ଜିଆର୍‌ଏସ୍‌ଙ୍କ ଘରୁ ୧୭ ଲକ୍ଷ ଟଙ୍କା ଜବତ

ଉମରକୋଟ,୨୧।୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରିଗୁଡ଼ା ପଞ୍ଚାୟତର ଗ୍ରାମ ରୋଜଗର ସହାୟକ (ଜିଆର୍‌ଏସ୍‌) ହିମାଂଶୁ ବାଘଙ୍କ ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଉମରକୋଟ ଭଗବତୀ ନଗରସ୍ଥିତ ୨ଟି ବାସଭବନ, ସିଂସାରୀ ଓ ଭଣ୍ଡାରିଗୁଡ଼ା ପଞ୍ଚାୟତରେ ଥିବା ଅଫିସରେ ଏହି ଚଢ଼ାଉ ହୋଇଛି। ତାଙ୍କ ଘରୁ ୧୭ ଲକ୍ଷ ୮୩ ହଜାର ଟଙ୍କା, ଗୋଟିଏ କାର୍‌ ଓ ଦୁଇଟି ବାଇକ୍‌ ଜବତ ହୋଇଛି। ଭଗବତୀ ନଗରରେ ଆଉ ଏକ ବାସ ଭବନ ରହିଥିବା ତଦନ୍ତ ବେଳେ ଜଣାପଡିଥିଲା। ତାଙ୍କର ବ୍ୟାଙ୍କ, ମାଇକ୍ରୋଫାଇନାନ୍ସ ଓ ପୋଷ୍ଟାଲ ପାସ୍‌ବୁକ୍‌ରେ ୨ଲକ୍ଷ ୨୯ ହଜାର ଟଙ୍କା ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ମାଲକାନଗିରି ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ବାଳଙ୍କ ତତ୍ତ୍ୱାବଧାନରେ ନବରଙ୍ଗପୁର,କଳାହାଣ୍ଡି, ଜୟପୁର, ମାଲକାନଗିରି ଓ ନୂଆପଡ଼ାର ୩ଟି ଟିମ୍‌ ସାମିଲ ହୋଇଛନ୍ତି। ସୁଶାନ୍ତ ବିଶ୍ୱାଳଙ୍କ ସମେତ ଜୟପୁର ଡିଭିଜନ୍‌ ଡିଏସ୍‌ପି କେ.କେ. ପାତ୍ର ନବରଙ୍ଗପୁର ଭିଜିଲାନ୍ସ ଇନ୍ସପେକ୍ଟର କଳାବତୀ ବାଘ, ବିନସେନ ପୂଜାରୀ, କଳାହାଣ୍ଡି ଇନ୍ସପେକ୍ଟର ପ୍ରମିଳା ସ୍ବାଇଁ, ଜୟପୁର ଇନ୍ସପେକ୍ଟର ସୂର୍ଯ୍ୟକାନ୍ତି ଟାକରି, ନୂଆପଡ଼ା ଇନ୍ସପେକ୍ଟର ଦୀନବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଚଢ଼ାଉରେ ୨୬ ଜଣ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୁଆ ଘର ଯୋଜନା ବିଫଳ: ଅବହେଳିତ ହୋଇ ପଡିରହିଛି ଗୃହ

ତେଲକୋଇ, ୨୯।୮(ଡି.ଏନ.ଏ.)-ତେଲକୋଇ ବ୍ଲକ ମୁଖ୍ୟାଳୟ ସମେତ ବିଭିନ୍ନ ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ସହାୟତାରେ ଗାଧୁଆ ଗୃହ ଯୋଜନା କରାଯାଇଛି। ୨୨ଟି ପଞ୍ଚାୟତରେ ଗାଧୁଆ ଶୌଚ ପାଇଁ...

ପୋଲସରାରେ ନିଆଁରେ ପୋଡ଼ି ୩ ଶିଶୁ ମୃତ୍ୟୁ ଘଟଣା: ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ଘୋଷଣା

ଭୁବନେଶ୍ୱର,୨୩।୨(ବ୍ୟୁରୋ): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଇରଛଟା ଗାଁରେ ପୋଡ଼ି ଯାଇ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ...

୧୦ ଦିନରେ ଦୁର୍ବଳ ନଦୀବନ୍ଧ ଚିହ୍ନଟ ନିର୍ଦ୍ଦେଶ

ଭୁବନେଶ୍ୱର, ୯ା୪(ବ୍ୟୁରୋ): ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ଜଳସମ୍ପଦ ବିଭାଗ। ୧୦ ଦିନ (ଏପ୍ରିଲ୍‌ ୧୬ରୁ ୨୬) ମଧ୍ୟରେ...

୧୬ ଦୋକାନୀଙ୍କୁ ନୋଟିସ

ଅନୁଗୋଳ ଅଫିସ, ୬।୫ – ଲକ୍‌ଡାଉନ କଟକଣା କୋହଳ ହେବା ପରେ ଅନୁଗୋଳ ଜିଲା ଓ ସହରର ଦୋକାନ ବଜାର ଖୋଲିବାକୁ ଜିଲା ପ୍ରଶାସନ ପକ୍ଷରୁ...

୩ ବର୍ଷ ହେଲା ମେସ୍କୋ ଷ୍ଟିଲ କାରଖାନା ବନ୍ଦ, ଦୁର୍ଦ୍ଦିନରେ ବିସ୍ଥାପିତ ପରିବାର

ଯାଜପୁର ଅଫିସ,୧୮ା୧୨: କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନା ୨୦୧୯ ଡିସେମ୍ବରରୁ ବନ୍ଦ ପଡ଼ିଛି। କାମ ନାହିଁ ତ ଦରମା ନାହିଁ ନୀତିରେ ପ୍ରାୟ ୧୫୦୦ କର୍ମଚାରୀ...

ଗିରଫ ହେଲେ ସଉକିଆ ପୋଲିସ ବାବୁ

କଟକ ଅଫିସ୍‌,୧୬।୨: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୋଲିସ କମ୍ୟୁନିକେଶନ୍‌ ସେଲ୍‌ରେ କାର୍ଯ୍ୟରତ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ର ବୁଧବାର ଗିରଫ ହୋଇଛନ୍ତି। ତାଙ୍କୁ...

ଆକ୍ରାନ୍ତ ହେଉଛନ୍ତି ପିଲା; ଆଜି ୬୮୧ ସଂକ୍ରମିତରେ ଅଛନ୍ତି ୧୧୮ଜଣ

ଭୁବନେଶ୍ୱର,୪।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୧୧୮ ଆକ୍ରାନ୍ତ ଅଛନ୍ତି। ୬୮୧...

ପିଲାଙ୍କୁ କୋଚିଂ ସେଣ୍ଟରମୁହାଁ କରୁଛନ୍ତି ସରକାରୀ ଶିକ୍ଷକ

ଜଗତ୍‌ସିଂହପୁର ଅଫିସ୍‌, ୩୦ା୮:ବିଦ୍ୟାଳୟସ୍ତରରେ ସରକାରୀ ଶିକ୍ଷକ ବେସରକାରୀ ଭାବେ ଶିକ୍ଷାଦାନ କରି ପାରିବେ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି...

Advertisement
Archives

Model This Week