ନାବାଳିକାଙ୍କ ତଣ୍ଟିକାଟି ହତ୍ୟା ଘଟଣାରେ ୨ ଗିରଫ

ବଲାଙ୍ଗୀର, ୧୫ା୭ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର କେନ୍ଦ୍ରୀୟ ବିଦ୍ୟାଳୟ ନିକଟସ୍ଥ ନିଖିଳ ନଗରରେ ଗୁରୁବାର ଘରେ ପଶି ନାବାଳିକା ଶେଷାଦ୍ରୀ ନାଗ (୧୫)ଙ୍କ ତଣ୍ଟି କାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଦୁଇଜଣଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଆଗଲପୁର ଥାନା ରୋତ୍‌ ଗ୍ରାମର ମିଲନ୍‌ ରଣା (୨୧) ଓ ଜିତୁ ରଣା (୨୧)। ହତ୍ୟାକାଣ୍ଡ ଭିଆଇବା ପରେ ଘର ପଛ ପଟ ଜଙ୍ଗଲ ଭିତର ଏକ ପଥର ଚଟାଣ ନିକଟରେ ହତ୍ୟାରେ ବ୍ୟବହୃତ ଏକ କଟୁରି ଏବଂ ରକ୍ତ ପୋଛିଥିବା ଏକ ଶାର୍ଟକୁ ଲୁଚାଇ ଦେଇ ଦୁଇ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ଟାଉନ୍‌ ପୋଲିସ ମୁଖ୍ୟ ଅଭିଯୁକ୍ତ ମିଲନ ରଣାଙ୍କୁ ଧରି ସିନ୍‌ ରିକ୍ରିଏସନ୍‌ ପରେ ବଲାଙ୍ଗୀର ଏସଡିପିଓ ତୋଫାନ୍‌ ବାଗ ନାବାଳିକା ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ଦେଇଛନ୍ତି। ହତ୍ୟାର କାରଣ ସମ୍ପର୍କରେ ଏସଡିପିଓ ବାଗ ଗଣମାଧ୍ୟମକୁ କିଛି ବି ସୂଚନା ଦେଇ ନ ଥିବାବେଳେ ପ୍ରେମଜନିତ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଛି। ହତ୍ୟା କରିବା ପରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମିଲନ୍‌ଙ୍କୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ରୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି। ଶନିବାର ବଲାଙ୍ଗୀର ଏସପି ଋଷିକେଶ ଖିଲାରୀ ଗଣମାଧ୍ୟମକୁ ହତ୍ୟାକାଣ୍ଡ ସମ୍ପର୍କରେ ସବିଶେଷ ସୂଚନା ଦେବେ ବୋଲି ସୂଚନା ଦିଆଯାଇଛି।
ଗୁରୁବାର ଅପରାହ୍ନରେ ନିଖିଲନଗର ନିବାସୀ ମକରଧ୍ୱଜ ନାଗଙ୍କ ଘରେ ପଶି ତାଙ୍କ ସାନ ଝିଅ ଶେଷାଦ୍ରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିଲେ। ହତ୍ୟାକାଣ୍ଡ ସମୟରେ ଶେଷାଦ୍ରୀ ଘରେ ଏକାକୀ ଥିଲେ। ତାଙ୍କ ପିତା ମକରଧ୍ୱଜ ଜଣେ ମିସ୍ତ୍ରି ଓ ମାତା ପୂର୍ଣ୍ଣମୀ ନାଗ ମ୍ୟୁନିସିପାଲିଟି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବାରୁ ସବୁଦିନ ଭଳି କାମ କରିବାକୁ ଯାଇଥିଲେ। ଦିନ ପ୍ରାୟ ୧ଟାରେ ମାତାପିତା କାମରୁ ଘରକୁ ଫେରିଥିଲେ। ଘରେ ପହଞ୍ଚତ୍ବା ପରେ ଝିଅ ଶେଷାଦ୍ରୀଙ୍କ ରକ୍ତାକ୍ତ ମୃତଦେହ ଚଟାଣରେ ପଡିଥିବା ଦେଖିବାକୁ ପାଇଥିଲେ। ଏହା ପରେ ସ୍ଥାନୀୟ ଲୋକେ ଟାଉନ୍‌ ଥାନା ପୋଲିସକୁ ଖବର ଦେଇଥିଲେ। ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ବଲାଙ୍ଗୀର ଏସପି ଋଷିକେଶ ଖିଲାରି ଘଟଣାସ୍ଥଳ ପରିଦର୍ଶନ କରିବା ସହ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ସ୍ବତନ୍ତ୍ର ଟିମ୍‌ ତଦନ୍ତକୁ ତ୍ୱରାନ୍ବିତ କରିବା ପରେ ସିସିଟିଭି ଫୁଟେଜ ଏବଂ ମୋବାଇଲ ଟ୍ରାକିଂ ଜରିଆରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି। ଶୁକ୍ରବାର ସିନ୍‌ ରିକ୍ରିଏସନ୍‌ ବେଳେ ମୁଖ୍ୟ ଅଭିଯୁକ୍ତ ମିଲନ୍‌ ତାଙ୍କ ସହଯୋଗୀ ଜିତୁ ସହ ଏକ ମୋଟର ସାଇକେଲରେ ନିଖିଲନଗର ପଛପଟ ଜଙ୍ଗଲକୁ ଆସି ସେଠାରୁ ଶେଷାଦ୍ରୀଙ୍କ ଘର ପଟରୁ ପଶିଥିଲେ। ସେଠାରେ ଶେଷାଦ୍ରୀଙ୍କ ସହ ଯୁକ୍ତିତର୍କ କରି ଘର ପଛ ପଟେ ତାଙ୍କୁ ପିଟିଥିଲେ। ସେଠାରୁ କିଭଳି ଭାବେ ସେ ତାଙ୍କୁ ଶୟନ କକ୍ଷକୁ ନେଇ ଏକ କଟୁରି ସହାୟତାରେ ହତ୍ୟା କଲେ ଏବଂ ଶେଷାଦ୍ରୀଙ୍କ ବାପାଙ୍କ ଏକ ଶାର୍ଟରେ ରକ୍ତ ସଫା ଉଦ୍ୟମ କରିବା ସହ ନିଜ ହାତରେ ଲାଗିଥିବା ରକ୍ତ ପୋଛି ଉକ୍ତ କଟୁରି ଏବଂ ରକ୍ତଭିଜା ଶାର୍ଟକୁ ଜଙ୍ଗଲ ଭିତର ପଥର ଚଟାଣ ତଳେ ରଖି ଫେରାର ମାରିଥିଲେ ସେ ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ପ୍ରେମ ବିଫଳତାରୁ ମିଲନ୍‌ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଶନିବାର ହତ୍ୟାର ଗୁମର ଖୋଲିବ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri