Posted inରାଜ୍ୟ

୨ ଲକ୍ଷ ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି ଅଧିକାର

ଭୁବନେଶ୍ୱର, ୨8।୭(ବ୍ୟୁରୋ): ରାଜ୍ୟର ୩ ହଜାର ବସ୍ତିର ପ୍ରାୟ ୨ ଲକ୍ଷ ବାସିନ୍ଦାଙ୍କୁ ଜମି ଅଧିକାର ମିଳିବ। ସେଥିମଧ୍ୟରୁ ଆର୍ଥିକ ଅନଗ୍ରସର ବର୍ଗର ବ୍ୟକ୍ତିଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ଓଡ଼ିଶା ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଅଧିନିୟମ-୨୦୧୭ ଲାଗୁ ହେବା ପରେ ସେମାନଙ୍କୁ ଜମି ଅଧିକାର ଦେବା ଜାରି ରଖାଯାଇଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ବିଭାଗର ୨୦୨୨-୨୩ ଆର୍ଥିକ ବର୍ଷର ୭୨୬୩ କୋଟି ୪୦ ଲକ୍ଷ ୪୭ ହଜାର ଟଙ୍କାର ଖର୍ଚ୍ଚଦାବି ଆଗତ କରି ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି , ରାଜ୍ୟରେ ୧୧୫ଟି ପୌରସଂସ୍ଥା କାର୍ଯ୍ୟ କରୁଛି। ରାଜ୍ୟର ଭୂଭାଗରୁ ୪% ସହରାଞ୍ଚଳ ହୋଇଥିବାସ୍ଥଳେ ମୋଟ୍‌ ଜନସଂଖ୍ୟାର ତାହା ୧୬ ପ୍ରତିଶତ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୌର ସେବା, ଗୃହ ନିର୍ମାଣ ଯୋଜନା ମଞ୍ଜୁରୀ, ସର୍ବସାଧାରଣ ସୁବିଧା କେନ୍ଦ୍ର, ପାନୀୟଜଳ ଯୋଗାଣ ତଥା କଠିନ ବର୍ଜ୍ୟ ପରିଚାଳନା ଆଦି ମୁଖ୍ୟ ପଦକ୍ଷେପଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ୨୦୦୦-୦୧ ବଜେଟ ଅଟକଳ ତୁଳନାରେ ୨୦୨୨-୨୩ରେ ବିଭାଗର ଖର୍ଚ୍ଚ ଦାବି ୨୬% ବୃଦ୍ଧି ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୧,୭୫,୦୦୦ ପରିବାରଙ୍କୁ ଜମି ଅଧିକାର ପ୍ରମାଣପତ୍ର ଯୋଗାଇ ଦେଇଛନ୍ତି। ସେହିପରି ୫୮୫ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଇଛି। ୧୫୩୯ ବସ୍ତିରେ ୧୦୦% ଘରକୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯାଇଛି। ୧୦୭୪ ବସ୍ତିରେ ୧୦୦% ଘରକୁ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରାଯାଇଛି। ୫୮୯ ବସ୍ତିରେ ୧୦୦% ବ୍ୟକ୍ତିଗତ ଘରୋଇ ଶୌଚାଳୟ ନିର୍ମାଣ କରାଯାଇଛି। ୬୬୯ ବସ୍ତିରେ ବହୁବିଧ ଉପଯୋଗ ସମ୍ପନ୍ନ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଇଛି। ୮୭,୫୭୦ ବସ୍ତି ବାସିନ୍ଦା ସଂଘ ନେତୃତ୍ୱରେ ସ୍ଥାନୀୟ ବ୍ୟକ୍ତିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ୮୪ ସହରରେ ୧୦୦% ଘରକୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଛି। ୭୭ଟି ପୌରସଂସ୍ଥାର ୧୦୦% ଘରକୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଛି। ୨୦୨୩ ଡିସେମ୍ବର ସୁଦ୍ଧା ୧୦୦% ମିଟରିଂ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରହିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ୨୪ ଘଣ୍ଟିଆ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ଯୋଜନା ‘ସୁଜଳ’ ପୁରୀ ସହରରେ କାର୍ଯ୍ୟକାରୀ ହେବା ପରେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରକୁ ସମ୍ପ୍ରସାରିତ ହୋଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ଅଧୀନରେ ୧୯୭୫କୋଟି ଟଙ୍କା ବ୍ୟୟରେ ୨୨,୫୦୦ ପ୍ରକଳ୍ପ ନିର୍ମିତ ହୋଇଛି। ୧୦୦କୋଟି ଟଙ୍କା ମଜୁରି ଆକାରରେ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ୩୦ଲକ୍ଷ ବ୍ୟକ୍ତି ଶ୍ରମ ଦିବସ ସୃଷ୍ଟି କରାଯାଇଛି। ୧୫୦୦୦ ସ୍ବୟଂ ସହାୟକ ଗୋଷ୍ଠୀ ତଥା ବସ୍ତି ବାସିନ୍ଦା ସଂଘକୁ ୧୫.୧୦ କୋଟି ଟଙ୍କା ତଦାରଖ ଦେୟ ବାବଦରେ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଶେଷରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଖର୍ଚ୍ଚଦାବିକୁ ବାଚନିକ ମତଦାନରେ ପାରିତ କରିଥିଲେ।
ଖର୍ଚ୍ଚଦାବିକୁ ଶାସକ ସଭ୍ୟ ସାରଦା ନାୟକ, ଅନନ୍ତ ନାରାୟଣ ଜେନା, ଧ୍ରୁବ ଚରଣ ସାହୁ, ରାଜେନ୍ଦ୍ର ସାହୁ ଓ ରାଜକିଶୋର ଦାସ ପ୍ରମୁଖ ସମର୍ଥନ କରିଥିଲା ବେଳେ ବିରୋଧୀ କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ଓ ଭାଜପା ସଭ୍ୟ ମୋହନ ଚରଣ ମାଝି, ମୁକେଶ ମହାଲିଙ୍ଗ ପ୍ରମୁଖ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri