ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ ରଞ୍ଜୁଲତା ଲେଙ୍କା ଦୁଇଜଣ ଅଭିଯୁକ୍ତଙ୍କୁ ଦଫା ୩୦୨ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ୧୦ହଜାର ଟଙ୍କା ଲେଖାଏ ଜରିମନା ଅନାଦେୟ ଏକ ବର୍ଷ ଜେଲ ଦଣ୍ଡାଦେଶ ରାୟରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ଦ୍ବୟ ହେଲେ ଶଳା ଭିଣୋଇ ଏହି ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ପ୍ରଫୁଲ୍ଲ ରାଉତ(ଶଳା) ଓ କୋଚିଲା ଗ୍ରାମର ମଣି ଅରିସଲ(ଭିଣେଇ)। ଏହି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲର ଭାଇ ମନୋଜ ରାଉତ ଏବେ ବି ଫେରାର ରହିଥିବା ଅଭିଯୁକ୍ତ ବାପା ସୁବଲ ରାଉତଙ୍କ ମୃତ୍ୟୁ ଘଟିଥିଲା।

ମାମଲାରୁ ପ୍ରକାଶ ଯେ, ବୃନ୍ଦାବନ ଟାଙ୍ଗି ପୃତ୍ତ ବଙ୍ଗଳାରୁ ରାତ୍ରି ଜଗୁଆଳ ଭାବେ କାମ କରି ଅବସରଗ୍ରହଣ କରିଥିଲେ। ତାଙ୍କ ସାନ ଭାଇ ସୁବଳ ରାଉତ ସହ ଜମିଜମା ବିବାଦ ରହିଥିଲା। ଏନେଇ ଉଭୟ ପରିବାର ତିକ୍ତତା ରହିଥିଲା। ତାଙ୍କୁ ସବୁ ଦିନ ପାଇଁ ଜୀବନରୁ ହଟାଇବା ପାଇଁ ସୁବଳଙ୍କ ଦୁଇ ପୁଅ ଅଭିଯୁକ୍ତ ପ୍ରଫୁଲ୍ଲ ଏବଂ ଫେରାର ଅଭିଯୁକ୍ତ ମନୋଜ ଷଡ଼ଯନ୍ତ୍ର କରିଥିବା ବେଳେ ପ୍ରଫୁଲ୍ଲ ଶଳା ଅଭିଯୁକ୍ତ ମଣି ସହଯୋଗ କରିଥିଲେ। ୨୦୧୧ ଏପ୍ରିଲ ମାସ ପଣା ସଂକ୍ରାନ୍ତି ରାତିରେ ବୃନ୍ଦାବନ ଦାଣ୍ଡ ପିଣ୍ଡାରେ ଶୋଇଥିଲେ। ସେଠାରୁ ତାଙ୍କୁ ହତ୍ୟା ପରେ ଘୋଷାଡ଼ି ନେଇ ରେଳଧାରଣା କଡ଼ରେ ଫୋଫାଡି ଦେଇଥିଲେ।
୧୪ତାରିଖରେ ମୃତକଙ୍କ ବୋହୂ ପ୍ରତିମା ରାଉତ ତାଙ୍କ ଶଶୁରଙ୍କୁ କେହି ଦୁର୍ବୃତ୍ତ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ରେଳ ଧାରଣାରେ ଫୋଫାଡ଼ି ଚାଲିଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ବିଭିନ୍ନ ଦଫାରେ କେସ୍‌ ନଂ ୬୪/୧୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୋଲିସ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଏହି ମାମଲା ବିଚାରାଧୀନ ରହିଥିଲା।
ଆଜି ଏହି ମାମଲାର ଶୁଣାଣି କରି ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ ୨୭ଜଣ ସାକ୍ଷ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ଦ୍ବୟଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ଓ ସ୍ବତନ୍ତ୍ର ପ୍ଲବିକ ପ୍ରସିକ୍ୟୁଟର ରଜନୀକାନ୍ତ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।

Dharitri – Odisha’s No.1 Trusted Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରଙ୍କ ଉପରେ ଶନି-ରାହୁଙ୍କ ଛାୟା! ୨୮ ଅଗଷ୍ଟରୁ ୪ ରାଶିଙ୍କ ପାଇଁ ବଢ଼ିପାରେ ଅସୁବିଧା, ଲାଗିବ ବଡ଼ ଝଟକା…

ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ରଗ୍ରହଣକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ଜ୍ୟୋତିଷ ଦୃଷ୍ଟିରୁ ପ୍ରଭାବଶାଳୀ ଘଟଣା ଭାବରେ ବିବେଚନା କରାଯାଏ । ୨୦୨୬ ମସିହାର ଶେଷ ଚନ୍ଦ୍ରଗ୍ରହଣ…

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ଘର ଭାଙ୍ଗିଦେଇଛି ପ୍ରଶାସନ, ହସ୍ପିଟାଲରେ ମୃତଦେହ

ବଲାଙ୍ଗୀର,୯।୮(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକର ତବଲବାଞ୍ଜି ଗାଁରେ ବିସ୍ଥାପନର ଏକ କରୁଣ ଚିତ୍ର ଲୋକଲୋଚନକୁ ଆସିଛି। ଦୁର୍ଘଟଣାରେ ଗୁରୁତର ଆହତ…

Mettle Meet 2026: ଆଜି ଗ୍ରାଣ୍ଡ୍‌ ଫିନାଲେ, ମୁହାଁମୁହିଁ ହେବେ ୮ ଲେଖାଏ ଟିମ୍‌

ଭୁବନେଶ୍ୱର,୯।୮(ବନ୍ଦନା ସେଠୀ/ସୁଚିସ୍ମିତା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି…

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri