Advertisement

ସୋମାଲିଆରେ ୨ କାର ବୋମା ବିସ୍ଫୋରଣ, ବହୁ ଲୋକଙ୍କ ମୃତ୍ୟୁ ଆଶଙ୍କା…

ମୋଗାଡିଶୁ,୨୯।୧୦ : ସୋମାଲିଆ ରାଜଧାନୀ ମୋଗାଡିଶୁର ଏକ ସରକାରୀ କାର୍ଯ୍ୟାଳୟ ନିକଟରେ ଶନିବାର ୨ଟି ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଘଟିଥିବା ସ୍ଥାନରେ ବହୁ ଲୋକ ଜମା ହୋଇଥିଲେ। ତେଣୁ ମୃତାହତଙ୍କ ସଂଖ୍ୟା ଅଧିକ ହେବାର ଆଶଙ୍କା ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ପୋଲିସ ପ୍ରବକ୍ତା ସାଦିକ୍‌ ଡୋଦିଶେଙ୍କ ଅନୁସାରେ ଦୁଇଟି କାରରେ ଲଗାଯାଇଥିବା ବୋମା ବିସ୍ଫୋରଣ ଘଟିଛି।

ଘଟଣାସ୍ଥଳରେ ବହୁ ମୃତ ଦେହ ପଡ଼ିଛି। ସମସ୍ତ ମୃତଦେହ ସାଧାରଣ ଲୋକଙ୍କର ବୋଲି ସେ କହିଛନ୍ତି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଦ୍ୱିତୀୟ ବୋମା ବିସ୍ଫୋରଣ ଏକ ରେଷ୍ଟୁରାଣ୍ଟ ବାହାରେ ଘଟିଛି।

ଆମ୍ବୁଲାନ୍ସ ସେବା ନିର୍ଦ୍ଦେଶକ କହିଛନ୍ତି ଯେ ବହୁ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ସହିତ ବିସ୍ଫୋରଣ ସ୍ଥଳରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି। ବିସ୍ଫୋରଣ ନେଇ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୀ ଖାଇପାରିବେନି ଅମଲେଟ୍‌: ଅଣ୍ଡା ଦାମ୍‌ ଆକାଶ ଛୁଆଁ

ଇସଲାମାବାଦ,୨୨।୧୨: ଏବେ ପାକିସ୍ତାନରେ ସାଧାରଣ ଲୋକଙ୍କ ପାଇଁ ଅମଲେଟ୍‌ ଖାଇବା ସାତ ସପନ ପାଲଟିବାକୁ ଯାଉଛି। ଦେଶରେ ଅଣ୍ଡା ଦାମ ଆକାଶ ଛୁଆଁ ହୋଇଛି। ଏଠାରେ...

ମଙ୍ଗଳରେ ଅମ୍ଳଜାନ

ଓ୍ବାଶିଂଟନ: ଲାଲ୍‌ ଗ୍ରହ ମଙ୍ଗଳରେ ଅମ୍ଳଜାନ ଅଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଏପରି ଦାବି କରିଛି। ମଙ୍ଗଳରେ ଜୀବନ ଖୋଜୁଥିବା ନାସାର ରୋଭର...

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ପ୍ରତିରୋଧ ପାଇଁ କାନାଡାର ଯୋଜନା…

ଅଟଓ୍ବା,୨୮।୧୧ : ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ଆକ୍ରମଣାତ୍ମକ ତଥା ବ୍ୟାଘାତକାରୀ ନୀତିର ମୁକାବିଲା ପାଇଁ କାନାଡା ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଜଳବାୟୁ ପରିବର୍ତ୍ତନ...

ଇମ୍ରାନ୍‌ଙ୍କ ଆଜାଦୀ ମାର୍ଚ୍ଚ

ଇସ୍‌ଲାମାବାଦ, ୨୬ା୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ୍‌ ଖାନ୍‌ ହଟିଯିବା ପରେ ଏବେ ପୁନର୍ବାର କ୍ଷମତାସୀନ ହେବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଦେଶରେ ତୁରନ୍ତ...

ଟ୍ରମ୍ପଙ୍କ ନୂଆ ଭିଜା କଟକଣା

ଓ୍ବାଶିଂଟନ, ୨୪ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ନୂଆ ଭିଜା କଟକଣା ଲଗାଇଛନ୍ତି। ପ୍ରଚଳିତ ଏଚ୍‌-୧ବି ଭିଜା ସମେତ ଅନ୍ୟ ଭିଜାକୁ ସେ...

ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ: ଅଭେଦ୍ୟ କିଲ୍ଲାରେ ପରିଣତ ହେଲା ଓ୍ବାଶିଂଟନ

ଓ୍ବାଶିଂଟନ,୧୯।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁୟାରୀ ୨୦ରେ ଶପଥ ନେବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶର ୫୦ଟି ରାଜ୍ୟରେ ସୁରକ୍ଷା...

୧୪୦ ଯୁଦ୍ଧବିମାନ, ୬୦ ଜାହାଜ

ମସ୍କୋ, ୩୧ା୮: ୟୁକ୍ରେନ୍‌ ଉପରେ ଆକ୍ରମଣ ମଧ୍ୟରେ ରୁଷିଆ ସେପ୍ଟେମ୍ବର ୧ରୁ ଭୋଷ୍ଟୋକ-୨୦୨୨ ସମରାଭ୍ୟାସ ଆୟୋଜନ କରିବାକୁ ଯାଉଛି। ପୂର୍ବ ରୁଷିଆ, ଜାପାନ ସାଗର ସମେତ...

କରୋନା ଭୂତାଣୁଠାରୁ କିପରି ଦୂରେଇ ରଖେ ସାନିଟାଇଜର

ଓ୍ବାଶିଂଟନ,୩୧।୩: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ...

Advertisement
Archives

Model This Week