ଭତ୍ତା ପାଇଁ ଟ୍ରାଇ ସାଇକେଲରେ ୧୮ କି.ମି.

ଚମ୍ପୁଆ,୧୪।୧୦(ଡି.ଏନ.ଏ.)-ସରକାର ଅସହାୟଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଏହାର ସୁଫଳ ପ୍ରକୃତ ହିତାଧିକାରୀମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଦିବ୍ୟାଙ୍ଗ ଅସହାୟମାନେ ଭତ୍ତା ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟରେ ନେହୁରା ହେଉଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଉ ନ ଥିବା ଦୃଷ୍ଟିକୁ ଆସିଛି। ଶେଷରେ ଏକ ଅସହାୟ ଦମ୍ପତି ବିଭାଗୀୟ ଅଧିକାରୀଙ୍କୁ ଭେଟିବା ପାଇଁ ଟ୍ରାଇସାଇକେଲରେ ୧୮ କି.ମି. ଆସିଥିଲେ। ଦିବ୍ୟାଙ୍ଗ ସ୍ବାମୀ ଟ୍ରାଇସାଇକେଲରେ ବସିଥିବା ବେଳେ ସ୍ତ୍ରୀ ପଛରୁ ଠେଲୁଥିବା ଦେଖିବାକୁ ମିଳିଥିଲା।
ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ବଡ଼ନଈ ଅଞ୍ଚଳରେ। ଦୁଲୁମ ଚାତମ୍ଭା ୮ ମାସ ପୂର୍ବେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ଡାହାଣ ଗୋଡ଼ ଓ ବାମହାତ ଦୁଇଟି ଅଚଳ ହୋଇପଡ଼ିଥିଲା। ସେବେଠାରୁ ଦୁଲୁମ କୌଣସି କାମ କରିପାରୁନାହାନ୍ତି। ୭ ପିଲାଙ୍କୁ ମିଶାଇ ୯ ପ୍ରାଣୀ କୁଟୁମ୍ବ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଗଣ୍ଡାକ ତାଙ୍କ ପାଇଁ ଯଥେଷ୍ଟ ହେଉନି। ଫଳରେ ସେ ଭତ୍ତା ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟରେ ଯାଇ ନିରାଶ ହୋଇଫେରୁଥିଲେ। ଶେଷରେ ଦୁଲୁମ ଓ ତାଙ୍କ ସ୍ତ୍ରୀ ଚମ୍ପୁଆ ବିଡିଓଙ୍କୁ ଦେଖାକରି ଗୁହାରି କରିବାକୁ ସ୍ଥିର କରିଥିଲେ। ସୋମବାର ସକାଳୁ ଗ୍ରାମର ଜଣେ ଦିବ୍ୟାଙ୍ଗଠାରୁ ଟ୍ରାଇସାଇକେଲ ମାଗି ଆଣି ସ୍ତ୍ରୀଙ୍କ ସହାୟତାରେ ସକାଳ ୫ଟାରୁ ଚମ୍ପୁଆରୁ ବାହାରିଥିଲେ। ୫ ଘଣ୍ଟା ପରେ ୧୮ କି.ମି. ଦୂର ଚମ୍ପୁଆରେ ପହଞ୍ଚତ୍ଥିଲେ। ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନାଭ ବେହେରାଙ୍କ ପାଖରେ ପହଞ୍ଚାଇ ଦେଇଥିଲେ। ଅଧିକାରୀ ବେହେରା ତାଙ୍କ ସହିତ ଆଲୋଚନା କରି ଭତ୍ତା କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଦୁଲୁମଙ୍କୁ ବ୍ଲକ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ସାଇକେଲ ଦିଆଯିବା ସହ ଫେରିବା ଲାଗି ଗାଡ଼ି ବ୍ୟବସ୍ଥା କରାଯାଇଥିଲା। ଏ ସମ୍ପର୍କରେ ଅଧିକାରୀ ବେହେରା କହିଛନ୍ତି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ମାଧ୍ୟମରେ ଅନ୍‌ଲାଇନ ଦ୍ୱାରା ଦରଖାସ୍ତ କରାଯାଇ ତାଙ୍କ ଭତ୍ତା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri