Advertisement

୨ ସୁନା ବେପାରୀ, ୬ ଡକାୟତ ଗିରଫ

ନୟାଗଡ଼ ଅଫିସ,୨୪ା୧୦: ନୟାଗଡ଼ ଟାଉନ ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ୨ ସୁନା ବେପାରୀ ଓ ୬ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ୨୦ ଲକ୍ଷ ଟଙ୍କାର ସୁନା ଓ ୧ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ କରିଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କ ଘର ନୟାଗଡ଼ ଜିଲାରେ। ଅଭିଯୁକ୍ତମାନେ ହେଲେ ଫତେଗଡ଼ ଥାନା ଗୋଳାପୋଖରୀ ଗ୍ରାମର ଶଙ୍କର ପଲେଇ(୫୦), ଓଡ଼ଗାଁ ଥାନା ବାଉଁଶଗାଡ଼ିଆ ଗାଁର ଶରତ ଚନ୍ଦ୍ର ମହାରଣା(୨୫), ଭାଡ଼ିକିଳା ମନୋରଞ୍ଜନ ମହାରଣା(୨୦) ଓ ପୂର୍ଣ୍ଣଚନ୍ଦ୍ର ମହାରଣା(୪୧), ଇଟାମାଟି ଥାନା ମଜୁରିଆପଲ୍ଲୀ ଗ୍ରାମର ରମେଶ ଲେଙ୍କା(୫୪) ଓ ନାରାୟଣ ପାଟଣା ଗ୍ରାମର ମିଟୁ ସ୍ବାଇଁ (୩୨) ଓ ଦୁଇ ବେପାରୀ ହେଲେ ଇଟାମାଟି ଥାନା କୃଷ୍ଣପ୍ରସାଦ ଗ୍ରାମର କାଳିନ୍ଦୀ ସୁବୁଦ୍ଧି(୪୯) ଓ ଟାଉନ ଥାନା ସିଭିଲ କୋର୍ଟ ସାହିର ସଞ୍ଜୟ ସିକରି(୪୪)। ନୟାଗଡ଼ ଜିଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏମାନେ ଚୋରି ଡକାୟତି କରି ସାରିଥିବା ପୋଲିସ କହିଛି। ଏହି ଅଭିଯୁକ୍ତମାନେ ନୂଆ ନୂଆ ଯୁବକମାନଙ୍କୁ ତାଲିମ ଦେଇ ଚୋରି ଓ ଲୁଟ୍‌ କରାଇଥାନ୍ତି। ଟାଉନ ଥାନା ପରିସରରେ ନୟାଗଡ଼ ଏସ୍‌ପି ଅଲେଖ ପହି ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ: କଟକରୁ ଯୁବତୀ ଗିରଫ

ବ୍ରହ୍ମପୁର ଅଫିସ,୧୬ା୧୦-କୋଟିଏରୁ ଊର୍ଦ୍ଧ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ପୋଲିସ କଟକରୁ ଜଣେ ଯୁବତୀଙ୍କୁ ମଙ୍ଗବଳାର ଗିରଫ କରିଛି। ଅଭିଯୁକ୍ତା ରମ୍ଭାର ମଧୁସ୍ମିତା ମହାପାତ୍ର(୨୨)। ବୈଦ୍ୟନାଥପୁର...

ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ଜୀବନ ଗଲା

ଘସିପୁରା/ଆନନ୍ଦପୁର,୨୩ା୪(ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଘସିପୁରା ବ୍ଲକ ଦେଓଗାଁ ରେଞ୍ଜ ଅଧୀନ ନୂଆବରିପାଳ ଜଙ୍ଗଲରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ...

କାର୍ଯ୍ୟରେ ଅବହେଳା: ଶିକ୍ଷକ ନିଲମ୍ବିତ

କପ୍ତିପଦା,୧୯ା୧୨(ଡି.ଏନ୍‌.ଏ.)- କାର୍ଯ୍ୟରେ ଅବହେଳା କାରଣ ଯୋଗୁ କପ୍ତିପଦା ବ୍ଲକ ଅଧୀନରେ କାର୍ଯ୍ୟରତ ଜଣେ ସହକାରୀ ଶିକ୍ଷକଙ୍କୁ ବ୍ଲକ ଶିକ୍ଷାଧିକାରୀ(ବିଇଓ) ଶଶୀଧର ସିଂ ଚିଠି ନଂ.-୩୯୦୬ରେ ବୁଧବାର...

କଳାହାଣ୍ଡିରେ ପିଆଜ ଦର ଅହେତୁକ ବୃଦ୍ଧି: ଚିନ୍ତାରେ ଗ୍ରାହକ

ଭବାନୀପାଟଣା,୨୮।୯(ଡି.ଏନ୍‌.ଏ.): ରାଜ୍ୟରେ ବର୍ତ୍ତମାନ ପିଆଜ ଦରକୁ ନେଇ ଚିନ୍ତାରେ ଗ୍ରାହକ । କଳାହାଣ୍ଡି ଜିଲାରେ ବର୍ତ୍ତମାନ ପିଆଜ ଦର ରହିଛି କିଲୋ ପିଛା ୫୦ ଟଙ୍କା।...

ଆଳୁ ପିଆଜ ଗୋଦାମରେ ଚଢ଼ାଉ: ବିଲ୍‌, ଭାଉଚର ଦେଖାଇ ପାରିଲେନି ବ୍ୟବସାୟୀ

ବଲାଙ୍ଗୀର ଅଫିସ, ୨୭।୩: ବଲାଙ୍ଗୀର ସହରର କେତେଜଣ ଅସାଧୁ ବେପାରୀ ସେମାନଙ୍କ କଳାବେପାର ଆରମ୍ଭ କରିଦେଇଛନ୍ତି। ଆଳୁ, ପିଆଜ, ଚାଉଳ, ତେଲ, ଡାଲି, ପନିପରିବା ମୂଲ୍ୟକୁ...

ଲକ୍‌ଡାଉନ: ୨ଟା ଯାଏ ଖୋଲିବ ଆର୍‌ଟିଓ

କଟକ ଅଫିସ,୨୧।୭: ରାଜ୍ୟର ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲା ସହ ରାଉରକେଲା ସହରାଞ୍ଚଳରେ ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି...

ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ଜୀବନ ଗଲା

ଜୁନାଗଡ଼,୬।୧:କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ସନ୍ନ୍ୟାସୀକୁଣ୍ଡାମାଲ ଛକ ନିକଟରେ ବୁଧବାର ସାରେ ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତ କକାଙ୍କ ନାମ ଜଗବନ୍ଧୁ...

ପ୍ରଚାର ଆରମ୍ଭ କଲେ ରାଜେନ୍ଦ୍ର

ଭଦ୍ରକ ଅଫିସ,୧୯ା୧୦: ଉପନିର୍ବାଚନ ପାଇଁ ଧାମନଗରରେ ୩ ପ୍ରମୁଖ ଦଳର ପ୍ରଚାର ଜମୁଥିବା ବେଳେ ମଙ୍ଗଳବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର...

Advertisement
Archives

Model This Week