କାର୍ତ୍ତିକ ପ୍ରଥମ ସୋମବାର: ସ୍ବପ୍ନେଶ୍ବର ମହାଦେବ ମନ୍ଦିରରେ ୧୦୮ ରୁଦ୍ରାଭିଷେକ

ପୁରୁଷୋତ୍ତମପୁର,୨୧।୧୦(ସିମାଞ୍ଚଳ ମିଶ୍ର): ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର। ଏହି ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ପ୍ରତଷ୍ଠିତ ସ୍ବପ୍ନେଶ୍ବର ମହାଦେବ ମନ୍ଦିର ପରିଶରରେ ଶନିଦେବ ଓ ଲକ୍ଷ୍ମୀନାରାୟଣଙ୍କ ବିଗ୍ରହ ସ୍ଥାପନା ସାଙ୍ଗକୁ ୧୦୮ ରୁଦ୍ରାଭିଷେକ ସହ ୧୦୮ ଶିବ ଲିଙ୍ଗ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି ।
ଏଥିଲାଗି ସମଗ୍ର ସହରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଭୋରରୁ ସ୍ବପ୍ନେଶ୍ବରଙ୍କ ପୂଜାର୍ଚ୍ଚନା କରାଯିବା ପରେ ରୁଦ୍ରାଭିଷେକ ଓ ଶିବ ଲିଙ୍ଗ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହିକାର୍ଯ୍ୟକ୍ରମରେ ମୁଖ୍ୟ ପଣ୍ଡିତ ଭାବେ ବିଳାଶପୁର ଗ୍ରାମର ପଣ୍ଡିତ ବିଷାରଦ ସିମାଞ୍ଚଳ ତ୍ରୀପାଠି ଓ ବିଜୟ ତ୍ରୀପାଠୀ ଯୋଗଦେଇଥିବାବେଳେ  ଜିଲାର ବିଭିନ୍ନ ସ୍ଥାନରୁ ୧୩୦ ଜଣ ପଣ୍ଡିତ ପୂଜାର୍ଚ୍ଚନା କରିଥିଲେ ।
ପୂଜା ଦାୟିତ୍ୱରେ  ୧୦୮ ଜଣ କର୍ତ୍ତା ରହିଛନ୍ତି । ବିଶ୍ବର  କଲ୍ୟାଣ ସହ ପୁରୁଷୋତ୍ତମପୁର ଅଞ୍ଚଳର ମଙ୍ଗଳଲାଗି ସ୍ବପ୍ନେଶ୍ବର ମନ୍ଦିର ପରିତାଳନାକମିଟି ପକ୍ଷରୁ ଏଭଳି ଏକଦିନାତ୍ମକ ରୁଦ୍ରାଭିଶେଖ କାର୍ଯ୍ୟକ୍ରମ ହୋଇଛି।  ଏହି ରୁଦ୍ରାଭିଷେଖ ସହ ହୋମଯଜ୍ଞ ଅନୁଷ୍ଠିତ ହୋଇଛି । ହଜାର ହଜାର ଭକ୍ତ ସ୍ବପ୍ନେଶ୍ବରଙ୍କ ଦର୍ଶନକରିବା ସହ ଆର୍ଶିବାଦ ଭିକ୍ଷାକରିଛନ୍ତି । ଏହି କାର୍ଯ୍ୟକ୍ରମକୁ ରଘୁନାଥ ମହାରଣା, ରାଜେନ୍ଦ୍ର ଶାସମଲ, ସୂର୍ଯ୍ୟନାରାୟଣ ସେନାପତି, ରାମଚନ୍ଦ୍ର ବେହେରା ଓ ରାଜୁ ବେହେରାଙ୍କ ସମେତ ସମସ୍ତ ସଭ୍ୟ ପରିଚାଳନା କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କୁଚେଇଯୋର ନିକଟରେ ଓଲଟିଲା ଫ୍ଲାଏ ଆସ୍ ବୋଝେଇ ହାଇୱା: କ୍ୟାବିନ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ, ଯାତାୟାତ ଠପ୍

