ଆନ୍ଦୋଳନ କରିବେ ୧୫ ଗାଁ ବାସିନ୍ଦା

ଖୋର୍ଦ୍ଧା,୨୭ା୬(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଏଖରାଜାତ ମାହାଲର ନରଣଗଡ଼, ତାପଙ୍ଗ ଓ ଧଉଲିମୁହଁ ପଞ୍ଚାୟତର ୧୫ଟି ରାଜସ୍ବ ଗ୍ରାମର ଶତାଧିକ ଗ୍ରାମବାସୀ ଜମିଜମାର ସ୍ବତ୍ୱାଧିକାର ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ପରିଚାଳନା କମିଟି, ପୁରୀ ପରିବର୍ତ୍ତେ ଓଡ଼ିଶା ସରକାର ଲେଖାଯିବାକୁ ଦାବି କରିଆସୁଛନ୍ତି। ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। ଫଳରେ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ମାର୍ଚ୍ଚରେ ଜମିଜମା ରେକର୍ଡ ସଂଶୋଧନ ଦାବିରେ ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ଆନୁକୂଲ୍ୟରେ ଉପରୋକ୍ତ ପଞ୍ଚାୟତର ଶତାଧିକ ଗ୍ରାମବାସୀ ଗଣଧାରଣାରେ ବସିଥିଲେ। ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏପରିକି ଜିଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଯାବତ୍‌ କୌଣସି ପଦକ୍ଷେପ ନିଆଗଲା ନାହିଁ। ସୋମବାର ଏହାର ପ୍ରତିବାଦରେ ସମିତି ଆନୁକୂଲ୍ୟରେ ୩ ପଞ୍ଚାୟତର ଗ୍ରାମବାସୀଙ୍କୁ ନେଇ ବୈଠକ ହୋଇଥିଲା। ସମିତି ସଭାପତି ଗୋଦାବରୀଶ ଗୁମାନସିଂ ସଭାପତିତ୍ୱ କରିଥିଲେ। ସମ୍ପାଦକ ଯୁଧିଷ୍ଠିର ହରିଚନ୍ଦନ ବିବରଣୀ ପାଠ କରିଥିଲେ। ଜମିଜମା ସଂଶୋଧନ ନେଇ ପୂର୍ବରୁ ଜିଲା ପ୍ରଶାସନ ଏବଂ ରାଜସ୍ବ ମନ୍ତ୍ରୀଙ୍କ ସହ ହୋଇଥିବା ବାର୍ତ୍ତାଳାପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗତ ୧୨ ତାରିଖ ସୁଦ୍ଧା ଏ ଦିଗରେ ପଦକ୍ଷେପ ନେବା ଲାଗି ସମିତି ପକ୍ଷରୁ ଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଏଯାବତ୍‌ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଏହାର ପ୍ରତିବାଦରେ ଆଞ୍ଚଳିକ ଭିଟାମାଟି ସଂଗ୍ରାମ ସମିତି ଆସନ୍ତା ଜୁଲାଇ ୭ରୁ ନରଣଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବ ବୋଲି ଏକ ପ୍ରେସ ବିବୃତିରେ ସଭାପତି ଓ ସମ୍ପାଦକ ଜଣାଇଛନ୍ତି। ଏହି ବୈଠକରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ସମ୍ପାଦକ ହରିଚନ୍ଦନ କହିଛନ୍ତି, ଜମିଜମାର ସ୍ବତ୍ୱାଧିକାରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିଚାଳନା କମିଟି, ପୁରୀଙ୍କ ନାମରେ ହୋଇଥିବାରୁ ଗ୍ରାମବାସୀ କୌଣସି ଅତ୍ୟାବଶ୍ୟକ ସମୟରେ ଜମି ବିକ୍ରି କରିପାରୁନାହାନ୍ତି। ଏପରିକି ଜମି ପଟ୍ଟାରେ ଓଡ଼ିଶା ସରକାର ଲେଖା ନ ଥିବାରୁ ଆବାସ ଓ ଋଣ ଆଦି ସରକାରୀ ସୁବିଧା ପାଇପାରୁନାହାନ୍ତି ବୋଲି ସେ କହିଛନ୍ତି।
ମାଟିର ପାଇକବୀର ଇଂରେଜ ମାନଙ୍କ ମଧ୍ୟରେ ସଶସ୍ତ୍ର ସଂଗ୍ରାମ କରିଥିଲେ। ଇଂରେଜ ପାଖରେ ମୁଣ୍ଡ ନୁଆଇ ନ ଥିଲେ। ସେତେବେଳେ ମାଟି ମା ପାଇଁ ଲଢେଇ କରିଥିବା ପାଇକ ପୁଅ ଏବେ ନିଜ ହକ୍‌ ପାଇବା ପାଇଁ ଦୀର୍ଘ ବର୍ଷ ଧରି ଆନ୍ଦୋଳନ ଚାଲିଥିଲେ ମଧ୍ୟ ସରକାର କୌଣସି କର୍ଣ୍ଣପାତ କରୁନାହାନ୍ତି। ଭିଟାମାଟି ପାଇଁ ଲଢେଇ କରିବୁ, ଏଭଳି ଜବାବ ରଖିଛି ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି। ସ୍ବାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ପାଇକ ବୀରଙ୍କ ମାଟି ପ୍ରତି ସରକାର ଅଣଦେଖା କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଜନ୍ମାନ୍ତରର ସାଥୀ ହୋଇରୁହନ୍ତି ଏହି ରାଶି ଯୋଡ଼ି! ଜ୍ୟୋତିଷ ଅନୁସାରେ ଏହି ରାଶି ଯୋଡ଼ି ‘ପରଫେକ୍ଟ ମ୍ୟାଚ’

ଜ୍ୟୋତିଷ ଶାସ୍ତ୍ରରେ ରାଶି ମିଳନ କେବଳ ଗ୍ରହଙ୍କ ଚଳନ ବୁଝିବା ପାଇଁ ନୁହେଁ, ବରଂ ଦୁଇଜଣଙ୍କ ସ୍ବଭାବ ଓ ଊର୍ଜାର ତାଳମେଳ ଜାଣିବା ପାଇଁ ମଧ୍ୟ କରାଯାଏ।…

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ର ସୌମ୍ୟରଞ୍ଜନ: ସହଯୋଗର ହାତ ବଢାଇଲେ ସମବାୟବିତ୍‌

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ…

ବିହାରରେ ପହଞ୍ଚିଲା ନେପାଳର ବନ୍ୟା ଜଳ…ଏକ ବଡ଼ ବିପଦ ଟଳି ଯାଇଛି କି? ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ପାଟନା/କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବର୍ଷାର ପ୍ରଭାବ ଏବେ ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ଦୃଶ୍ୟମାନ ହେଉଛି। ବୁଧବାର ରାତିରେ, ନେପାଳରୁ ପ୍ରବାହିତ ହେଉଥିବା ଜଳର ପ୍ରବଳ ଲହରୀ ଯୋଗୁ…

ଅପହଞ୍ଚ ଗାଁ ପାଣିଖିଆ: ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):୮୦ ବର୍ଷ ହେଲା ସ୍ବାଧୀନତା ମିଳିଲାଣି। ହେଲେ ଏବେବି ଅନେକ ନିପଟ ମଫସଲ ଗାଁରେ ସ୍ବାଧୀନତା ଅପହଞ୍ଚ ପାଲଟିଛି। ଲୁଣା ହେନ୍ତାଳ…

ରାକ୍ଷୀ ପାଇଁ ସହର ଭିଡ଼: ମିଠା ଦେକାନରେ ଚାଲିଛି ପ୍ରସ୍ତୁତି

କେସିଙ୍ଗା,୨୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରଠାରୁ ଗ୍ରାମାଞ୍ଚଳରେ ଆସନ୍ତା କାଲି ଶୁକ୍ରବାର ରାକ୍ଷୀ ପାଳନ କରାଯିବ। ସେଥିପାଇଁ ସହରର ବିଭିନ୍ନ ଛକ, ଜାତୀୟ ରାଜପଥ ୨୬…

ପୁଣି ଆସିବ ପ୍ରଳୟ! ଶେଷ ହୋଇନି ନେପାଳବାସୀଙ୍କ ଦୁର୍ଦ୍ଦଶା, ବଡ଼ ଆକଳନ କଲେଣି ବିଶେଷଜ୍ଞ

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଛି; ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ଜୀବନ ଯାଇଛି ଏବଂ ଶହ ଶହ ଲୋକ ନିଖୋଜ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ସେପ୍ଟେମ୍ବର ୨୦୨୬ ମାସିକ ରାଶିଫଳ: ବଦଳିବ ଏହି ରାଶିଙ୍କ ଭାଗ୍ୟ, ଜାଣନ୍ତୁ ୧୨ ରାଶି ପାଇଁ କେମିତି ରହିବ ମାସ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ୨୦୨୬ ଏକ ଗୁରୁତ୍ୱପୂର୍ଣ୍ଣ ମାସ ହେବାକୁ ଯାଉଛି। ଏହି ମାସରେ ଅନେକ ପ୍ରମୁଖ ଗ୍ରହ ରାଶି ପରିବର୍ତ୍ତନ କରିବେ। ଏହାର ପ୍ରଭାବ ୧୨ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri