୨ ଇଞ୍ଜିନ୍‌ ଚାଲୁନାହିଁ

ଦୁଇ ଭାଜପା ଶାସିତ ରାଜ୍ୟ ମହାରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ‘ବେଲଗାଭି’କୁ ନେଇ ସୀମା ବିବାଦ ବଢ଼ିବା ପରେ ଏବେ ଉତ୍ତେଜନା ସର୍ବୋଚ୍ଚରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ, ବେଲଗାମ୍‌ ବା ବେଲଗାଭି ହେଉଛି କର୍ନାଟକର ଏକ ଅଂଶ, ଯାହାକି ବ୍ରିଟିଶ ଇଣ୍ଡିଆର ବମ୍ବେ ପ୍ରେସିଡେନ୍ସି ଅଧୀନରେ ଥିଲା। ବମ୍ବେ ପ୍ରେସିଡେନ୍ସି ମଧ୍ୟରେ ସେତେବେଳେ ଗୁଜରାଟ, ମହାରାଷ୍ଟ୍ର ଓ ଉତ୍ତର କର୍ନାଟକର କେତେକ ଅଞ୍ଚଳ ଆସୁଥିଲା। ସ୍ବାଧୀନତା ପରେ ବେଲଗାମ ଜିଲା ବମ୍ବେ ପ୍ରଦେଶର ଅଂଶ ହୋଇ ରହିଥିଲା। ୧୯୫୬ରେ ଭାଷାଭିତ୍ତିରେ ରାଜ୍ୟ ପୁନର୍ଗଠନ ଆଇନ ପ୍ରଣୟନ ହେବା ପରେ ବେଲଗାମ ଓ ବମ୍ବେ ଷ୍ଟେଟ୍‌ର ୧୦ ତାଲୁକକୁ ନବଗଠିତ ମହୀଶୂର ଷ୍ଟେଟ୍‌ରେ ସାମିଲ କରାଗଲା। ତେଣୁ ଉତ୍ତର କର୍ନାଟକ ସୀମାରେ ଆସୁଥିବା ମରାଠୀ ଭାଷୀ ଅଞ୍ଚଳ ବେଲଗାଭି ଉପରେ ଏବେ ମହାରାଷ୍ଟ୍ର ଅଧିକାର ସାବ୍ୟସ୍ତ କରୁଥିବାରୁ ସ୍ଥିତି ଅସ୍ବାଭାବିକ ହୋଇଛି। ଏହି ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ତେବେ ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଉପସ୍ଥିତିରେ ସୀମା ବିବାଦର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାହା ବିଫଳ ହୋଇଛି। ଫଳରେ ୧୯ ଡିସେମ୍ବରରେ ମହାରାଷ୍ଟ୍ରର କେତେକ ସଙ୍ଗଠନ ସୀମାରେ ପ୍ରତିବାଦ କରିବାରୁ ୪୦ ଜଣଙ୍କୁ କର୍ନାଟକ ସରକାର ଅଟକ ରଖିଛନ୍ତି। ସେମାନଙ୍କ ମଧ୍ୟରେ ୮ ଜଣ ମହିଳା ଥିବା କୁହାଯାଉଛି। ଏଭଳି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହାକୁ ନେଇ ରାଜନୀତି ହେବା ଉଚିତ ନୁହେଁ। ଅର୍ଥାତ୍‌ ଶାହା ଏହି ଘଟଣାରେ ନିଜର ଅସାମର୍ଥ୍ୟ ପ୍ରଦର୍ଶନ କରିଛନ୍ତି। କେବଳ ତାଙ୍କର ଅସାମର୍ଥ୍ୟ ନୁହେଁ, ଭାଜପା ଦେଉଥିବା ‘ଡବଲ ଇଞ୍ଜିନ୍‌’ ଡାକରା ଅର୍ଥାତ୍‌ କେନ୍ଦ୍ରରେ ଭାଜପା ସରକାର ଥିବାରୁ ରାଜ୍ୟରେ ମଧ୍ୟ ଭାଜପା ସରକାର ହେବା ଉଚିତ; ସମ୍ପୂର୍ଣ୍ଣ ଭାବେ ତ୍ରୁଟିପୂର୍ଣ୍ଣ ବୋଲି ପ୍ରମାଣିତ ହୋଇଛି। ମନେପକାଇ ଦିଆଯାଇପାରେ ଯେ, ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନୁରୂପ ଡାକରା ଦେଇ କଂଗ୍ରେସ ଦଳ ‘ମେନ୍‌ଷ୍ଟ୍ରିମ୍‌’ ବା ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ କହି ଅନେକ ରାଜ୍ୟ ସରକାରଙ୍କୁ ଭାଙ୍ଗି ଦେଉଥିଲେ।
