୧୫ ପଦବୀ ଅନୁମୋଦିତ, ୫ ବର୍ଷ ହେଲା ଖାଲି

ରାୟଗଡ଼ା ଅଫିସ,୧୧ା୫: ପାହାଡିଆ ଅଞ୍ଚଳ ରାୟଗଡା ଜିଲାରେ ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ନଦୀ, ପୋଖରୀ, ନାଳ ଆଦି ଶୁଖିଲା ପଡ଼ୁଥିବା ବେଳେ କେଉଁଠି ଏସବୁ ପୋତି ହୋଇଗଲାଣି। ଜନସଂଖ୍ୟା ବଢ଼ୁଥିବାରୁ ସେହି ମାତ୍ରାରେ ଅଧିକ ସଂଖ୍ୟକ ବୋରୱେଲ ଖୋଳାଚାଲିଛି। ଏଭଳି ସ୍ଥିତିରେ ପ୍ରକୃତି ପ୍ରଦତ୍ତ ଜଳ ସଂରକ୍ଷଣ କରି ରଖିବା ଲାଗି ଜିଲାରେ ଜଳସମ୍ପଦ ବିଭାଗ ଅଧୀନରେ ଭୂତଳ ଜଳ ଉନ୍ନୟନ ବିଭାଜନ କାର୍ଯ୍ୟାଳୟ ଚାଲିଛି। ହେଲେ ଏହି କାର୍ଯ୍ୟାଳୟରେ କର୍ମଚାରୀ ମରୁଡି ଦେଖିବାକୁ ମିଳିଛି। ଏହି କାର୍ଯ୍ୟାଳୟ ପାଇଁ ୧୫ ପଦବୀ ଅନୁମୋଦିତ ହୋଇଥିବା ବେଳେ ୨ କର୍ମଚାରୀ ଅଛନ୍ତି।
ରାୟଗଡ଼ା ଜିଲା ଭୂତଳ ଜଳ ଉନ୍ନୟନ ବିଭାଜନ କାର୍ଯ୍ୟାଳୟ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଅବ୍ୟବସ୍ଥାରେ ଚାଲିଛି l କର୍ମଚାରୀ ଅଭାବ ଦର୍ଶାଇ ସବୁବେଳେ କାର୍ଯ୍ୟରେ ଥିବା ଅଧିକାରୀ ଅନ୍ୟ କାମ ଥିବା କହି କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି। ଅନେକ ସମୟରେ ଚାଷୀମାନେ ପାଣି ସମସ୍ୟା ନେଇ କାର୍ଯ୍ୟାଳୟକୁ ଗଲେ କାହାରି ଦେଖା ପାଉ ନ ଥିବା ଅଭିଯୋଗ ହେଉଛି। କାର୍ଯ୍ୟାଳୟରେ କେବେ ତାଲା ଝୁଲଛି ତ କେବେ ଜଣେ ମାତ୍ର ରହୁଛନ୍ତି। କାର୍ଯ୍ୟାଳୟରେ ମୋଟ ୧୫ଟି ପଦବୀ ଅନୁମୋଦନ କରାଯାଇଛି। ହେଲେ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଖlଲି ପଡ଼ିଥିବା ପଦବୀଗୁଡିକ ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ l ଅନ୍ୟପକ୍ଷରେ ଷ୍ଟାଫ୍‌ ଅଭାବ ଦର୍ଶାଇ ଉନ୍ନୟନ କାର୍ଯ୍ୟ ବନ୍ଦ କରାଯାଉଛି। ଜିଲାର ୧୧ଟି ବ୍ଲକର ଭୂତଳ ଜଳସ୍ତର ମାପିବା, କ୍ଷେତ୍ର ରିପୋର୍ଟ ସଂଗ୍ରହ କରିବା, ସର୍ଭେ କରିବା, ଜଳସ୍ତର କାହିଁକି କମୁଛି ଓ କିପରି ଅଧିକ ଜଳ ସଂରକ୍ଷଣ ହୋଇପାରିବ ସେ ନେଇ କାର୍ଯ୍ୟ ହୋଇପାରୁନାହିଁ। ସମ୍ବଲପୁରର ଜଳତତ୍ତ୍ୱବିତ୍‌ ସମୀର କୁମାର ଦ୍ବିବେଦୀ ରାୟଗଡା ଜଳ ଦାୟିତ୍ୱରେ ଅଛନ୍ତି। ସହାୟକ ଇଞ୍ଜିନିୟର ୨ ଟି ଅନୁମୋଦିତ ପଦବୀ ଥିବା ବେଳେ ୨ଟି ଖlଲି, ଭୂବିଜ୍ଞାନୀ ପଦବୀ ଖାଲି, ଭୂତତ୍ତ୍ୱବିତ୍‌ ୩ଟି ପଦବୀ ଅନୁମୋଦନ ହୋଇଥିବା ବେଳେ ସେସବୁ ଖlଲି ରହିଛ। ଡିଭିଜନାଲ ଆକାଉଣ୍ଟାଣ୍ଟ ପଦବୀ ଖାଲି ପନିଥିବା ବେଳେ ଜଣେ ଆସିଷ୍ଟାଣ୍ଟ ଆକାଣ୍ଟାଣ୍ଟ କାର୍ଯ୍ୟ କରୁଛନ୍ତି। ଜେଇ ମେକାନିକାଲ ପଦବୀ, ସିନିୟର କ୍ଲର୍କ, ଷ୍ଟେନୋଗ୍ରାଫର, ହ୍ୟାଣ୍ଡ ଡ୍ରିଲର, ଜୁନିୟର କ୍ଲର୍କ ପଦବୀ ଖାଲି ପଡ଼ିଛି। ଡ୍ରାଇଭର, ପିଅନ ପୋଷ୍ଟ ଖାଲି ପଡ଼ିଥିବା ବେଳେ ଅନୁମୋଦିତ ୩ଟି ୱାଚର ପୋଷ୍ଟରୁ ଜଣେ ମାତ୍ର ରହିଛନ୍ତି। ଏ ନେଇ ରାୟଗଡା ଦାୟିତ୍ୱରେ ଥିବା ସମ୍ବଲପୁରର ଜଳ ତତ୍ତ୍ୱବିତ କହିଛନ୍ତି, ଭୂତଳ ଜଳ ଉନୟନ ବିଭାଜନ କାର୍ଯ୍ୟାଳୟର ଖାଲି ପଦବୀ ପୂରଣ ପାଇଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ ଅବଗତ କରାଯାଉଛି। ପଦବୀ ପୂରଣ ହେଲେ ଭୁତଳ ଜଳ ସଂରକ୍ଷଣ ଦିଗରେ ସହାୟକ ହେବ। ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି, ଦିନକୁ ଦିନ ଅନେକ କାରଣରୁ ଭୂତଳ ଜଳ କମିବାରେ ଲାଗିଛି। ପୋଖରୀ ହେଉ କି ନଦୀ କି ଜଳ ସଂରକ୍ଷଣ ପାଇଁ ଉଚିତ ପଦକ୍ଷେପ ନିଆଯାଉନାହିଁ। ଏବେଠୁ ପଦକ୍ଷେପ ନ ନେଲେ ଆଗାମୀ ପିଢ଼ି ପାଇଁ ଅସୁବିଧା ସୃଷ୍ଟି ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ, ସୁନିତା ଆହୁଜା କରିବାକୁ ଯାଉଛନ୍ତି ଏମିତି କାମ ଯାହାକୁ ନେଇ ଉଠିପାରେ ବିରାଟ ଝଡ଼! କହିଲେ ଗଣେଶ ପୂଜା ସୁଦ୍ଧା…

ମୁମ୍ବାଇ,୧୩।୯: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଚାଲିଥିବା ମନୋମାଳିନ୍ୟ ସମ୍ପ୍ରତି ସୋସିଆଲ ମିଡିଆ ଏବଂ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାର ବିଷୟ…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?