Advertisement
Posted inଜାତୀୟ

୭୨ ଏନ୍‌କାଉଣ୍ଟରରେ ୧୭୭ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି

ଶ୍ରୀନଗର, ୧୭।୯: ଚଳିତ ବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ୧୭ ସୁଦ୍ଧା ଗତ ୯ ମାସ ମଧ୍ୟରେ ଆତଙ୍କବାଦ ବିରୋଧୀ ଅପରେଶନରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିିଳିଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ୭୨ ଏନ୍‌କାଉଣ୍ଟରରେ ୧୭୭ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଶ୍ରୀନଗରରେ ହୋଇଥିବା ୭ ସର୍ଚ୍ଚ ଅପରେଶନ୍‌ରେ ୧୬ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିବା ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ୍‌ ସିଂ ଗୁରୁବାର ସୂଚନା ଦେଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ କେତେକ ବିଦେଶୀ ଆତଙ୍କବାଦୀ ରହିଛନ୍ତି। ସେମାନଙ୍କର ପାକିସ୍ତାନ ସହିତ ଲିଙ୍କ୍‌ ଥିବା ଜଣାପଡ଼ିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ସୈନ୍ୟ ବାହିନୀର ସହଯୋଗ ଆତଙ୍କବାଦୀଙ୍କୁ ମିଳୁଛି। ସେହିପରି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆତଙ୍କବାଦୀଙ୍କୁ ଆବଶ୍ୟକ ତାଲିମ୍‌ ଯୋଗାଇ ଦେଉଥିବା ଅଭିଯୋଗ ମଧ୍ୟ ହେଉଛି। ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନାଙ୍କ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୬ରୁ ଜଣେ ଶିଶୁଙ୍କର ଜନ୍ମର ପ୍ରଥମ ବର୍ଷରେ ଘଟୁଛି ମୃତ୍ୟୁ, ରିପୋର୍ଟ…

ନୂଆଦିଲ୍ଲୀ, ୪।୬ : ଗତ କିଛି ଦଶନ୍ଧି ମଧ୍ୟରେ ଦେଶରେ ଶିଶୁ ମୃତ୍ୟୁହାରରେ ହ୍ରାସ ଘଟିଛି। ସରକାରୀ ପରିସଂଖ୍ୟାନ ଅନୁଯାୟୀ ଭାରତର ପ୍ରତି ୩୬ ଶିଶୁଙ୍କ...

ଆସିଲା କରୋନାର ତୃତୀୟ ଲହର, ଏକ ସପ୍ତାହରେ ୩ ଗୁଣା ସଂକ୍ରମଣ

ନୂଆଦିଲ୍ଲୀ,୩ ।୧: କରୋନାର ସଂକ୍ରମଣକୁ ଦେଖି ପ୍ରାୟ ସମସ୍ତ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଅନ୍ୟ କଟକଣା ବି ଲାଗୁ କରାଯାଇଛି । ଏହାପରେ ବି...

ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୭: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ -୨ର ସଫଳ ଉତ୍‌କ୍ଷେପଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ...

ପ୍ରଥମ ଗେଟ୍‌ ବନ୍ଦ, ଦୁଇ ନମ୍ବର ଗେଟ୍‌ରେ ପ୍ରବେଶ କଲେ ରାଜ୍ୟପାଳ

କୋଲକତା,୫।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦିପ ଧନକରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ପୁଣିଥରେ ଦେଖିବାକୁ ମିଳିଛି। ଗୁରୁବାର ରାଜ୍ୟପାଳ...

ଦେଶରେ ତୃତୀୟ ଲହର ଆସିବା ଆଶଙ୍କା କମ୍‌…

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଏନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ୍‌ ଗୁଲେରିଆ କହିଛନ୍ତି ଯେ, ଦେଶରେ କରୋନାର ତୃତୀୟ ଲହର ଆସିବା...

ହେପାଟାଇଟିସ୍‌ ଔଷଧରେ ଭଲ ହେବ କରୋନା

ରୋହତକ, ୩୦।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଭିନ୍ନ ଔଷଧ ସମ୍ପର୍କରେ ଚର୍ଚ୍ଚା ଜାରି...

ସ୍ତ୍ରୀ ରୋଜଗାର କରୁଥିଲେ ବି ସ୍ବାମୀ ଦେବେ ଭରଣପୋଷଣ…

ନୂଆଦିଲ୍ଲୀ, ୨୩।୧୨: ରୋଜଗାର କରୁଥିବା ସ୍ତ୍ରୀଙ୍କୁ ମଧ୍ୟ ସ୍ବାମୀ ଭରଣପୋଷଣ ଦେବାକୁ ବାଧ୍ୟ। ଏହାକୁ ମନା କରିବା ଲାଗି ନ୍ୟାୟିକ ପୃଷ୍ଠଭୂମି ନାହିଁ ବୋଲି ଦିଲ୍ଳୀ...

ବ୍ରିଟେନ୍‌, ଇୟୁ, ତୁର୍କୀ ଯାତ୍ରୀଙ୍କୁ ଭାରତ ମନା

ନୂଆଦିଲ୍ଲୀ,୧୭।୩:କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାର ବିଦେଶୀ ଯାତ୍ରୀଙ୍କ ଆଗମନ ଉପରେ ସୋମବାର ଅଧିକ କଟକଣା ଲଗାଇଛନ୍ତି। ମାର୍ଚ୍ଚ ୧୮ରୁ ୩୧ ପର୍ଯ୍ୟନ୍ତ ୟୁରୋପୀୟ...

Advertisement
Archives

Model This Week