୧୯୨୦ ବୋତଲ କଫ ସିରପ୍‌ ଜବତ : ୫ ଗିରଫ

ସୋନପୁର/ତରଭା,୧।୪(ନି.ପ୍ର./ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ତରଭା ଥାନା ପୋଲିସ ଏକ ବଡ ଧରଣର ବେଆଇନ୍‌ କଫ ସିରପ୍‌ ନେଟଓ୍ବାର୍କିଂକୁ ଭେଦ କରିଛି। ଖାରୀ ନିକଟରେ ତରଭା ପୋଲିସ ଶୁକ୍ରବାର ଚଢାଉ କରି ୧୨ ପେଟି ଏସକଫ କମ୍ପାନୀର କଫ ସିରପ୍‌ ଜବତ କରିଛି। ପେଟିରେ ୧୦୦ମିଲିଲିଟର ବିଶିଷ୍ଟ ମୋଟ ୧୯୨୦ ବୋତଲ କଫ ସିରପ୍‌ ଥିଲା। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ। ଏହା ସହିତ ବେଆଇନ କଫ ସିରପ୍‌ କାରବାରରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲା ତରଭା ଥାନା ବଲାଡି ଗ୍ରାମର ଦେବେନ୍ଦ୍ର ପାତ୍ର(୨୬), ପୁରୀ ଜିଲା ଗୋପ ଥାନା ବେଗୁନିଆ ଗ୍ରାମର ପ୍ରଶାନ୍ତ ନାୟକ(୨୬), ନୟାଗଡ ଜିଲା ଓଡଗାଁ ଥାନା କୋମଣ୍ଡା ଗ୍ରାମର ଶୁଶାନ୍ତ ସେଠୀ(୩୨), ବଲାଙ୍ଗୀର ଜିଲା ସଇଁତଳା ଥାନା ଗଣ୍ଡାପତରାପାଲି ଗ୍ରାମର ସୁଶାନ୍ତ ଡାଙ୍ଗ(୨୩), ସଇଁତଳା ଥାନା କୁଇକେଡା ଗ୍ରାମର ଦେବାଶିଷ ଛତ୍ରିଆ(୨୪)। ଗିରଫ ଅଭିଯୁକ୍ତ ମାନଙ୍କଠାରୁ ଗୋଟିଏ ପିକଅପ୍‌ ଭ୍ୟାନ, ଗୋଟିଏ ହୁଣ୍ଡାଇ ଇଓନ କାର ଓ ୫ଟି ମୋବାଇଲ ଜବତ କରାଯାଇଛି। ଏହି କଫ ସିରପ୍‌ ନିଶା କାରବାରରେ ବଡ ର଼୍ୟାକେଟ୍‌ କାମ କରୁଛି। ମାମଲାର ତଦନ୍ତ ଜାରି ରହିଥିବା ଏସ୍‌ପି ଅମରେଶ କୁମାର ପଣ୍ଡା ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପଶ୍ଚିମ ଓଡିଶାରେ କେତେକ କମ୍ପାନୀର କଫ ସିରପ୍‌ରେ ବ୍ୟାପକ ବେଆଇନ କାରବାର ଚାଲିଛି। ଏଥିରେ ନିଶାଥିବାରୁ ଲୋକେ ଏହାକୁ ନିଶା ଭାବେ ପିଉଛନ୍ତି। ଶସ୍ତାରେ ଏବଂ ସହଜରେ ଉପଲବ୍ଧ ହେଉଥିବା ଏହି ନିଶା ପାଇଁ ଆନ୍ତଃରାଜ୍ୟ ର଼୍ୟାକେଟ୍‌ କାର୍ଯ୍ୟ କରୁଛି। ଦୁଇ ସପ୍ତାହ ପୂର୍ବରୁ ବଲାଙ୍ଗୀରରେ ବଡ ଧରଣର ଚଢାଉ ହୋଇଥିଲା । ତେଣୁ ସେଠାକାର ନିଶା ବ୍ୟବସାୟୀମାନେ ବଲାଙ୍ଗୀର ଜିଲା ସୀମାକୁ ଲାଗିଥିବା ସୁବର୍ଣ୍ଣପୁର ଜିଲାର ତରଭା ଅଞ୍ଚଳରେ କଫ ସିରପ୍‌ ଗଚ୍ଛିତ ରଖି ସେମାନଙ୍କ ବ୍ୟବସାୟ ଚଳାଉଥିବା ପୋଲିସ ସୂଚନା ଦେଇଛି। ବ୍ୟବସାୟୀ ପ୍ରଶାନ୍ତ ଓ ସୁଶାନ୍ତ ପିକଅପ୍‌ ଭ୍ୟାନ୍‌ ନଂ ଓଡି୦୨ବିଏନ-୯୨୧୨ରେ କଫ ସିରପ୍‌ ଆଣି ଖାରୀ ନିକଟସ୍ଥ ସରସ୍ବତୀ ଶିଶୁ ମନ୍ଦିର ପଛ ପାର୍ଶ୍ୱରେ ଅନଲୋଡ କରୁଥିଲେ। ବଲାଡି ଗାଁର ଦେବେନ୍ଦ୍ର ଏହି କଫ ସିରପ୍‌ ମଗାଇ ଥିଲେ। ଅଭିଯୁକ୍ତ ସୁଶାନ୍ତ ଓ ଦେବାଶିଷ ଏଥିରେ ସହଯୋଗ କରୁଥିଲେ ବୋଲି ଏସ୍‌ପି ପଣ୍ଡା କହିଛନ୍ତି । ଏହି ଘଟଣାରେ ଅଭିଯୁକ୍ତଙ୍କଠାରୁ ହୁଣ୍ଡାଇ ଇଓନ କାର ନଂ ଓଡି୦୩ବି-୨୨୫୫ ଜବତ କରାଯାଇଛି । ୧୦୦ମି.ଲି.ଏସ୍‌କଫ କଫ ସିରପ୍‌ ବୋତଲର ସର୍ବୋଚ୍ଚ ଖୁଚୁରା ଦର ୪୫ ଟଙ୍କା ଥିବା ବେଳେ ନିଶାସକ୍ତ ବ୍ୟକ୍ତିଙ୍କୁ ବ୍ୟବସାୟୀ ମାନେ ୪୦୦ ରୁ ୫୦୦ଟଙ୍କାରେ ବିକ୍ରି କରୁଛନ୍ତି ବୋଲି ଜଣାପଡିଛି। ପୋଲିସ ଏସ.ଆଇ ଆରତୀ କହଁରଙ୍କ ଅଭିଯୋଗ କ୍ରମେ ତରଭା ଥାନାରେ ୬୫/୩୧ ମୂଳେ ୨୧(ବି)/୨୯ ଏନଡିପିସି ଆକ୍ଟରେ ମାମଲା ରୁଜୁ ହୋଇଛି। ଶନିବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ। ଖବରଦାତା ସମ୍ମିଳନୀରେ ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି ଓ ତରଭା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri