ପେଟ୍ରୋଲ ପମ୍ପ୍‌ରୁ ୨୦ ଲକ୍ଷ ଲୁଟ୍‌

କେନ୍ଦୁଝର,୨୧ା୩(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ପଦ୍ମପୁର ଅନ୍ତର୍ଗତ ଏକ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ବନ୍ଧୁକ ଦେଖାଇ ସୋମବାର ୨୦ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ତେଲ ପକାଇବା ବାହାନାରେ ଆସି ୬ ଦୁର୍ବୃତ୍ତ ଏହି ଲୁଟ୍‌ କରିଛନ୍ତି।

ସୂଚନାନୁସାରେ, ସକାଳୁ ପଦ୍ମପୁର ପଟୁ  ବାଇକ୍‌ରେ ଏହି ଲୁଟେରାମାନେ ମୁଖାପିନ୍ଧି ପ୍ରଥମେ ପେଟ୍ରୋଲ ପମ୍ପରେ ପ୍ରବେଶ କରିଥିଲେ। ଡିଉଟିରେ ଥିବା ଜୟ ପ୍ରକାଶ ଦେହୁରୀ, ତପନ ଖଟୁଆଙ୍କୁ ପ୍ରଥମେ ଦୁଇ ବାଇକ୍‌ରେ ପେଟ୍ରୋଲ  ପକାଇଥିଲେ। ପରେ ହଠାତ୍‌ ସେଠାକାର ସୁରକ୍ଷାକର୍ମୀ ମଧୁସୂଦନ ଆପଟ୍ଟ ଉଭୟ କର୍ମଚାରୀଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପ କାର୍ଯ୍ୟାଳୟ ମ୍ୟାନେଜରଙ୍କ ପାଖକୁ ଆଣିଥିଲେ। ମ୍ୟାନେଜର ଶୈଳେଶ ମହାନ୍ତିଙ୍କୁ ମଧ୍ୟ ଏହି ଅସ୍ତ୍ରସସ୍ତ୍ର ଦେଖାଇ ଟଙ୍କା ମାଗି ଧରିବା ପରେ ଲୁଟେରାମାନେ ବଡ଼ବିଲ ଅଭିମୁଖେ ଚାଲିଯାଇଛନ୍ତି ବୋଲି ପେଟ୍ରୋଲ ପମ୍ପ କର୍ମଚାରୀମାନେ କହିଛନ୍ତି। ତେବେ ଏହି ବଡ଼ଧରଣର ଡକାୟତରେ ସୌଭାଗ୍ୟବଶତଃ କାହାରି କୌଣସି କ୍ଷତି ହୋଇନାହିଁ। ପେଟ୍ରୋଲ ପମ୍ପ ମାଲିକ ଏହି ଘଟଣା ବିଷୟରେ ଜାଣିବା ପରେ ସଦର ଥାନାରେ ଅଭିଯୋଗ କରିଛନ୍ତି।

ଥାନାଧିକାରୀ ଜୟନାରାୟଣ ଖଣ୍ତାଇ,ଏସ୍‌ଆଇ ସୂର୍ଯ୍ୟ କୁମାର ପାତ୍ର ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଘଟଣା ସ୍ଥଳରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ପୋଲିସ ଅଧିକ ତଦନ୍ତ ପାଇ ଥାନାକୁ ଜେରା ପାଇଁ ନେଇଛି। ତେବେ ପେଟ୍ରୋଲପମ୍ପରେ ୧୦ଦିନ ହେବ ଖରାପ ହୋଇଯାଇଥିବାରୁ ତାଙ୍କର କିଛି ସୁରାଗ ମିଳିପାରିନି।

ସବୁଠାରୁ ବଡ଼କଥା ହେଲା ପଦ୍ମପୁର ଅଞ୍ଚଳରେ ବର୍ତ୍ତମାନ ଚୋରି ଡକାୟତି ରାଜହାନି ଭଳି ଅପରାଧ ବଢିବାକୁ ଲାଗୁଛି। ମାତ୍ର ଏହାକୁ ରୋକିବାରେ ପୋଲିସ ପ୍ରଶାସନ ବିଫଳ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଜିଲା ପୋଲିସ ପ୍ରଶାସନ ଘଟୁଥିବା ଏହି ଅପରାଧ ପ୍ରତି ଅଧିକ ଗୁରୁତ୍ୱ ଦେବା ସହ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମମିତା ମୃତ୍ୟୁ ମାମଲାରେ ଭାଜପା ପକ୍ଷରୁ ରାସ୍ତା ଅବରୋଧ

କେସିଙ୍ଗା,୨୦ା୧୦(ଡି.ଏନ୍‌.ଏ.): ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁକୁ ନେଇ କେସିଙ୍ଗାରେ ଭାଜପା ପକ୍ଷରୁ ବୁଧବାର ରାସ୍ତାରୋକୋ କରାଯାଇଛି। ସକାଳ ସାଢ଼େ ୬ରୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିକଟରେ...

କବିତାରେ କରୋନା ସଚେତନ କଲେ ମାଧବାନନ୍ଦ

କଣ୍ଟାପଡା,୨୯ା୩(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁରୁ ମାନବ ସମାଜକୁ ବଞ୍ଚାଇବା ପାଇଁ ସାରା ବିଶ୍ୱ ଏବେ ଚିନ୍ତିତ। ଦେଶବାସୀ ଘରେରହି ସାମାଜିକ ଦୂରତ୍ୱ ପାଳନ କଲେ ଏହି...

କଟକର ଆଉ ୨୦ ହୋଟେଲ୍‌ରେ କ୍ବାରାଣ୍ଟାଇନ୍‌ ସୁବିଧା

କଟକ ଅଫିସ,୨୨।୩: କଟକ ସହରର ଆଉ ୨୦ଟି ହୋଟେଲ୍‌ରେ କ୍ବାରାଣ୍ଟାଇନ୍‌ ସୁବିଧା କରାଯାଇଛି। ସିଏମ୍‌ସି ଏହି ପଦକ୍ଷେପ ନେଇଥିବାବେଳେ ଏଥିରେ ସହଯୋଗ କରିଛି ‘ଓୟୋ ରୁମ୍‌’।...

କୋରାପୁଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨୩କୁ ବୃଦ୍ଧି

କୋରାପୁଟ,୨୯ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ଆଉ ୨୫ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି ା ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨୩କୁ ବୃଦ୍ଧି ପାଇଛ।...

ବିଭୂତି ଓ ରୁଦ୍ରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର

ପରଜଙ୍ଗ,୧୮ା୪(.) : ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ବିଭୂତି ପ୍ରଧାନ ଓ ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କ ପାଇଁ ଗୁରୁବାର...

ରେକର୍ଡ ଭାଙ୍ଗୁଛି ସଂକ୍ରମଣ: ଡରାଇଲେଣି ୩ ଜିଲା

ଭୁବନେଶ୍ୱର, ୯।୧(ବ୍ୟୁରୋ): ରାଜ୍ୟରେ କୋଭିଡ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି । ଗତ ୫ ତାରିଖରେ ରାଜ୍ୟରେ କୋଭିଡ ଟେଷ୍ଟ ପଜିଟିଭ ରେଟ ୧.୭୭...

୫-ଟି ଅଧୀନକୁ ଆସିଲା ଉଚ୍ଚଶିକ୍ଷା ବିଭାଗ: କଡ଼ାକଡ଼ି ଯାଞ୍ଚ ହେବ ଶିକ୍ଷକଙ୍କ ବାୟୋମେଟ୍ରିକ୍‌ ଉପସ୍ଥାନ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ୫-ଟି ଅଧୀନକୁ ଆସିଛି। ଏନେଇ ବିଭାଗ ପକ୍ଷରୁ ୧୭ ସୁତ୍ରୀ ଆକ୍ସନ ପ୍ଲାନ ସହ ନୋଡ଼ାଲ ଅଫିସର ନିଯୁକ୍ତ...

ଖାଦ୍ୟ ପାଇଲେ ଘାଟି ଉପରେ ରହୁଥିବା ଭୋକିଲା ମାଙ୍କଡପଲ

ଲାଞ୍ଜିଗଡ,୧୮।୪(ଡି.ଏନ୍‌.ଏ): ଭବାନୀପାଟଣାରୁ ବିଶ୍ୱନାଥପୁରକୁ ଯାଉଥିବା ରାସ୍ତାରେ ବଞ୍ଜାରୀଘାଟି, ଢେପଗୁଡା ଘାଟି, ଶିକେରକୁପା ଆଦି ଅଞ୍ଚଳରେ ଶହଶହ ମାଙ୍କଡଙ୍କୁ ଲକ୍‌ ଡାଉନ ଭୋକିଲା ରଖିଛି। ଏବେ ଲାଞ୍ଜିଗଡରୋଡର...

Advertisement
Archives

Model This Week