ଚାଇନା ଓ ଭାରତ ମଧ୍ୟରେ ଅନ୍ତର୍ଜାତୀୟ ସୀମା ବିବାଦ ଲାଗି ରହିଥିବା ବେଳେ ମହାରାଷ୍ଟ୍ର ଓ କର୍ନାଟକ ଭିତରେ ଆନ୍ତଃରାଜ୍ୟ ସୀମା ସମସ୍ୟା କେନ୍ଦ୍ର ସରକାରଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। କର୍ନାଟକରେ ଭାଜପା ସରକାର ଚାଲିଥିବା ବେଳେ ମହାରାଷ୍ଟ୍ରରେ ଶିନ୍ଦେ ଗୋଷ୍ଠୀ ସହ ମିଶି ଭାଜପା ଶାସନ କରୁଥିବାରୁ କାହାକୁ କିଭଳି ସନ୍ତୁଷ୍ଟ କରି ରଖିହେବ ତାହାର ସମାଧାନ ସୂତ୍ର ଶାହାଙ୍କୁ ମିଳିପାରୁ ନାହିଁ। ଇତିମଧ୍ୟରେ ଶିବ ସେନା ନେତା ସଞ୍ଜୟ ରାଉତ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧାବସାନ ପାଇଁ ମଧ୍ୟସ୍ଥତା କରିପାରୁଥିବା ବେଳେ ଦୁଇ ରାଜ୍ୟ ମଧ୍ୟରେ ଉପୁଜିଥିବା ସୀମା ବିବାଦ ସମାଧାନ କରିବା ଲାଗି ତାଙ୍କ ପାଖରେ ସମୟ ନାହିଁ। ଭାଜପା ଗତ କିଛିବର୍ଷ ହେବ ନିର୍ବାଚନ ଆସିଲେ ‘ଡବଲ ଇଞ୍ଜିନ୍‌ ସରକାର’ ବିଷୟରେ କହି ବୁଲୁଛି। କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳ ଶାସନ କଲେ ବହୁ ସମସ୍ୟାର ସମାଧାନ ଆସିପାରିବ ବୋଲି ଗୁରୁତ୍ୱ ଦିଆଯାଉଛି। ବେଲଗାଭି ପ୍ରସଙ୍ଗକୁ ପରୀକ୍ଷାମୂଳକ ଭାବେ ନେଇ କେନ୍ଦ୍ର ସରକାର ସମାଧାନ ସୂତ୍ର ବାହାର କରିପାରିଥିଲେ ତାହା ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥାଆନ୍ତା। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ମଧ୍ୟସ୍ଥତାରେ ବୈଠକ ବସି ଆଲୋଚନା ହୋଇଥିଲେ ମଧ୍ୟ ସୁଫଳ ଆସିପାରିଲା ନାହିଁ। ଏଥିରୁ ବୁଝିବାକୁ ହେବ ଯେ, କେବଳ ନିର୍ବାଚନ ଜିତିବା ଲାଗି ଭାଜପା ସରକାର ‘ଡବଲ୍‌ ଇଞ୍ଜିନ୍‌ ସରକାର’କୁ ଏକ ସ୍ଲୋଗାନ ଭାବେ ବ୍ୟବହାର କରୁଛି। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରରେ ଶାସନ କରୁଥିବା ସରକାର ରାଜ୍ୟଗୁଡ଼ିକ ଯେଉଁ ରାଜନୈତିକ ଦଳ ଦ୍ୱାରା ଶାସିତ ହେଉଥାଉନା କାହିଁକି, ସମସ୍ତଙ୍କୁ ସମାନ ଗୁରୁତ୍ୱ ଦେବା ଦରକାର। ଯେତେବେଳେ ଦୁଇ ଭାଜପା ଶାସିତ ରାଜ୍ୟର ସମସ୍ୟା ସମାଧାନ କରିବାରେ କେନ୍ଦ୍ର ସରକାର ବିଫଳ ହେଉଛନ୍ତି, ସେତେବେଳେ ଅଣ-ଭାଜପା ଶାସିତ ରାଜ୍ୟ କି ଦଶା ଭୋଗୁଥିବେ ଅନୁମେୟ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?