ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ଅଜିତ କୁମାର: ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟ

ପୁରୁଷୋତ୍ତମପୁର,୫।୧୦(ସବିତା ମିଶ୍ର): ଦୀର୍ଘ ଏକ ବର୍ଷ ପରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିକୁ ମିଳିଛି ନୂତନ ନିର୍ବାହୀ ଅଧିକାରୀ। ଅଜିତ କୁମାର ପଟ୍ଟନାୟକ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୋମବାର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀଙ୍କଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ପୂର୍ବରୁ ଅଜିତ କୁମାର ପଟ୍ଟନାୟକ ରାଉରକେଲା ମ୍ୟୁନିସିପାଲିଟିରେ ଡେପୁଟି କମିଶନର ଭାବେ କାର୍ଯ୍ୟ କରୁଥିଲେ। ପୁରୁଷୋତ୍ତମପୁର ଏନଏସିର ଦାୟିତ୍ୱ ଗ୍ରହଣ ପରେ ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସହରବାସୀଙ୍କ ନିତାନ୍ତ ଆବଶ୍ୟକୀୟ ମୌଳିକ ସମସ୍ୟାର ସମାଧାନକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ଏଥିସହ ଏନଏସିର ସାମଗ୍ରିକ ବିକାଶ ପାଇଁ ଜନସାଧାରଣ, ଲୋକପ୍ରତିନିଧି ଓ ସମସ୍ତ ବିଭାଗର ସହଯୋଗ ଲୋଡ଼ିଛନ୍ତି ନୂତନ ନିର୍ବାହୀ ଅଧିକାରୀ।

ସୂଚନାଯୋଗ୍ୟ, ପୁରୁଷୋତ୍ତମପୁର ଏନଏସିରେ ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା ଗତବର୍ଷ ଅକ୍ଟୋବର ମାସରେ ରାଇରଙ୍ଗପୁର ମ୍ୟୁନିସିପାଲିଟିକୁ ବଦଳି ହୋଇଯିବା ପରେ ଏଠାରେ କୌଣସି ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତ ହୋଇ ନ ଥିଲେ। ଫଳରେ ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନଭୋଜନର ମାନ ଯାଞ୍ଚ କଲେ ବିଧାୟକ

ଗଞ୍ଜାମ, ୫।୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ଅନ୍ତର୍ଗତ ଭୁଆଁଭୂଇଁ ଗ୍ରାମସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଧରିତ୍ରୀରେ ଖବର ପ୍ରକାଶ ପରେ ବଡ଼ ପଦକ୍ଷେପ: ସିମନବାଡ଼ିରେ ଡ୍ରେନ ସଫେଇ, ଜେସିବିରେ ହଟିଲା ଅଳିଆ

ଦାରିଙ୍ଗବାଡ଼ି, ୫।୧୦ (ଅରୁଣ ସାହୁ): ଖବର ପ୍ରକାଶ ପରେ ତତ୍ପର ହୋଇଛି ପଞ୍ଚାୟତ ପ୍ରଶାସନ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି…

ଭଞ୍ଜନଗର ସର୍କଲ ବିଦ୍ୟୁତ କର୍ମଚାରୀଙ୍କ ଧାରଣା: ଟାଟା ପାୱାରରେ ଛଟେଇ ଓ କର୍ମଚାରୀ ହ୍ରାସକୁ ବିରୋଧ

ଭଞ୍ଜନଗର, ୫।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟରତ ଠିକା ବିଦ୍ୟୁତ କର୍ମଚାରୀଙ୍କ ଛଟେଇ ଆଶଙ୍କା ଏବଂ କଣ୍ଟ୍ରୋଲ୍…

‘ସ୍ବଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଅଧ୍ୟକ୍ଷଙ୍କ ଆହ୍ବାନ’

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ…

ଗାଁ ଭିତରେ ମଦ ବିକ୍ରିକୁ ବିରୋଧ, ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୂନମାଠ ପଞ୍ଚାୟତ ଅଧିନସ୍ଥ ବିଜ ଖମନ ଗ୍ରାମ ଭିତରେ ଦେଶୀ ଓ ବିଦେଶୀ ମଦ ବେନିୟମ ଭାବେ ବିକ୍ରିକୁ…

ମନରେଗା ଜନଶୁଣାଣିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗାଏବ: ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୫ା୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି…

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?