ସାନଘାଗରା ନିକଟରେ ୧୬ ଟିକିଆ ହାତୀପଲ

କେନ୍ଦୁଝର,୮ା୪ (ସ୍ବ.ପ୍ର.) ପ୍ରସିଦ୍ଧ ସାନଘାଗରା ଜଳ ପ୍ରପାତକୁ ପର୍ଯ୍ୟଟକଙ୍କ ଆଗମନ ବଢୁଛି। ଜଳପ୍ରପାତ ବୁଲିବା ସହ ପ୍ରାକୃତିକ ପରିବେଶ ଓ ବୋଟିଂର ମଜା ଉଠାଉଛନ୍ତି। ତେବେ କିଛି ଦିନ ହେଲା ଜଳପ୍ରପାତ ନିକଟ ଜଙ୍ଗଲରେ ୧୬ ଟିକିଆ ହାତୀ ପଲ ରହୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ ବିଭାଗ ସୂତ୍ରରୁ ଜଣାପଡିଛି ଯେ, ୧୬ ହାତୀ ମଧ୍ୟରେ ୩ ଦନ୍ତା ଥିବା ବେଳେ ୯ ମାଈ ହାତୀ ଓ ୪ ଛୁଆ ହାତୀ ଅଛନ୍ତି। ସେମାନେ ଦିନ ବେଳା ଉକ୍ତ ଜଙ୍ଗଲରେ ଛପି ରହୁଥିବା ବେଳେ ରାତିରେ ବାହାରି ଆଖପାଖ ଅଞ୍ଚଳରେ ଉପଦ୍ରବ କରୁଥିବାରୁ ଆଖପାଖ ଅଞ୍ଚଳର ଲୋକ ମାନେ ଭୟଭୀତ ହୋଇ ପଡୁଛନ୍ତି।
ଘଞ୍ଚ ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ ଅଞ୍ଚଳ ମଧ୍ୟରେ ସାନଘାଗରା ଜଳପ୍ରପାତ ଅଞ୍ଚଳ ରହିଥିବାରୁ ହାତୀ ମାନେ ଚାଲିଆସିବା ସମ୍ଭାବନା ରହୁଛି। ଫଳରେ ଅଘଟଣ ଘଟିବା ଆଶଙ୍କା ଥିବାରୁ ଅନେକ ଭୟଭୀତ ହୋଇ ପଡୁଛନ୍ତି। ତେବେ ସେଭଳି କାୈଣସି ସତର୍କତା ସୂଚନା ଦିଆଯାଇନଥିବାରୁ ଅନେକ ପର୍ଯ୍ୟଟକ ଏନେଇ ଅବଗତ ନ ଥିବା ବେଳେ ସେଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ସ୍ଥାନୀୟ ଲୋକ ଚିନ୍ତା ବ୍ୟକ୍ତ କରୁଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ସେମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି ା ଏନେଇ ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅଧିକାରୀ ମାନସ ମୁର୍ମୁ କହିଛନ୍ତି, ହାତୀ ମାନଙ୍କ ଗତିବିଧି ନିରୀକ୍ଷଣ କରିବା ପାଇଁ ବନ ବିଭାଗ କର୍ମୀ ନିୟୋଜିତ ହୋଇଛନ୍ତି ା ଦିନରେ ବାହାରକୁ ଆସୁ ନ ଥିବାରୁ କାୈଣସି ବିପଦ ନାହିଁ ା
ଏଠାରେ ସୂଚନା ଯୋଗ୍ୟ, ବ୍ୟାପକ ଖଣିଖନନ ଓ ଜଙ୍ଗଲ ନଷ୍ଟ ସାଙ୍ଗକୁ ବହୁ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକା ଚଳାଚଳ, ସେମାନଙ୍କ ଉଜ୍ଜ୍ୱଳ ଆଲୋକ ଓ ବିକଟାଳ ହର୍ନ ଆଦି କାରଣରୁ ଉକ୍ତ ଅଞ୍ଚଳରେ ହାତୀ ପଲ ସୁବିଧାରେ ବିଚରଣ କରିପାରୁନାହାନ୍ତି। ଅନେକ ସମୟରେ ଖାଦ୍ୟ ପାଇଁ ଏଣେ ତେଣେ ଘୁରି ବୁଲୁଥିବା ବେଳେ ପଥ ଭ୍ରଷ୍ଟ ହୋଇ ଜନବାସତି ମୁହାଁ ହୋଇ କ୍ଷୟକ୍ଷତି ଘଟାଉଛନ୍ତି। ଏପରିକି ବନ ବିଭାଗ ପକ୍ଷରୁ ବିଭିନ୍ନ ରାସ୍ତାରେ ହାତୀ ଚଲାପଥର ସତର୍କତା ଫଳକ ଲଗାଇବା ସହ ଏହା ନିକଟରେ ଗାଡି ପାର୍କିଂ ନେଇ କଟକଣା ଲଗାଯାଇଥିଲେ ହେଁ ସେସବୁ ଠିକ ଭାବେ ପାଳନ ହେଉ ନ ଥିବା ଅଭିଯୋଗ ହେଉଛି। ଫଳରେ ହାତୀ ମାନେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯିବା ଆସିବା କରିପାରୁନାହାନ୍ତି। ସେହିପରି କାଇପୁର ଗ୍ରାମ ନିକଟରେ ଜଙ୍ଗଲ ଜମିରେ ଏବଂ ହାତୀ ଚଲାପଥ ନିକଟରେ ଟ୍ରକ ପାର୍କିଂ ଚାଲୁଥିଲେ ହେଁ ବନ ବିଭାଗ ଜମି ଯାଞ୍ଚ କରି ବିନା କାର୍ଯ୍ୟାନୁଷ୍ଠାନରେ ଚୁପଚାପ ବସିଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଏଣୁ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଉଭୟ ମଣିଷ, ପର୍ଯ୍ୟଟକ ତଥା ହାତୀ ମାନଙ୍କ ସୁରକ୍ଷା କରିବାକୁ ପରିବେଶବିତ ମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?