ପାଣିଭାର ଆଣିବାକୁ ଯାଇ ୨ କାଉଡ଼ିଆ ନିଖୋଜ

ଖଇରା, ୮।୮(ଉତ୍କଳବନ୍ଧୁ ପଣ୍ଡା): ଶ୍ରାବଣ ସୋମବାର ଘଟିଛି ଏକ ଅଘଟଣ। ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ସାନଜୟୀପୁର ଗ୍ରାମର ବାବା ସର୍ବେଶ୍ୱରଙ୍କଠାରେ ଜଳଲାଗି ପାଇଁ ସାଳନ୍ଦୀରୁ ପାଣି ଉଠାଇବା ଲାଗି ଯାଇଥିବା ଦୁଇ କାଉଡିଆ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ସାନଜୟୀପୁର ଗ୍ରାମର ରାଜେନ୍ଦ୍ର ସାହୁ(୧୯) ଓ ସୁବ୍ରତ କୁମାର ମହାକୁଡ(୨୨)। ଓଡ୍ରାଫ ଟିମ୍‌ ଓ ଅଗ୍ନିଶମ ବାହିନୀର ସମସ୍ତ ପରିଶ୍ରମ ସତ୍ତ୍ୱେ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କର ପତ୍ତା ମିଳିପାରିନାହିଁ।
ଭୋର ସମୟରେ ଗ୍ରାମରୁ ପାଖାପାଖି ୧୮ଜଣ ଯୁବକ ବରଦା ନରିପୁର ପୋଲ ନିକଟରେ ଥିବା ସାଳନ୍ଦୀ ନଦୀ କୂଳକୁ ଯାଇଥିଲେ ା ପୂଜାପୂଜି ପରେ ପ୍ରଥମେ ସୁବ୍ରତ କଳସୀରେ ପାଣି ଆଣିବାକୁ ପଶିଥିଲେ। ହେଲେ କୂଳରେ ଏତେବଡ ଗଣ୍ଡ ଥିବା କେହି ଜାଣି ନ ଥିଲେ। ଗୋଡ ଖସିଯିବାରୁ ସେ ହାତ ହଲାଇ ଡାକିଥିଲେ। ପ୍ରଥମେ ଅନ୍ୟ ୫ଜଣ ତାଙ୍କୁ ଉଦ୍ଧାର କରିବକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପୁନର୍ବାର ହାତ ଉପରକୁ ହଲାଇବାରୁ ରାଜେନ୍ଦ୍ର ତାଙ୍କ ପାଖକୁ ଯିବାରୁ ସୁବ୍ରତ ତାଙ୍କୁ ଜାବୁଡି ଧରିଥିଲେ । ଦୁହିଁଙ୍କୁ ଏଭଳି ଅବସ୍ଥାରେ ଦେଖି ଅନ୍ୟଜଣେ ସାଙ୍ଗ ସୁରେନ୍ଦ୍ର ମହାକୁଡ ପାଣି ଉପରକୁ ଦେଖାଯାଉଥିବା ରାଜେନ୍ଦ୍ରଙ୍କ ହାତକୁ ଟାଣିବାକୁ ଚେଷ୍ଟା କରିବା ବେଳେ ହାତଛନ୍ଦି ଯାଇଥିବାରୁ ସେ ଟାଣି ହୋଇଯାଇଥିଲେ। ଉଦ୍ଧାର ପାଇଁ ପ୍ରଥମେ ଗାମୁଛା ଓ ପରେ ବାହୁଙ୍ଗୀ ବ୍ୟବହାର କରାଯାଇଥିଲେ ହେଁ ତାହା କାମ ଦେଇ ନ ଥିଲା। ସେହି ରାସ୍ତା ଦେଇ ଯାଉଥିବା ବାଇକ ଆରୋହୀ କାଶିନାଥ ସାହୁ ପାଣିରେ ପଶି ବୁଦ୍ଧି ଖଟାଇ ସୁରେନ୍ଦ୍ରଙ୍କୁ ଟାଣି ଆଣିବାକୁ ସକ୍ଷମ ହୋଇଥିଲେ। ହେଲେ ରାଜେନ୍ଦ୍ର ଓ ସୁବ୍ରତ ପାଣି ଭିତରେ କୁଆଡେ ନିଖୋଜ ହୋଇଯାଇଥିଲେ। ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ହସ୍ତକ୍ଷେପ ପରେ ବିଦ୍ୟାଧରପୁର ଓ ଶାଳପଡା ବ୍ୟାରେଜରେ ଗେଟଗୁଡିକୁ ବନ୍ଦ କରି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ସଫଳତା ମିଳିପାରିନାହିଁ। ଖଇରା ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶିନୀ ଧଳ, ଖଇରା ବ୍ଲକ ପ୍ରଶାସନ, ସିମୁଳିଆ ପୋଲିସ ଘଟଣା ଉପରେ ନଜର ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?