୨ ଇଞ୍ଜିନ୍‌ ଚାଲୁନାହିଁ

ଦୁଇ ଭାଜପା ଶାସିତ ରାଜ୍ୟ ମହାରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ‘ବେଲଗାଭି’କୁ ନେଇ ସୀମା ବିବାଦ ବଢ଼ିବା ପରେ ଏବେ ଉତ୍ତେଜନା ସର୍ବୋଚ୍ଚରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ, ବେଲଗାମ୍‌ ବା ବେଲଗାଭି ହେଉଛି କର୍ନାଟକର ଏକ ଅଂଶ, ଯାହାକି ବ୍ରିଟିଶ ଇଣ୍ଡିଆର ବମ୍ବେ ପ୍ରେସିଡେନ୍ସି ଅଧୀନରେ ଥିଲା। ବମ୍ବେ ପ୍ରେସିଡେନ୍ସି ମଧ୍ୟରେ ସେତେବେଳେ ଗୁଜରାଟ, ମହାରାଷ୍ଟ୍ର ଓ ଉତ୍ତର କର୍ନାଟକର କେତେକ ଅଞ୍ଚଳ ଆସୁଥିଲା। ସ୍ବାଧୀନତା ପରେ ବେଲଗାମ ଜିଲା ବମ୍ବେ ପ୍ରଦେଶର ଅଂଶ ହୋଇ ରହିଥିଲା। ୧୯୫୬ରେ ଭାଷାଭିତ୍ତିରେ ରାଜ୍ୟ ପୁନର୍ଗଠନ ଆଇନ ପ୍ରଣୟନ ହେବା ପରେ ବେଲଗାମ ଓ ବମ୍ବେ ଷ୍ଟେଟ୍‌ର ୧୦ ତାଲୁକକୁ ନବଗଠିତ ମହୀଶୂର ଷ୍ଟେଟ୍‌ରେ ସାମିଲ କରାଗଲା। ତେଣୁ ଉତ୍ତର କର୍ନାଟକ ସୀମାରେ ଆସୁଥିବା ମରାଠୀ ଭାଷୀ ଅଞ୍ଚଳ ବେଲଗାଭି ଉପରେ ଏବେ ମହାରାଷ୍ଟ୍ର ଅଧିକାର ସାବ୍ୟସ୍ତ କରୁଥିବାରୁ ସ୍ଥିତି ଅସ୍ବାଭାବିକ ହୋଇଛି। ଏହି ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ତେବେ ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଉପସ୍ଥିତିରେ ସୀମା ବିବାଦର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାହା ବିଫଳ ହୋଇଛି। ଫଳରେ ୧୯ ଡିସେମ୍ବରରେ ମହାରାଷ୍ଟ୍ରର କେତେକ ସଙ୍ଗଠନ ସୀମାରେ ପ୍ରତିବାଦ କରିବାରୁ ୪୦ ଜଣଙ୍କୁ କର୍ନାଟକ ସରକାର ଅଟକ ରଖିଛନ୍ତି। ସେମାନଙ୍କ ମଧ୍ୟରେ ୮ ଜଣ ମହିଳା ଥିବା କୁହାଯାଉଛି। ଏଭଳି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହାକୁ ନେଇ ରାଜନୀତି ହେବା ଉଚିତ ନୁହେଁ। ଅର୍ଥାତ୍‌ ଶାହା ଏହି ଘଟଣାରେ ନିଜର ଅସାମର୍ଥ୍ୟ ପ୍ରଦର୍ଶନ କରିଛନ୍ତି। କେବଳ ତାଙ୍କର ଅସାମର୍ଥ୍ୟ ନୁହେଁ, ଭାଜପା ଦେଉଥିବା ‘ଡବଲ ଇଞ୍ଜିନ୍‌’ ଡାକରା ଅର୍ଥାତ୍‌ କେନ୍ଦ୍ରରେ ଭାଜପା ସରକାର ଥିବାରୁ ରାଜ୍ୟରେ ମଧ୍ୟ ଭାଜପା ସରକାର ହେବା ଉଚିତ; ସମ୍ପୂର୍ଣ୍ଣ ଭାବେ ତ୍ରୁଟିପୂର୍ଣ୍ଣ ବୋଲି ପ୍ରମାଣିତ ହୋଇଛି। ମନେପକାଇ ଦିଆଯାଇପାରେ ଯେ, ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନୁରୂପ ଡାକରା ଦେଇ କଂଗ୍ରେସ ଦଳ ‘ମେନ୍‌ଷ୍ଟ୍ରିମ୍‌’ ବା ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ କହି ଅନେକ ରାଜ୍ୟ ସରକାରଙ୍କୁ ଭାଙ୍ଗି ଦେଉଥିଲେ।
ଚାଇନା ଓ ଭାରତ ମଧ୍ୟରେ ଅନ୍ତର୍ଜାତୀୟ ସୀମା ବିବାଦ ଲାଗି ରହିଥିବା ବେଳେ ମହାରାଷ୍ଟ୍ର ଓ କର୍ନାଟକ ଭିତରେ ଆନ୍ତଃରାଜ୍ୟ ସୀମା ସମସ୍ୟା କେନ୍ଦ୍ର ସରକାରଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। କର୍ନାଟକରେ ଭାଜପା ସରକାର ଚାଲିଥିବା ବେଳେ ମହାରାଷ୍ଟ୍ରରେ ଶିନ୍ଦେ ଗୋଷ୍ଠୀ ସହ ମିଶି ଭାଜପା ଶାସନ କରୁଥିବାରୁ କାହାକୁ କିଭଳି ସନ୍ତୁଷ୍ଟ କରି ରଖିହେବ ତାହାର ସମାଧାନ ସୂତ୍ର ଶାହାଙ୍କୁ ମିଳିପାରୁ ନାହିଁ। ଇତିମଧ୍ୟରେ ଶିବ ସେନା ନେତା ସଞ୍ଜୟ ରାଉତ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧାବସାନ ପାଇଁ ମଧ୍ୟସ୍ଥତା କରିପାରୁଥିବା ବେଳେ ଦୁଇ ରାଜ୍ୟ ମଧ୍ୟରେ ଉପୁଜିଥିବା ସୀମା ବିବାଦ ସମାଧାନ କରିବା ଲାଗି ତାଙ୍କ ପାଖରେ ସମୟ ନାହିଁ। ଭାଜପା ଗତ କିଛିବର୍ଷ ହେବ ନିର୍ବାଚନ ଆସିଲେ ‘ଡବଲ ଇଞ୍ଜିନ୍‌ ସରକାର’ ବିଷୟରେ କହି ବୁଲୁଛି। କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳ ଶାସନ କଲେ ବହୁ ସମସ୍ୟାର ସମାଧାନ ଆସିପାରିବ ବୋଲି ଗୁରୁତ୍ୱ ଦିଆଯାଉଛି। ବେଲଗାଭି ପ୍ରସଙ୍ଗକୁ ପରୀକ୍ଷାମୂଳକ ଭାବେ ନେଇ କେନ୍ଦ୍ର ସରକାର ସମାଧାନ ସୂତ୍ର ବାହାର କରିପାରିଥିଲେ ତାହା ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥାଆନ୍ତା। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ମଧ୍ୟସ୍ଥତାରେ ବୈଠକ ବସି ଆଲୋଚନା ହୋଇଥିଲେ ମଧ୍ୟ ସୁଫଳ ଆସିପାରିଲା ନାହିଁ। ଏଥିରୁ ବୁଝିବାକୁ ହେବ ଯେ, କେବଳ ନିର୍ବାଚନ ଜିତିବା ଲାଗି ଭାଜପା ସରକାର ‘ଡବଲ୍‌ ଇଞ୍ଜିନ୍‌ ସରକାର’କୁ ଏକ ସ୍ଲୋଗାନ ଭାବେ ବ୍ୟବହାର କରୁଛି। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରରେ ଶାସନ କରୁଥିବା ସରକାର ରାଜ୍ୟଗୁଡ଼ିକ ଯେଉଁ ରାଜନୈତିକ ଦଳ ଦ୍ୱାରା ଶାସିତ ହେଉଥାଉନା କାହିଁକି, ସମସ୍ତଙ୍କୁ ସମାନ ଗୁରୁତ୍ୱ ଦେବା ଦରକାର। ଯେତେବେଳେ ଦୁଇ ଭାଜପା ଶାସିତ ରାଜ୍ୟର ସମସ୍ୟା ସମାଧାନ କରିବାରେ କେନ୍ଦ୍ର ସରକାର ବିଫଳ ହେଉଛନ୍ତି, ସେତେବେଳେ ଅଣ-ଭାଜପା ଶାସିତ ରାଜ୍ୟ କି ଦଶା ଭୋଗୁଥିବେ ଅନୁମେୟ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri