ବୁଡ଼ିଗଲେ ୨ ସାଙ୍ଗ

ରାୟଗଡ଼ା ଅଫିସ,୨୪ା୪: ପ୍ରବଳ ଗରମରୁ ସାମାନ୍ୟ ନିସ୍ତାର ପାଇବା ପାଇଁ ସାଙ୍ଗମାନଙ୍କ ସହ ସନ୍ଧ୍ୟାରେ ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗଭୀର ଜଳରେ ବୁଡ଼ିଯାଇ ୨ ନାବାଳକଙ୍କ ଜୀବନ ଚାଲିଯାଇଛି। ରାୟଗଡ଼ା ଜିଲା ତୁମ୍ବିଗୁଡ଼ାରେ ଏଭଳି ଘଟଣା ଘଟିଛି। ଦୁଇ ମୃତକ ହେଲେ ତୁମ୍ବିଗୁଡ଼ାର ଆକାଶ ଚୌଧୁରୀ ଏବଂ ଆଦିତ୍ୟ ନାୟକ।

ସୂଚନା ଅନୁଯାୟୀ, ତୁମ୍ବିଗୁଡ଼ା କଲୋନୀରୁ ୧୦ ସାଙ୍ଗ ମିଶି ନିକଟସ୍ଥ ତୁଠକୁ ଗାଧୋଇବାକୁ ଯାଇଥିଲେ। ହେଲେ ଆକାଶ ଏବଂ ଆଦିତ୍ୟ ବୁଡ଼ିଯାଇଥିଲେ। ଏହା ଦେଖି ଅନ୍ୟ ସାଙ୍ଗମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ଏହାପୂର୍ବରୁ ଗ୍ରାମବାସୀ ଉଭୟଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଥିବା ରାୟଗଡ଼ା ଟାଉନ ଥାନା ଅଧିକାରୀ ରଶ୍ମିରଞ୍ଜନ ନାୟକ କହିଛନ୍ତି। ମୃତ ଆଦିତ୍ୟଙ୍କ ଘର କାଶୀପୁର ବ୍ଲକ ଘରକପୁର ଗ୍ରାମରେ। ସେ ତୁମ୍ବିଗୁଡ଼ାରେ ରହି ରାୟଗଡ଼ାର ଏନ୍‌ଭିଆର୍‌ ସ୍କୁଲରେ ୧୦ମ ଶ୍ରେଣୀରେ ପଢ଼ୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କସମୂହର ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ୨୬୦୬.୯୬ କୋଟି ଋଣ ଯୋଗାଣ ଲକ୍ଷ୍ୟ

ଅନୁଗୋଳ ଅଫିସ, ୩୧।୫- ଅନୁଗୋଳ ଜିଲାର ବ୍ୟାଙ୍କଗୁଡ଼ିକର ଏକ ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ...

ଲକ୍‌ଡାଉନ୍‌ ସମୟରେ ସାହିଦାଣ୍ଡରେ ଭତ୍ତା ବଣ୍ଟନ: ଶତାଧିକ ହିତାଧିକାରୀଙ୍କ ଗହଳି

ଦେବଗଡ଼,୨୫।୩:(ଡି.ଏନ୍‌.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ରାଜ୍ୟକୁ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ଜନସାଧାରଣଙ୍କ ଗହଳି ଲାଗି କଟକଣା ଲାଗୁ କରାଯାଇଛି। ତେବେ ଦେବଗଡ଼ ପୌରାଞ୍ଚଳର...

ମାସକରେ ୧୪ ଗାଡ଼ି ଚୋରି, ବାଦ୍‌ପଡ଼ିନି ପୋଲିସ ଗାଡ଼ି

ବ୍ରହ୍ମପୁର ଅଫିସ,୭ା୪: ବ୍ରହ୍ମପୁର ସହରରେ ଏବେ ଘୂରି ବୁଲୁଛନ୍ତି ସକ୍ରିୟ ଗାଡ଼ି ଚୋର ଗ୍ୟାଙ୍ଗ। ଗତ ଏକ ମାସ ମଧ୍ୟରେ ଉକ୍ତ ଗ୍ୟାଙ୍ଗ ବ୍ରହ୍ମପୁର ସହରରୁ ପ୍ରାୟ...

ରଥର ରକ୍ଷକ ସାଜନ୍ତି ଦେବଦେବୀ

ପୁରୀ ଅଫିସ,୨।୭: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିିଛି ଶ୍ରୀକ୍ଷେତ୍ର। ମଙ୍ଗଳବାର ନବଯୌବନ ଦର୍ଶନ ଦେଇ ଗୁରୁବାର ରଥରେ ବସି ଜନ୍ମବେଦୀକୁ ଯିବେ...

ଦୋକାନରେ କାମ କରୁଛନ୍ତି ଶିଶୁଶ୍ରମିକ, ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା

ଆନନ୍ଦପୁର,୧୩ା୬(ସ୍ବ.ପ୍ର.): ଆନନ୍ଦପୁର ଫକୀରମୋହନ ବଜାରରେ ଜଣେ ଶିଶୁଶ୍ରମିକ ପାଣି ବୋହୁଥିବାର ଦେଖିବାକୁ ମିଳିଛି। ଉକ୍ତ ନାବାଳକ ଜଣକ ନିୟମିତ ଭାବେ ପାଣି ବୋହିବା କାର୍ଯ୍ୟଠାରୁ ଆରମ୍ଭ...

ଗ୍ରୀଷ୍ମପ୍ରବାହ: ପାରଦ ଛୁଇଁଲା ୪୦ ଡିଗ୍ରୀ, ଆଜିଠୁ ୩୧ ଯାଏ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ପାରଦ ୪୦ ଡିଗ୍ରୀ ସେଲ୍‌ସିୟସକୁ ଛୁଇଁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ...

ମାସକରେ ୩୨ଶହ ସଂକ୍ରମିତ

ଅନୁଗୋଳ ଅଫିସ, ୧ା୫ ଅନୁଗୋଳ ଜିଲାରେ ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି କରୋନାର ଦ୍ୱିତୀୟ ଲହର। ବିଶେଷକରି ଏପ୍ରିଲ ମାସରେ ୩୨ଶହ ସଂକ୍ରମିତ ଚିହ୍ନଟ ହେବା...

ଛାତ୍ରଙ୍କ ଆକାଉଣ୍ଟରୁ ୩୨ ହଜାର ଗାଏବ

ଭଞ୍ଜନଗର,୨୬।୬(ଡି.ଏନ.ଏ): ଭଞ୍ଜନଗର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଅନ୍‌ଲାଇନ ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର...

Advertisement
Archives

Model This Week