ଭୁବନେଶ୍ୱରବାସୀଙ୍କୁ ଦୁଃଖ ଦେଉଛି ଡ୍ରେନ୍‌

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦିରେ ଏବେ ଡ୍ରେନ୍‌ ଓ ସ୍ବେରେଜ କାର୍ଯ୍ୟ ଜାରି ରହିଛି। ପାଖାପାଖି ସବୁ ଓ୍ବାର୍ଡରେ ଏବେ ନିର୍ମାଣ ଓ ମରାମତି ଜାରି ରହିଛି। ଏଥିପାଇଁ ଅଧିକାଂଶ ସ୍ଥାନରେ ରାସ୍ତା ଖୋଳାଯାଉଛି। ପୁଣି ଯେଉଁସବୁ ଡ୍ରେନ୍‌ର ନିର୍ମାଣ ସରୁଛି ସେସବୁ ସ୍ଥାନରେ ତୁରନ୍ତ ରାସ୍ତାର ମରାମତି କରାଯାଉ ନ ଥିବାରୁ ଯାତାୟାତରେ ଗୁରୁତର ସମସ୍ୟା ଉପୁଜୁଛି। ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ସହରବାସୀ ନାନା ଦୁଃଖ ପାଉଛନ୍ତି। ଏପରିସ୍ଥଳେ ବୁଧବାର ବିଏମ୍‌ସି ମୁଖ୍ୟ ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର ବିଭିନ୍ନ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି। ଏହାବ୍ୟତୀତ ବାକିଥିବା ରାସ୍ତା ନବୀକରଣ ଓ ଅନ୍ୟ ବିକାଶମୂଳକ କାର୍ଯ୍ୟ କିପରି କରାଯିବ ଓ ନିର୍ଦ୍ଧାରିତ ସମୟ ଭିତରେ ସରିବ ସେନେଇ ଆଲୋଚନା କରିଥିବା ଜଣାପଡିଛି। ତେବେ ଏହାର ଫଟୋ ବିଏମ୍‌ସି ନିଜ ଟୁଇଟର ହ୍ୟାଣ୍ଡେଲରେ ଅପ୍‌ଲୋଡ଼ କରିବା ପରେ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ମୂତାବକ, ଭୁବନେଶ୍ୱରରେ ୨୦୦ରୁ ଊର୍ଦ୍ଧ୍ୱ ନୂଆ ଡ୍ରେନ୍‌ ହେବ। ପାଖାପାଖି ୭୦ଟିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ବାକି ଟେଣ୍ଡର ହୋଇ ପଡ଼ିରହିଛି। ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସରୁ ନ ଥିବାବେଳେ ତାହା ପୁଣି ନିମ୍ନମାନର ହେଉଥିବା ମଧ୍ୟ ଅଭିଯୋଗ ହେଉଛି। କେତେକ ସ୍ଥାନରେ ବର୍ଷ ବର୍ଷ ଧରି ଡ୍ରେନେଜ୍‌ ନିର୍ମାଣ ଜାରି ରହିଥିବାବେଳେ ବିଏମ୍‌ସିର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ଲୋକେ ଅଭିଯୋଗ କରୁଛନ୍ତି। ବିଏମ୍‌ସି ଡ୍ରେନେଜ୍‌ ବିଭାଗ ଏନେଇ କୌଣସି ଆନ୍ତରିକତା ଦେଖାଉ ନ ଥିବାବେଳେ କରୋନା ବାହାନାରେ ବିଏମ୍‌ସିର ଇଞ୍ଜିନିୟରିଂ ସେଲ୍‌ ଏକପ୍ରକାର ସ୍ଥାଣୁ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପଟେ କର୍ପୋରେଟରଙ୍କ କ୍ଷମତା ନ ଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ତୁରନ୍ତ ହୋଇପାରୁନି। ଅଧିକାରୀ ଓ ଠିକାଦାରମାନେ ମନମୁଖି କାର୍ଯ୍ୟ କରୁଥିବାରୁ ଅନେକ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମନୀଷ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ ମହାପାତ୍ର ଓ...

ଓଡ଼ିଶା ବିମୁଖ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର,୮ା୭(ବ୍ୟୁରୋ): କୋଭିଡ୍‌ ପରେ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ଏକପ୍ରକାର ବିପର୍ଯ୍ୟସ୍ତ ହୋଇଛି। ଦେଶ ଭିତରର କିଛି ପର୍ଯ୍ୟଟକ ରାଜ୍ୟର କେତେକ ଅଞ୍ଚଳ ବୁଲାବୁଲି କରୁଥିବା ବେଳେ...

ହାତ ଗଢା ମାଟି ପାତ୍ରରେ ଜାପାନୀ ଛିଟା

ଭୁବନେଶ୍ୱର, ୧୧।୪ (ବ୍ୟୁରୋ)ରାକୁ ଚା’ ପାତ୍ରକୁ ଜଣେ ସୁପ୍ରସିଦ୍ଧ ଜାପାନୀ କଳାକାର ‘ତନକା ଚୋଜିରୋ’ ଷୋଡଶ ଶତାବ୍ଦୀରେ ଆରମ୍ଭ କରିଥିଲେ। ଚୋଜିରୋ ସେ ସମୟର ରାଜା...

ହାଇକୋର୍ଟ ଗଲେ ପ୍ରଦୀପ, ଆକାଶ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଓ ଠକେଇ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଆଇଏଫସ୍‌ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ...

ସାତପଡ଼ାରୁ କୋଣାର୍କ ପାଟ୍ରୋଲିଂ କଡ଼ାକଡ଼ି

ପୁରୀ ଅଫିସ, ୮ା୧୨ ପୁରୀ ସମେତ କୋଣାର୍କ, ଚିଲିକା, ଚନ୍ଦ୍ରଭାଗା ଆଦି ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବର୍ଷତମାମ୍‌ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ...

କନ୍ଦାଇଲାଣି ପିଆଜ ଦର: ଯୋଗାଣ ସଚିବ ଯିବେ ଦିଲ୍ଲୀ

ଭୁବନେଶ୍ୱର,୨୬।୯(ବ୍ୟୁରୋ)- କନ୍ଦାଇଲାଣି ପିଆଜ। କିଲୋ ପିଛା ଦର ଏବେ ୫୫ ଛୁଇଁଥିବା ବେଳେ ଏହା ଆଗକୁ ଆହୁରୀ ବଢ଼ିପାରେ ବୋଲି କୁହାଯାଉଛି। ଏଣୁ ଉଭୟ ଖାଉଟି...

ଭଡାଘରୁ ମିଳିଲା ମହିଳାଙ୍କ ମୃତଦେହ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜଧାନୀରେ ପୁଣି ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳେଶୀବିହାରସ୍ଥିତ ଭଡାଘରୁ ମହିଳାଙ୍କ ଝଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ସେ ହେଉଛନ୍ତି...

କମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୪ ଜୀବନ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍‌। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୪...

Advertisement
Archives

Model This Week