ଲାଞ୍ଜିଗଡ଼,୧୯।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥର କୁଚେଇଯୋର (ଡେଙ୍ଗେନ୍)…

ଚାମେଲିଙ୍କ ଭାଇଙ୍କୁ ବି ମିଳିଲା ଜାମିନ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିବା ତିଖିରି ସରପଞ୍ଚ ଚାମେଲି…

ଗିରିଜାଶଙ୍କରଙ୍କ ବିବାହ ସମ୍ପନ୍ନ

ପାଟଣା,୧୯ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ତୁରୁମୁଙ୍ଗା ଗିରିଜାଶଙ୍କର ମନ୍ଦିର ପରିସରରେ ଗୁରୁବାର ରାତିରେ ଦେବ ଦମ୍ପତ୍ତିଙ୍କ ବିବାହ (ଶିବ ବିବାହ ଓ ଶୀତଳଷଷ୍ଠୀ) ଉତ୍ସବ…

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଜାତୀୟ ସ୍ତରରେ କୃତିତ୍ୱ ହାସଲ କଲେ ଶିବ

ଛତ୍ରପୁର,୧୯ା୬(ଦିଲୀପ ସାମଲ): ଜାତୀୟ ସ୍ତରରେ ଆୟୋଜିତ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଆ ଯୁବକ। ସେ ହେଲେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଲିଆବାଦ ଗ୍ରାମର ଶିବ…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା: ଅଗଷ୍ଟ ୧୯ରୁ ସମ୍ପୂର୍ଣ୍ଣ ବନ୍ଦ କରି ଦେବାକୁ ନିଷ୍ପତ୍ତି…

ବରଗଡ଼,୧୯।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ। ଆସନ୍ତା ଅଗଷ୍ଟ ୧୯ରୁ ଏହାକୁ ସମ୍ପୂର୍ଣ୍ଣଭାବେ ବନ୍ଦ…

ଜମି ବିବାଦରୁ ବାପପୁଅଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ପାରଳାଖେମୁଣ୍ଡି,୧୯ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାରିଆପଲ୍ଲୀ ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ରକରି ଗୁରୁବାର ରାତିରେ ଗ୍ରାମର ଗୋଟିଏ ପରିବାରର ବାପପୁଅଙ୍କ ଉପରେ ମରଣାନ୍ତକ…

ଜଗନ୍ନାଥପୁର ପଞ୍ଚାୟତକୁ ଆଇଏସ୍‌ଓ ୯୦୦୧:୨୦୧୫ ମାନ୍ୟତା

ଲାଞ୍ଜିଗଡ଼,୧୯ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକର ଜଗନ୍ନାଥପୁର ଗ୍ରାମପଞ୍ଚାୟତ ରାଜ୍ୟ ସରକାରଙ୍କ ଦ୍ୱାରା ଆଇଏସ୍‌ଓ ୯୦୦୧ : ୨୦୧୫ ମାନ୍ୟତା ସହିତ ପ୍ରମାଣପତ୍ର ପ୍ରାପ୍ତ କରିଛି। ଏହି…

ରୟାଲ୍ ଏନଫିଲ୍ଡର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ‘Flying Flea C6’ ଲଞ୍ଚ୍: ଜାଣନ୍ତୁ ଦମଦାର୍ ଫିଚର୍ସ-ମୂଲ୍ୟ

ନୂଆଦିଲ୍ଲୀ,୧୯।୬: ଭାରତୀୟ ବାଇକ୍ ନିର୍ମାତା କମ୍ପାନୀ ରୟାଲ୍ ଏନଫିଲ୍ଡର ନୂଆ ଇଲେକ୍ଟ୍ରିକ୍ ବ୍ରାଣ୍ଡ୍ ‘Flying Flea’ ଏହାର ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲ୍ Flying Flea C6 ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri