ସାନଘାଗରା ନିକଟରେ ୧୬ ଟିକିଆ ହାତୀପଲ

କେନ୍ଦୁଝର,୮ା୪ (ସ୍ବ.ପ୍ର.) ପ୍ରସିଦ୍ଧ ସାନଘାଗରା ଜଳ ପ୍ରପାତକୁ ପର୍ଯ୍ୟଟକଙ୍କ ଆଗମନ ବଢୁଛି। ଜଳପ୍ରପାତ ବୁଲିବା ସହ ପ୍ରାକୃତିକ ପରିବେଶ ଓ ବୋଟିଂର ମଜା ଉଠାଉଛନ୍ତି। ତେବେ କିଛି ଦିନ ହେଲା ଜଳପ୍ରପାତ ନିକଟ ଜଙ୍ଗଲରେ ୧୬ ଟିକିଆ ହାତୀ ପଲ ରହୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ ବିଭାଗ ସୂତ୍ରରୁ ଜଣାପଡିଛି ଯେ, ୧୬ ହାତୀ ମଧ୍ୟରେ ୩ ଦନ୍ତା ଥିବା ବେଳେ ୯ ମାଈ ହାତୀ ଓ ୪ ଛୁଆ ହାତୀ ଅଛନ୍ତି। ସେମାନେ ଦିନ ବେଳା ଉକ୍ତ ଜଙ୍ଗଲରେ ଛପି ରହୁଥିବା ବେଳେ ରାତିରେ ବାହାରି ଆଖପାଖ ଅଞ୍ଚଳରେ ଉପଦ୍ରବ କରୁଥିବାରୁ ଆଖପାଖ ଅଞ୍ଚଳର ଲୋକ ମାନେ ଭୟଭୀତ ହୋଇ ପଡୁଛନ୍ତି।
ଘଞ୍ଚ ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ ଅଞ୍ଚଳ ମଧ୍ୟରେ ସାନଘାଗରା ଜଳପ୍ରପାତ ଅଞ୍ଚଳ ରହିଥିବାରୁ ହାତୀ ମାନେ ଚାଲିଆସିବା ସମ୍ଭାବନା ରହୁଛି। ଫଳରେ ଅଘଟଣ ଘଟିବା ଆଶଙ୍କା ଥିବାରୁ ଅନେକ ଭୟଭୀତ ହୋଇ ପଡୁଛନ୍ତି। ତେବେ ସେଭଳି କାୈଣସି ସତର୍କତା ସୂଚନା ଦିଆଯାଇନଥିବାରୁ ଅନେକ ପର୍ଯ୍ୟଟକ ଏନେଇ ଅବଗତ ନ ଥିବା ବେଳେ ସେଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ସ୍ଥାନୀୟ ଲୋକ ଚିନ୍ତା ବ୍ୟକ୍ତ କରୁଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ସେମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି ା ଏନେଇ ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅଧିକାରୀ ମାନସ ମୁର୍ମୁ କହିଛନ୍ତି, ହାତୀ ମାନଙ୍କ ଗତିବିଧି ନିରୀକ୍ଷଣ କରିବା ପାଇଁ ବନ ବିଭାଗ କର୍ମୀ ନିୟୋଜିତ ହୋଇଛନ୍ତି ା ଦିନରେ ବାହାରକୁ ଆସୁ ନ ଥିବାରୁ କାୈଣସି ବିପଦ ନାହିଁ ା
ଏଠାରେ ସୂଚନା ଯୋଗ୍ୟ, ବ୍ୟାପକ ଖଣିଖନନ ଓ ଜଙ୍ଗଲ ନଷ୍ଟ ସାଙ୍ଗକୁ ବହୁ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକା ଚଳାଚଳ, ସେମାନଙ୍କ ଉଜ୍ଜ୍ୱଳ ଆଲୋକ ଓ ବିକଟାଳ ହର୍ନ ଆଦି କାରଣରୁ ଉକ୍ତ ଅଞ୍ଚଳରେ ହାତୀ ପଲ ସୁବିଧାରେ ବିଚରଣ କରିପାରୁନାହାନ୍ତି। ଅନେକ ସମୟରେ ଖାଦ୍ୟ ପାଇଁ ଏଣେ ତେଣେ ଘୁରି ବୁଲୁଥିବା ବେଳେ ପଥ ଭ୍ରଷ୍ଟ ହୋଇ ଜନବାସତି ମୁହାଁ ହୋଇ କ୍ଷୟକ୍ଷତି ଘଟାଉଛନ୍ତି। ଏପରିକି ବନ ବିଭାଗ ପକ୍ଷରୁ ବିଭିନ୍ନ ରାସ୍ତାରେ ହାତୀ ଚଲାପଥର ସତର୍କତା ଫଳକ ଲଗାଇବା ସହ ଏହା ନିକଟରେ ଗାଡି ପାର୍କିଂ ନେଇ କଟକଣା ଲଗାଯାଇଥିଲେ ହେଁ ସେସବୁ ଠିକ ଭାବେ ପାଳନ ହେଉ ନ ଥିବା ଅଭିଯୋଗ ହେଉଛି। ଫଳରେ ହାତୀ ମାନେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯିବା ଆସିବା କରିପାରୁନାହାନ୍ତି। ସେହିପରି କାଇପୁର ଗ୍ରାମ ନିକଟରେ ଜଙ୍ଗଲ ଜମିରେ ଏବଂ ହାତୀ ଚଲାପଥ ନିକଟରେ ଟ୍ରକ ପାର୍କିଂ ଚାଲୁଥିଲେ ହେଁ ବନ ବିଭାଗ ଜମି ଯାଞ୍ଚ କରି ବିନା କାର୍ଯ୍ୟାନୁଷ୍ଠାନରେ ଚୁପଚାପ ବସିଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଏଣୁ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଉଭୟ ମଣିଷ, ପର୍ଯ୍ୟଟକ ତଥା ହାତୀ ମାନଙ୍କ ସୁରକ୍ଷା କରିବାକୁ ପରିବେଶବିତ ମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri