Posted inରାଜ୍ୟ

ଯୁକ୍ତ୨ ପରୀକ୍ଷା: ଦୈନିକ ଯାଞ୍ଚ ହେବ ଟ୍ୟାଗ୍‌ ସେଣ୍ଟର

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ୨୦୨୩ ଯୁକ୍ତ୨ ପରୀକ୍ଷା ଲାଗି ଫର୍ମ ପୂରଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ତାରିଖ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଉଦ୍ୟମ ହେଉଛି। ତେବେ ଚଳିତବର୍ଷ ୨ଥର ଫର୍ମ ପୂରଣ କରିବାକୁ ପିଲାଙ୍କୁ ସୁଯୋଗ ଦିଆଯାଇଥିଲା। ଆବଶ୍ୟକ ହେଲେ ପୁଣି ଫର୍ମପୂରଣ କରିବାକୁ ଶେଷ ସୁଯୋଗ ଦିଆଯିବ ବୋଲି ବିଚାର କରାଯାଉଛି। ହେଲେ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

୨୦୨୦ ଓ ୨୦୨୧ରେ ଅଫ୍‌ଲାଇନ୍‌ ପରୀକ୍ଷା କରା ନ ଯାଇ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରାଯାଇଥିଲା। ୨୦୨୨ରେ ଅଫ୍‌ଲାଇନ୍‌ ପରୀକ୍ଷା କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ମାତ୍ର ପରୀକ୍ଷାରେ ସ୍ବଚ୍ଛତା ଲାଗି ଯେତିକି ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା ତାହା ବିଳମ୍ବ କାରଣରୁ ଲାଗୁ କରାଯାଇ ପାରି ନ ଥିଲା। ମାତ୍ର ୨୦୨୩ ପରୀକ୍ଷାରେ ସ୍ବଚ୍ଛତାକୁ ଗୁରୁତ୍ୱ ଦେଇ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଯୁକ୍ତ୨ ପରିଷଦ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ଜାନୁୟାରୀରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଓ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରୁ ଥିଓରି ପରୀକ୍ଷା କରିବାକୁ ଯୋଜନା କରାଯାଇଛି। ରାଜ୍ୟରେ ୨,୦୬୫ଟି ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି।

ଚଳିତବର୍ଷ ପ୍ରାୟ ୧,୧୫୦ରୁ ୧,୨୦୦ ଉଚ୍ଚ ମାଧ୍ୟମିକ ସ୍କୁଲକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିବାକୁ ନିଷ୍ପତ୍ତି ହୋଇଛି। ପରୀକ୍ଷା ସୁପରିଚାଳନା ଲାଗି ପ୍ରଥମକରି ସରକାରୀ ତଥା ଜିଲା କଲେଜ ଅଧୀନରେ ଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକୁ ଟ୍ୟାଗ୍‌ କରାଯିବ। ଏହି ଟ୍ୟାଗ୍‌ ସେଣ୍ଟରକୁ ଦୈନିକ ଯାଞ୍ଚ ହେବ। ପରୀକ୍ଷା କେନ୍ଦ୍ରରେ ଗୋଟିଏ ଶ୍ରେଣୀରେ ଯେପରି କମ୍‌ ସଂଖ୍ୟକ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବେ ସେଥିଲାଗି ଅଧିକ ସଂଖ୍ୟକ ଉଚ୍ଚ ମାଧ୍ୟମିକ ସ୍କୁଲକୁ ମନୋନୀତ କରାଯିବ। କଲେଜରେ ସିସି ଟିଭି ସହ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ପ୍ରତି ଜୋନ୍‌ୱାରି ତ୍ରିସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ରହିବ। ଆଡମିଟ୍‌ କାର୍ଡରେ ବାର୍‌କୋଡ୍‌ ବ୍ୟବସ୍ଥା ରଖିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ନକଲି ପରିକ୍ଷାର୍ଥୀଙ୍କୁ ଧରିବାରେ ସହଜ ହେବ। ବିଶେଷକରି ପରୀକ୍ଷା ପରିଚାଳନା ସହ ମୂଲ୍ୟାଙ୍କନ ଏବଂ ରେଜଲ୍ଟ ପ୍ରକାଶ ଯେପରି ସୁରୁଖୁରୁରେ ଶେଷ ହେବ ସେଥିଲାଗି ପରିଷଦ ପକ୍ଷରୁ ମାନସ ମନ୍ଥନ ଆରମ୍ଭ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡଟ୍‌ ଫେଷ୍ଟରେ ମିଳିବ ୧୬ ଦେଶର ଖାଦ୍ୟ

ଭୁବନେଶ୍ୱର,୧୩।୧(ବ୍ୟୁରୋ): ହକି ବିଶ୍ୱକପ୍‌କୁ ନେଇ ରାଜଧାନୀରେ ଉତ୍ସାହ ବଢ଼ିବାରେ ଲାଗିଛି। ଏହି ଅବସରରେ ଆସନ୍ତା ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା...

ଫନୀରେ କ୍ଷତିଗ୍ରସ୍ତ ବିଦ୍ୟାଳୟର ମରାମତି: କେନ୍ଦ୍ରକୁ ୯୬ କୋଟି ଟଙ୍କା ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନଠାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ୍‌ଙ୍କ...

ମଜୁରି ବିଳମ୍ବ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): କୋଭିଡ୍‌ ମହାମାରୀ ଗତ ମାର୍ଚ୍ଚରୁ ସମସ୍ତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ବିଶ୍ୱର ଆର୍ଥିକ ଅଭିବୃଦ୍ଧି ନିମ୍ନଗାମୀ ହୋଇଛି। ଏହାଦ୍ୱାରା ଗରିବ ଲୋକ ହିଁ...

୨୪ ଘଣ୍ଟାରେ ୬୯୫ କରୋନା ଆକ୍ରାନ୍ତ ଚିହ୍ନଟ; ଅଛନ୍ତି ୮୩ ପିଲା

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩ ଜଣ ୧୮ ବର୍ଷରୁ କମ ବର୍ଗର।...

ରଥଯାତ୍ରା ନେଇ ଆଜି ହେବ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ପୁରୀ ରଥଯାତ୍ରା ଆୟୋଜନକୁ ନେଇ ଲାଗି ରହିଥିବା ଅନିଶ୍ଚିନ୍ତତାର ଅନ୍ତ ଘଟିବ। ଚଳିତବର୍ଷ ରଥଯାତ୍ରା ନ କରିବାକୁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ...

ଜବରଦଖଲରେ ସରକାରୀ ଜାଗା

ପଟ୍ଟାମୁଣ୍ଡାଇ,୯।୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ସରକାରୀ ଜାଗାକୁ ଜବରଦଖଲକାରୀମାନେ କବ୍‌ଜା କରିବାରେ ଲାଗିଛନ୍ତି। ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ବିଭାଗର ଜାଗା ଜବରଦଖଲ ହେଉଛି।...

ଗ୍ବାଲିୟରରୁ କମ୍ପାନୀ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅରୋକ୍ସା ଡିଲ୍‌ ମଲ୍ଟିଟ୍ରେଡ ପ୍ରାଇଭେଟ ଲିମିଟେଡ୍‌ ନାମକ ଚିଟ୍‌ଫଣ୍ଡ...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ୧୦ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୪।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୦ରେ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ନିର୍ବାଚନ ପାଇଁ ଆଲୋଚନା ହେବାର ସୂଚନା...

Advertisement
Archives

Model This Week