Posted inଜାତୀୟ

୧୬% ବୟସ୍କା ମହିଳା ଦୁର୍ବ୍ୟବହାରର ଶିକାର

ନୂଆଦିଲ୍ଲୀ,୧୫।୬: ଦେଶରେ ମହିଳା ନିର୍ଯାତନାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ମହିଳା ସଶକ୍ତୀକରଣ ପାଇଁ ଅନେକ ଯୋଜନା ଗଠନ ସତ୍ତ୍ୱେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର କମିପାରି ନାହିଁ। ଆଜି ବି ଅନେକ ସ୍ଥାନରେ ମହିଳା ନିର୍ଯାତିତା। ଏକ ଅଣସରକାରୀ ସଙ୍ଗଠନ (ଏନ୍‌ଜିଓ) ହେଲ୍ପଏଜ୍‌ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ଦେଶରେ ୧୬ ପ୍ରତିଶତ ବୟସ୍କା ମହିଳା ଦୁର୍ବ୍ୟବହାରର ଶିକାର ହେଉଛନ୍ତି।
ଉଭୟ ଶାରୀରିକ ଓ ମାନସିକ ଭାବେ ବୟସ୍କା ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜୁନ୍‌ ୧୫ରେ ପାଳନ ହେଉଥିବା ବିଶ୍ୱ ବୟସ୍କ ଦୁର୍ବ୍ୟବହାର ସଚେତନତା ଦିବସ ଅବସରରେ ଏନ୍‌ଜିଓ ତରଫରୁ ୬୦ରୁ ୯୦ ବୟସ ବର୍ଗର ମହିଳାଙ୍କୁ ନେଇ ଏହି ସର୍ଭେ କରାଯାଇଛି। ମେ’ରୁ ଜୁନ୍‌ ମାସ ପର୍ଯ୍ୟନ୍ତ ଚାଲିଥିବା ଉକ୍ତ ସର୍ଭେରେ ଉଭୟ ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୭,୯୧୧ ଜଣ ମହିଳାଙ୍କୁ ସାମିଲ କରାଯାଇଥିଲା।
ଦୁର୍ବ୍ୟବହାରର ଶିକାର ହେଉଥିବା ମୋଟ ବୟସ୍କ ମହିଳାଙ୍କର ୫୦%ଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଛି। ସେହିପରି ୪୬%ଙ୍କୁ ବେଖାତିର ବ୍ୟବହାର ପ୍ରଦର୍ଶନ କରାଯାଉଥିବାବେଳେ ୪୦%ଙ୍କୁ ମାନସିକ ଏବଂ ଆବେଗ ଜନିତ ନିର୍ଯାତନା ଭୋଗିବାକୁ ପଡ଼ୁଛି। ସର୍ଭେ ମୁତାବକ ୪୦% ମହିଳାଙ୍କୁ ସେମାନଙ୍କ ପୁଅ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବାବେଳେ ୩୧%ଙ୍କୁ ସେମାନଙ୍କ ସମ୍ପର୍କୀୟ ଏବଂ ୨୭% ବୋହୂମାନଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ଜଣାପଡ଼ିଛି। ପରିବାର ଲୋକଙ୍କ ଜରିଆରେ ବୟସ୍କା ମହିଳା ନିର୍ଯାତନାର ଶିକାର ହେଉଥିବା ଏକ ଚିନ୍ତାଜନକ ବିଷୟ। ଭୟରେ ଏ ସମ୍ପର୍କରେ ଥାନାରେ କୌଣସି ପୀଡ଼ିତା ଅଭିଯୋଗ କରିନାହାନ୍ତି। ତେବେ ନିର୍ଯାତନା ବିରୋଧରେ ଥିବା ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ ୭୮% ମହିଳା ଅବଗତ ନୁହନ୍ତି। ସମାଜରେ ଦେଖାଯାଉଥିବା ଏ ପ୍ରକାର ବ୍ୟତିକ୍ରମକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବୟସ୍କା ମହିଳାଙ୍କ ପାଇଁ ବିଶେଷ ପ୍ରକାର ସ୍କିମ ପ୍ରସ୍ତୁତ କରିବା ସହ ଏହା ବିରୋଧରେ କଠୋର ଆଇନ ଲାଗୁ କରିବାର ଆବଶ୍ୟକତା ଥିବା ହେଲ୍ପଏଜ୍‌ ଇଣ୍ଡିଆର ସିଇଓ ରୋହିତ ପ୍ରସାଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?