୍ଗଫୁଟ ଅଞ୍ଚଳରେ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ପ୍ରତି ମହଲାରେ ୨ଟି ଲେଖାଏ ଏସି କୋଠା ରହିଛି। ଭୂତଳ ପାର୍କିଂର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?