ଏପ୍ରିଲ ୨ରେ ହେବ ବାଲ ବାଟିକା “ଖଡ଼ିଛୁଆଁ ” ଓ ପ୍ରବେଶ ଉତ୍ସବ: ନାମ ଲେଖାଇବେ …

ବରଗଡ଼, ୨୧।୩(ପ୍ରେମାନନ୍ଦ ଖମାରୀ) – ଆସନ୍ତା ଏପ୍ରିଲ ମାସ ୨ ତାରିଖ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ବାଲ ବାଟିକା ପାଇଁ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରତ୍ୟେକ ଜିଲାରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଦତ୍ତ ନିମନ୍ତ୍ରଣ ପତ୍ର ବଣ୍ଟନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବରଗଡ଼ ବ୍ଲକ ସରସରା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଜିଲାପାଳ ଗୋୟଲ ପରିଦର୍ଶନ କରିବା ସହ ଉକ୍ତ ଗ୍ରାମ ମାନଙ୍କରେ ପହଞ୍ଚି ଛାତ୍ରୀଛାତ୍ର, ଅଭିଭାବକ ଏବଂ ଗ୍ରାମବାସୀମାନଙ୍କୁ ଭେଟି ଆସନ୍ତା ଏପ୍ରିଲ ମାସ ୨ ତାରିଖରେ ହେବାକୁ ଥିବା ପ୍ରବେଶ ଉତ୍ସବ ଓ “ଖଡ଼ି ଛୁଆଁ “ପର୍ବ ରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ । ଏହି ଅବସରରେ ଜିଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ, ବରଗଡ଼ ବିଡ଼ିଓ ବ୍ରେସିୟସ୍ ଡୁଙ୍ଗଡୁଙ୍ଗ, ବ୍ଲକ ଶିକ୍ଷା ଅଧିକାରୀ ଡଃ ସୁରେନ୍ଦ୍ର କୁମାର ସାହୁଙ୍କ ସମେତ ସମଗ୍ର ଶିକ୍ଷା ବିଭାଗର ସମସ୍ତ ପଦାଧିକାରୀବୃନ୍ଦ, ସ୍ଥାନୀୟ ସିଆରସିସି ଉପସ୍ଥିତ
ରହିଥିଲେ। ସେମାନେ ନିମନ୍ତ୍ରଣ ପତ୍ର ବଣ୍ଟନ କରିବା ସହ ବାଲ ବାଟିକା ପାଇଁ ହେବାକୁ ଥିବା ପ୍ରବେଶ ଉତ୍ସବ ସମ୍ବନ୍ଧରେ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ବାଲ୍ ବାଟିକା ଓ ଗ୍ରେଡ ୱାନ ୨୦୨୫ -୨୬ ନାମ ଲେଖା ପାଇଁ ବରଗଡ଼ ବ୍ଲକରେ ୧୪୦୫, ଅତାବିରାରେ ୧୦୮୦ ଅମ୍ବାଭୋନାରେ ୫୦୪,ବରପାଲିରେ ୭୭୭, ଭଟଲିରେ ୬୧୨
ଭେଡେନରେ ୮୩୦, ବିଜେପୁରରେ ୭୪୮, ଗାଇସିଲେଟରେ ୮୯୭, ଝାରବନ୍ଧରେ ୭୯୬, ପାଇକମାଳରେ ୭୯୮, ସୋହେଲା ବ୍ଲକରେ ୧୦୯୨ ଜଣ ଅର୍ଥାତ୍ ସର୍ବମୋଟ ୧୦୪୯୪ ଜଣ ୫ବର୍ଷ ଯୁକ୍ତ ବୟସର ଛାତ୍ରୀଛାତ୍ର ନାମ ଲେଖାଇବା ପାଇଁ ଯୋଗ୍ୟ ହୋଇଛନ୍ତି । ଠିକ୍ ସେହିପରି ୧୨ ବ୍ଲକରେ ୬ବର୍ଷ ଯୁକ୍ତ ବୟସର ନାମ ଲେଖାଇବାକୁ ଥିବା ଯୋଗ୍ୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୬୭୧୯ ଜଣ ରହିଛି। ଏଭଳିଭାବେ ବରଗଡ଼ ଜିଲାରେ ସର୍ବ ମୋଟ ୧୭ହଜାର ୨୧୩ ଜଣ ଛାତ୍ରୀଛାତ୍ର ବାଲ ବାଟିକାରେ ନାମ ଲେଖାଇବେ ବୋଲି ଶିକ୍ଷା ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?