ପେଟ୍ରୋଲ ପମ୍ପ୍‌ରୁ ୨୦ ଲକ୍ଷ ଲୁଟ୍‌

କେନ୍ଦୁଝର,୨୧ା୩(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ପଦ୍ମପୁର ଅନ୍ତର୍ଗତ ଏକ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ବନ୍ଧୁକ ଦେଖାଇ ସୋମବାର ୨୦ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ତେଲ ପକାଇବା ବାହାନାରେ ଆସି ୬ ଦୁର୍ବୃତ୍ତ ଏହି ଲୁଟ୍‌ କରିଛନ୍ତି।

ସୂଚନାନୁସାରେ, ସକାଳୁ ପଦ୍ମପୁର ପଟୁ  ବାଇକ୍‌ରେ ଏହି ଲୁଟେରାମାନେ ମୁଖାପିନ୍ଧି ପ୍ରଥମେ ପେଟ୍ରୋଲ ପମ୍ପରେ ପ୍ରବେଶ କରିଥିଲେ। ଡିଉଟିରେ ଥିବା ଜୟ ପ୍ରକାଶ ଦେହୁରୀ, ତପନ ଖଟୁଆଙ୍କୁ ପ୍ରଥମେ ଦୁଇ ବାଇକ୍‌ରେ ପେଟ୍ରୋଲ  ପକାଇଥିଲେ। ପରେ ହଠାତ୍‌ ସେଠାକାର ସୁରକ୍ଷାକର୍ମୀ ମଧୁସୂଦନ ଆପଟ୍ଟ ଉଭୟ କର୍ମଚାରୀଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପ କାର୍ଯ୍ୟାଳୟ ମ୍ୟାନେଜରଙ୍କ ପାଖକୁ ଆଣିଥିଲେ। ମ୍ୟାନେଜର ଶୈଳେଶ ମହାନ୍ତିଙ୍କୁ ମଧ୍ୟ ଏହି ଅସ୍ତ୍ରସସ୍ତ୍ର ଦେଖାଇ ଟଙ୍କା ମାଗି ଧରିବା ପରେ ଲୁଟେରାମାନେ ବଡ଼ବିଲ ଅଭିମୁଖେ ଚାଲିଯାଇଛନ୍ତି ବୋଲି ପେଟ୍ରୋଲ ପମ୍ପ କର୍ମଚାରୀମାନେ କହିଛନ୍ତି। ତେବେ ଏହି ବଡ଼ଧରଣର ଡକାୟତରେ ସୌଭାଗ୍ୟବଶତଃ କାହାରି କୌଣସି କ୍ଷତି ହୋଇନାହିଁ। ପେଟ୍ରୋଲ ପମ୍ପ ମାଲିକ ଏହି ଘଟଣା ବିଷୟରେ ଜାଣିବା ପରେ ସଦର ଥାନାରେ ଅଭିଯୋଗ କରିଛନ୍ତି।

ଥାନାଧିକାରୀ ଜୟନାରାୟଣ ଖଣ୍ତାଇ,ଏସ୍‌ଆଇ ସୂର୍ଯ୍ୟ କୁମାର ପାତ୍ର ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଘଟଣା ସ୍ଥଳରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ପୋଲିସ ଅଧିକ ତଦନ୍ତ ପାଇ ଥାନାକୁ ଜେରା ପାଇଁ ନେଇଛି। ତେବେ ପେଟ୍ରୋଲପମ୍ପରେ ୧୦ଦିନ ହେବ ଖରାପ ହୋଇଯାଇଥିବାରୁ ତାଙ୍କର କିଛି ସୁରାଗ ମିଳିପାରିନି।

ସବୁଠାରୁ ବଡ଼କଥା ହେଲା ପଦ୍ମପୁର ଅଞ୍ଚଳରେ ବର୍ତ୍ତମାନ ଚୋରି ଡକାୟତି ରାଜହାନି ଭଳି ଅପରାଧ ବଢିବାକୁ ଲାଗୁଛି। ମାତ୍ର ଏହାକୁ ରୋକିବାରେ ପୋଲିସ ପ୍ରଶାସନ ବିଫଳ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଜିଲା ପୋଲିସ ପ୍ରଶାସନ ଘଟୁଥିବା ଏହି ଅପରାଧ ପ୍ରତି ଅଧିକ ଗୁରୁତ୍ୱ ଦେବା ସହ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri