୨ କି.ମି. ଚାଲିଲେ ମିଳୁଛି ବାଲ୍‌ଟିଏ ପାଣି

ହାଟଡ଼ିହୀ,୧ା୪(ପାର୍ଥ ସୌରଭ ସା): ସର୍ବନିମ୍ନ ଆବଶ୍ୟକତା ତଥା ପାନୀୟ ଜଳ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି। ଗାଁ ଗାଁରେ ପ୍ରକଳ୍ପ କରି ଅନେକ ଅର୍ଥ ବ୍ୟୟ ମଧ୍ୟ କରୁଛନ୍ତି। କିନ୍ତୁ ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତ ଚତୁରିସାହିରେ ଦୀର୍ଘ ବର୍ଷ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ କହିଛନ୍ତି। ଗ୍ରୀଷ୍ମ ଋତୁ ଆଗମନରେ ସମସ୍ୟା ଦୁଇଗୁଣା ହୋଇଯାଇଥିବା ବେଳେ ଗାଁର ମହିଳାମାନେ ୨ କିଲୋମିଟର ଦୂର ଚାଲିଲେ ପିଇବା ପାଣି ଟୋପେ ମିଳୁଛି।
ଆଦିବାସୀ ବହୁଳ କାଠକଟା ଅଞ୍ଚଳରେ ଟ୍ୟାପ ଟୁ ହୋମ୍‌ ଯୋଜନାରେ ୩ ବର୍ଷରୁ ଅଧିକ ସମୟ ହେବ ଗାଁରେ ପାଇପ ଲାଇନ ବିଛାଯାଇଛି। କିନ୍ତୁ ପାଣି ଆସୁ ନ ଥିବାରୁ ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ଗାଁଟି ଉଚ୍ଚରେ ଥିବାରୁ ଗାଁକୁ ପାଣି ଯାଇପାରୁନି। ଫଳରେ ପାଣି ପାଇଁ ଗ୍ରାମର ମହିଳାମାନେ ଗାଁର ୨ କି.ମି. ଦୂରରେ ଥିବା ବୋରୱେଲ ଉପରେ ନିର୍ଭର କରୁଛନ୍ତି। ୩ ଜଣ ମିଶି ଏକା ସାଙ୍ଗରେ ହ୍ୟାଣ୍ଡେଲ ମାରିଲେ ବହୁତ ସମୟ ପରେ ବାଲ୍‌ଟିଏ ପାଣି ବାହାରିବା ପରେ ବନ୍ଦ ହୋଇଯାଉଛି। ଅନ୍ୟ ୩ ନଳକୂପ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବା ବେଳେ ଅନେକ ଦୂରରେ ଥିବା ଗୋଟିଏ ପୋଖରୀରେ ନିତ୍ୟକର୍ମ କରୁଛନ୍ତି। ପାହାଡ଼ କଡରେ ଥିବା ଏକ କୂଅରୁ ପାଣି ଆଣି ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲଗାଇଥାନ୍ତି। ସେହିପରି ଆବାସ ଯୋଜନାର ନିର୍ମିତ ଘରଗୁଡ଼ିକରେ ପାଣି ଦିଆଯାଉ ନ ଥିବାରୁ ଘରର ସ୍ଥାୟିତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପାଣି ପାଇଁ ଦୀର୍ଘ କି.ମି. ରାସ୍ତା ଯିବାକୁ ପଡୁଥିବାରୁ ଗାଁର ୨ ନବ ବିବାହିତା ବାପ ଘରକୁ ପଳାଇଛନ୍ତି। ଏ ସମ୍ପର୍କରେ ସରପଞ୍ଚ ବିଚିତ୍ର ନାଥ ଜେନା କହିଛନ୍ତି, ଜଳକଷ୍ଟକୁ ଦୃଷ୍ଟିରେ ରଖି ପଞ୍ଚାୟତ ପକ୍ଷରୁ ପ୍ରତି ବର୍ଷ ଟ୍ୟାଙ୍କର ଯୋଗେ ପାଣି ଯୋଗେଇ ଦେବାର ବ୍ୟବସ୍ଥା କରାଯାଇଛି। ତାହା ଏପ୍ରିଲ୧୫ରୁ ଦିଆଯିବ ବୋଲି ସରକାରୀ ନିୟମ ଥିବାରୁ ପୂର୍ବରୁ ପାଣି ଯୋଗାଇ ପାରୁ ନ ଥିବା କହିଛନ୍ତି। ଦୀର୍ଘ ବର୍ଷ ଧରି ସମସ୍ୟା ଲାଗି ରହିଛି। ବାରମ୍ବାର ପ୍ରଶାସନକୁ ଜଣାଉଛୁ, କିନ୍ତୁ ପ୍ରଶାସନ କିଛି ପଦକ୍ଷେପ ନେଉନି ବୋଲି ସରପଞ୍ଚ କହିଛନ୍ତି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମର ଜବାନି ମାଝୀ, ହୀରାମଣି ମାଝି, ନିହାରିକା ସୋରେନ, ରଘୁନାଥ ମାଝୀ, ଧନେଶ୍ୱର ମାଝୀ, ଦୁଷ୍ମନ୍ତ ଟୁଡୁ, ଶିବାନି ସୋରେନ, ତୁଳସୀ ଟୁଡୁ, ସୁନାରାମ ଟୁଡୁ, ବୁଦୁନି ସୋରେନ ପ୍ରମୁଖ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

ପାଖରେ ଶୋଇଥିଲା ମୃତ୍ୟୁ: କେଇ ମିନିଟରେ…

ନୀଳଗିରି, ୧୧।୮ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୁଳିଗଡ଼ି ଗ୍ରାମରେ ଏକ ଘର ଭିତରୁ ପ୍ରାୟ ୧୦ ଫୁଟ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

୧୯୪୭ରେ ଟଙ୍କାକର ମୂଲ୍ୟ କେତେ ଥିଲା? ଜାଣି ତାଜୁବ ହେବେ ୧ଟଙ୍କାରେ ୮ଲିଟର କ୍ଷୀର ଆଉ ସପ୍ତାହକର ଆସୁଥିଲା ରାଶନ…

ନୂଆଦିଲ୍ଲୀ, ୧୧।୮: ୧୫ ଅଗଷ୍ଟ ୧୯୪୭ରେ ଭାରତ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଏହାର ଟଙ୍କା ଆମେରିକାର ଡଲାର ତୁଳନାରେ ବହୁତ ପଛରେ ନ ଥିଲା। ସେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri