ଅନୁଗୋଳ, ୨୯।୩: ଅନୁଗୋଳ ଜିଲା ସଦର ଥାନା କୁଶାସିଂହା ଗାଁରେ ରବିବାର ଦୋଳଯାତ୍ରା ଚାଲିଥିବା ବେଳେ କିଛି ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ଆହତ ଦ୍ୱୟଙ୍କ ମଧ୍ୟରେ ଜଣେ କୁଶାସିଂହା ଗାଁର ସାଗର ଦାସ ଓ ଅନ୍ୟଜଣେ ସେହି ରାସ୍ତା ଦେଇ ଆସୁଥିବା ବାଟୋଇ ବୋଲି ଜଣାପଡିଛି ।
ସୂଚନାନୁସାରେ, ଗାଁରେ ଦୋଳଯାତ୍ରା ଚାଲିଥିବା ବେଳେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ମଧ୍ୟ ଯୋଗ ଦେଇଥିଲେ। ସେଠାରୁ ବିଧାୟକ ଫେରୁଥିବା ବେଳେ ତାଙ୍କ ସହ ଗାଁର ସାଗର ଦାସଙ୍କ ସମେତ ଆଉ କିଛି ବ୍ୟକ୍ତି ମଧ୍ୟ ଥିଲେ। ସେମାନେ ଗାଁ ମୁଣ୍ଡରେ ହୋଇଥିବା ବେଳେ ୪-୫ ଜଣ ଦୁର୍ବୃତ୍ତ ହଠାତ ଖଣ୍ଡା ଧରି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସାଗର ଦାଶଙ୍କ ବେକ ପାଖରେ ଆଘାତ ଲାଗିଥିବା ବେଳେ ସେହି ରାସ୍ତା ଦେଇ ଆସୁଥିବା ଅନ୍ୟ ଜଣେ ଯୁବକଙ୍କ ହାତରେ ସାମାନ୍ୟ ଆଘାତ ଲାଗିଥିଲା । କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ । ତେବେ ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ରହିଥିବା ଅନୁମାନ କରାଯାଉଛି। କରଡାଗାଡିଆର ଜଣେ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ କରିବାକୁ ଦୁର୍ବୃତ୍ତମାନେ ଯାଇଥିବା ସୂଚନା ମିଳିଛି । ଏ ନେଇ ଅନୁଗୋଳ ସଦର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।
Posted inଅନୁଗୋଳ, ଆମ ଜିଲା ଖବର, ହୋଲି View All

ପଚା କଖାରୁରେ ନାଲି ରଙ୍ଗ ମିଶାଇ ପ୍ରସ୍ତୁତ କରୁଥିଲେ ଟମାଟୋ ସସ୍
କଟକ ଅଫିସ, ୧୩।୧:ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ହୋଟେଲ, ଫାଷ୍ଟ ଷୁଡ ଦୋକାନ ଏବଂ ଘରେ ବ୍ୟବହୃତ ହେଉଛି ଟମାଟୋ ଓ ଚିଲି ସସ୍। ହେଲେ...

ଦଉଡ଼ି ଦେଇ କଲେଜ ଛାତ୍ରଙ୍କ ଆତ୍ମହତ୍ୟା
ପାରଳାଖେମୁଣ୍ଡି :୧୪।୫: ପାରଳାଖେମୁଣ୍ଡି କାଚରା ସାହିରେ ଶନିବାର ଜଣେ କଲେଜ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ରାୟଗଡ଼ା ଜିଲା ଗୁଣୁପୁର ନିକଟ ହୁକୁମ୍ବା ଗ୍ରାମର...

କରୋନାକୁ ହରାଇ ପୁଣିଥରେ କାର୍ଯ୍ୟରେ ଯୋଗଦେଲେ ଏହି ଯୋଦ୍ଧା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଖୋର୍ଦ୍ଧା ଅଫିସ,୯।୭ : କର୍ତ୍ତବ୍ୟ ଆଗରେ ସବୁ କିଛି ହାର ମାନିଛି। ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବାଣପୁରର ଜଣେ...

ସୁନା ଦୋକାନରେ ଜିଏସଟି ବିଭାଗର ଚଢ଼ାଉ
ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜିଏସଟି ବିଭାଗ ପକ୍ଷରୁ ଶୁକ୍ରବାର ଭବାନୀପାଟଣା ସହରର ଗାନ୍ଧୀ ଛକରେ ଥିବା ଲକ୍ଷ୍ମୀପ୍ରିୟା ସୁନା ଦୋକାନରେ ଚଢ଼ାଉ କରାଯାଇଛି। ରାଜ୍ୟ ଜିଏସଟି...

ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
ସୁନ୍ଦରଗଡ଼/ସବ୍ଡେଗା,୨ା୮ (ଡି.ଏନ୍.ଏ.):ସୁନ୍ଦରଗଡ଼ ଜିଲା ତଳସରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସଂପାଦକ ଡା. ପ୍ରଫୁଲ୍ଲ କୁମାର ମାଝିଙ୍କ...

ଛାତ୍ରୀଛାତ୍ର ୨୪୪, ଶିକ୍ଷକ ଅଛନ୍ତି ୫
କୋରୁକୋଣ୍ଡା ୨୨ା୮(ଡି.ଏନ୍.ଏ.): ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ ବହୁ ପଦକ୍ଷେପ ନେଉଛନ୍ତି। ୫-ଟି ଅଧୀନରେ ବିଦ୍ୟାଳୟଗୁଡିକର ଉନ୍ନତି କରୁଛନ୍ତି। ଶ୍ରେଣୀଗୃହ ସହ ଅତ୍ୟାଧୁନିକ ବିଜ୍ଞାନାଗାର...

ଖବରଦାତାଙ୍କୁ ଦୁର୍ବ୍ୟବହାର ମାମଲା: ସୂଚନା ଓ ଲୋକସମ୍ପର୍କ ବିଭାଗର ତଦନ୍ତ
ଢେଙ୍କାନାଳ ଅଫିସ,୨।୬- ଢେଙ୍କାନାଳ ଜିଲାର ଖବରଦାତାଙ୍କୁ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ ଆସିବା ପରେ ଏହାର ବିଭାଗୀୟ ତଦନ୍ତ...

ସବୁଠି ଉଡ଼ିଲା ତ୍ରିରଙ୍ଗା
ଭୁବନ, ୧୫।୮(ଡି.ଏନ.ଏ.)-ଭୁବନ ଅଞ୍ଚଳର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏନ୍ଏସି କାର୍ଯ୍ୟାଳୟ ପରିସରରେ ଆୟୋଜିତ...