ଯେବେ ସୁଶାନ୍ତଙ୍କୁ ପଚରା ଯାଇଥିଲା ଇଣ୍ଡଷ୍ଟ୍ରିରେ ଗଡଫାଦରଙ୍କ ଅବଶ୍ୟକତା ରହିଛି.. ଦେଇଥିଲେ ଏଭଳି ଉତ୍ତର

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ନେପୋଟିଜିମ୍‌ ପ୍ରସଙ୍ଗରେ ବିତର୍କ ଚାଲିଛି। କୁହାଯାଉଛି ଯେ ଷ୍ଟାର କିଡ୍‌ସଙ୍କୁ ସୁଯୋଗ ଦେବା ପାଇଁ ଅନେକ ଚଳଚ୍ଚିତ୍ର ସୁଶାନ୍ତଙ୍କ ହାତରୁ ଚାଲିଯାଇଥିଲା। ମାତ୍ର ବର୍ତ୍ତମାନ ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ବଲିଉଡରେ ଗଡଫାଦରଙ୍କ ସହ ଜଡିତ ପ୍ରଶ୍ନର ଉତ୍ତର ଦେଉଛନ୍ତି।

ଏକ ଫ୍ୟାନ୍‌ ପେଜ୍‌ରେ ସୁଶାନ୍ତଙ୍କ ଏହି ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ସେ ଗଣମାଧ୍ୟମରେ କିଛି ପ୍ରଶ୍ନର ଉତ୍ତର ଦେଉଛନ୍ତି। ଏହି ସମୟରେ ସୁଶାନ୍ତଙ୍କୁ ପଚରାଯାଇଥିଲା, ‘ଆପଣ ଇଣ୍ଡଷ୍ଟ୍ରିରେ ସଫଳତା ଶୀର୍ଷରେ ପହଞ୍ଚିଛନ୍ତି। ତେବେ ଏଥିପାଇଁ ଗଡଫାଦରଙ୍କ ଆବଶ୍ୟକତା ରହିଛି କି ?’ ଏହାର ଉତ୍ତର ଦେଇ ସୁଶାନ୍ତ କହିଥିଲେ, ଭଗବାନ ଏବଂ ପିତା ଦୁଇଟି ଶବ୍ଦ ଦ୍ୱାରା ଗଠିତ, ଏହି ଦୁଇ ଜଣ ହିଁ ଆମ ପାଖେ ଅଛନ୍ତି।

ସୁଶାନ୍ତ କହିଛନ୍ତି ଯେ, ଇଣ୍ଡଷ୍ଟ୍ରିରେ ପହଞ୍ଚିବା ପାଇଁ ଗଡଫାଦରଙ୍କ କୌଣସି ଆବଶ୍ୟକତା ନାହିଁ । ଯଦି ସେପରି ହୋଇଥାନ୍ତା ମୁଁ ସେଠାରେ ପହଞ୍ଚି ପାରି ନ ଥାନ୍ତି। ଭଗବାନ୍‌ ଅଛନ୍ତି ଓ ବାପା ମଧ୍ୟ ଅଛନ୍ତି, ଦୁଇ ଜଣଙ୍କୁ ମିଶାଇବା କାର୍ଯ୍ୟ ମଣିଷଙ୍କର। ତେବେ ମୋ ପାଖେ ଗଡ ବି ଅଛନ୍ତି ଫାଦର ବି ଅଛନ୍ତି। ଭିଡିଓରେ ତାହା ସୁଶାନ୍ତଙ୍କ ଘର ଭଳି ଦେଖାଯାଉଛି। କାରଣ ଏଥିରେ ତାଙ୍କ ପାଖରେ ପରିବାର ସଦସ୍ୟ ବସିଛନ୍ତି।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ନେପୋଟେଜିମ୍‌ ପ୍ରସଙ୍ଗରେ ବିତର୍କ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ, ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଦୁଇ ଭାଗ ହୋଇଥିବା ପରି ମନେହୁଏ। ଅନେକ ଲୋକ ଏହାକୁ ସମର୍ଥନ କରୁଥିବାବେଳେ ଅନେକ ଏହାକୁ ବିରୋଧ କରୁଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ଷ୍ଟାର କିଡ୍ସ ଏବଂ କିଛି ନିର୍ମାତା-ନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri