ଯେବେ ସୁଶାନ୍ତଙ୍କୁ ପଚରା ଯାଇଥିଲା ଇଣ୍ଡଷ୍ଟ୍ରିରେ ଗଡଫାଦରଙ୍କ ଅବଶ୍ୟକତା ରହିଛି.. ଦେଇଥିଲେ ଏଭଳି ଉତ୍ତର

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ନେପୋଟିଜିମ୍‌ ପ୍ରସଙ୍ଗରେ ବିତର୍କ ଚାଲିଛି। କୁହାଯାଉଛି ଯେ ଷ୍ଟାର କିଡ୍‌ସଙ୍କୁ ସୁଯୋଗ ଦେବା ପାଇଁ ଅନେକ ଚଳଚ୍ଚିତ୍ର ସୁଶାନ୍ତଙ୍କ ହାତରୁ ଚାଲିଯାଇଥିଲା। ମାତ୍ର ବର୍ତ୍ତମାନ ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ବଲିଉଡରେ ଗଡଫାଦରଙ୍କ ସହ ଜଡିତ ପ୍ରଶ୍ନର ଉତ୍ତର ଦେଉଛନ୍ତି।

ଏକ ଫ୍ୟାନ୍‌ ପେଜ୍‌ରେ ସୁଶାନ୍ତଙ୍କ ଏହି ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ସେ ଗଣମାଧ୍ୟମରେ କିଛି ପ୍ରଶ୍ନର ଉତ୍ତର ଦେଉଛନ୍ତି। ଏହି ସମୟରେ ସୁଶାନ୍ତଙ୍କୁ ପଚରାଯାଇଥିଲା, ‘ଆପଣ ଇଣ୍ଡଷ୍ଟ୍ରିରେ ସଫଳତା ଶୀର୍ଷରେ ପହଞ୍ଚିଛନ୍ତି। ତେବେ ଏଥିପାଇଁ ଗଡଫାଦରଙ୍କ ଆବଶ୍ୟକତା ରହିଛି କି ?’ ଏହାର ଉତ୍ତର ଦେଇ ସୁଶାନ୍ତ କହିଥିଲେ, ଭଗବାନ ଏବଂ ପିତା ଦୁଇଟି ଶବ୍ଦ ଦ୍ୱାରା ଗଠିତ, ଏହି ଦୁଇ ଜଣ ହିଁ ଆମ ପାଖେ ଅଛନ୍ତି।

ସୁଶାନ୍ତ କହିଛନ୍ତି ଯେ, ଇଣ୍ଡଷ୍ଟ୍ରିରେ ପହଞ୍ଚିବା ପାଇଁ ଗଡଫାଦରଙ୍କ କୌଣସି ଆବଶ୍ୟକତା ନାହିଁ । ଯଦି ସେପରି ହୋଇଥାନ୍ତା ମୁଁ ସେଠାରେ ପହଞ୍ଚି ପାରି ନ ଥାନ୍ତି। ଭଗବାନ୍‌ ଅଛନ୍ତି ଓ ବାପା ମଧ୍ୟ ଅଛନ୍ତି, ଦୁଇ ଜଣଙ୍କୁ ମିଶାଇବା କାର୍ଯ୍ୟ ମଣିଷଙ୍କର। ତେବେ ମୋ ପାଖେ ଗଡ ବି ଅଛନ୍ତି ଫାଦର ବି ଅଛନ୍ତି। ଭିଡିଓରେ ତାହା ସୁଶାନ୍ତଙ୍କ ଘର ଭଳି ଦେଖାଯାଉଛି। କାରଣ ଏଥିରେ ତାଙ୍କ ପାଖରେ ପରିବାର ସଦସ୍ୟ ବସିଛନ୍ତି।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ନେପୋଟେଜିମ୍‌ ପ୍ରସଙ୍ଗରେ ବିତର୍କ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ, ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଦୁଇ ଭାଗ ହୋଇଥିବା ପରି ମନେହୁଏ। ଅନେକ ଲୋକ ଏହାକୁ ସମର୍ଥନ କରୁଥିବାବେଳେ ଅନେକ ଏହାକୁ ବିରୋଧ କରୁଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ଷ୍ଟାର କିଡ୍ସ ଏବଂ କିଛି ନିର୍ମାତା-ନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲତାଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ,୧୨।୧୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଏବେ ଅସୁସ୍ଥ ହୋଇ ପଡିଛନ୍ତି। ରବିବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇର ବିଚ୍‌ କ୍ୟାଣ୍ଡି...

କରନ୍‌ କୁନ୍ଦ୍ରାଙ୍କ ଉପରେ ବର୍ଷିଲେ କୁଶାଲ; ସମିତା ସେଟ୍ଟୀଙ୍କୁ ‘ଆଣ୍ଟି’ କହିବାକୁ ନେଇ…

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ବିଗ୍‌ବସ୍‌-୧୫। ଓଟିଟିରେ ଶୋ’ ପ୍ରଥମ ଥର ପାଇଁ ନଜର ଆସିବା ପରେ ଦର୍ଶକଙ୍କ ନଜର ଏହା ଉପରେ ରହିଥିଲା। ଏବେ ପ୍ରତିଯୋଗୀଙ୍କ...

ରିୟଲ୍‌ ବାପା-ପୁଅଙ୍କ ସହ ରୋମାନ୍ସ କରିଛନ୍ତି ଏହିସବୁ ଅଭିନେତ୍ରୀ

ବଲିଉଡ୍‌ରେ ଅନେକ ଅନ୍‌ସ୍କ୍ରିନ୍‌ ଯୋଡିକୁ ଆମେ ଦେଖିଛୁ। ହେଲେ ଏମିତି ଅନେକ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ପରଦା ଉପରେ ରିୟଲ୍‌ ବାପା-ପୁଅଙ୍କ ସହ ରୋମାନ୍ସ କରିିଛନ୍ତି।...

ନୂଆରୂପରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ‘ଦ କପିଲ ଶର୍ମା ଶୋ’

ମୁମ୍ବାଇ: ଲୋକପ୍ରିୟ କମେଡି ଶୋ ‘ଦ କପିଲ ଶର୍ମା ଶୋ’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଏନେଇ କମେଡି କିଙ୍ଗ୍‌ କପିଲ ଶର୍ମା ନିଜେ...

ଗୋଟିଏ ଦିନ ପର ଆସିବ ‘ଗୁମରାହ’ର ଟିଜର

ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଓ ମୃଣାଳ ଠାକୁରଙ୍କ ବହୁପ୍ରତିକ୍ଷିତ କ୍ରାଇମ ଥ୍ରୀଲର ମୁଭି ‘ଗୁମରାହ’କୁ ନେଇ ଏକ ଅଫିସିୟାଲ ଅପଡେଟ ସାମ୍ନାକୁ...

ପ୍ରେମ ଜ୍ଞାନ ବାଣ୍ଟିଲେ ସୁସ୍ମିତାଙ୍କ ଏକ୍ସ-ବୟଫ୍ରେଣ୍ଡ୍‌

ବିବାଦୀୟ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ। ଯେବେଠୁ ଲଳିତ ମୋଦି...

ଲୁଚାଉଛନ୍ତି ହୁମ୍ମା

ଯେମିତି ବୁଲେଇ ବଙ୍କେଇ ପଚାରିଲେ ହୁମ୍ମାଙ୍କ ମୁହଁରୁ ସେହି ଗୋଟିଏ ଉତ୍ତର ଶୁଣିବାକୁ ମିଳୁଛି-‘ସେ ମୋ ପ୍ରେମିକ ନୁହନ୍ତି ଭଲ ବନ୍ଧୁ।’ କଥା କ’ଣ କି...

ଦୀପାବଳିକୁ ନେଇ ଏଭଳି ବାର୍ତ୍ତା ଦେଲେ କିଙ୍ଗ ଖାନ୍‌

ମୁମ୍ବାଇ: ଉତ୍ସବ ସମୟରେ ବ୍ରାଣ୍ଡଗୁଡ଼ିକ ବିଜ୍ଞାପନ ଦେଇଥା’ନ୍ତି। ତାହା ପୁଣି ବିଶେଷ ରିହାତି ସହ। କ୍ୟାଡବରୀ ହେଉଛି ଏମିତି ଏକ ବ୍ରାଣ୍ଡ ଯାହାକି ଅନେକ ବିଶେଷ...

Advertisement
Archives

Model This Week