ଲାକ୍ଷାଦ୍ୱୀପର ୧୫ ଭାଜପା ନେତାଙ୍କ ଇସ୍ତଫା

କୋଚି, ୧୩।୬: ଅଭିନେତ୍ରୀ ତଥା ମଡେଲ ଆଇଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ଲାକ୍ଷାଦ୍ୱୀପ ଭାଜପା ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିପୁଝାଙ୍କ ନେତୃତ୍ୱରେ ୧୫ ଜଣ ନେତା ଇସ୍ତଫା ଦେଇଛନ୍ତି। ଭାଜପା ଲାକ୍ଷାଦ୍ୱୀପ ଶାଖା ସଭାପତି ଅବଦୁଲ ଖାଦେରଙ୍କ ଅଭିଯୋଗକ୍ରମେ ପୋଲିସ ଆଇଶାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା। ଏକ ଟେଲିଭିଜନ ବିତର୍କରେ ଭାଗନେଇ ଆଇଶା ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ସମ୍ପର୍କରେ ଭୁଲ୍‌ ଖବର ପ୍ରସାର କରୁଥିବା ଖାଦେର ଅଭିଯୋଗ କରିଥିଲେ। ଦଳୀୟ ନେତାମାନେ ଖାଦେରଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ଯେ, ଲାକ୍ଷାଦ୍ୱୀପ ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟ ବିରୋଧରେ ଭାଜପା କର୍ମୀମାନେ ବିକ୍ଷୋଭ କରୁଥିବାବେଳେ ଆଇଶାଙ୍କ ବିରୋଧରେ ମିଥ୍ୟା ଏବଂ ଅନ୍ୟାୟପୂର୍ଣ୍ଣ ଅଭିଯୋଗ ଦାଏର କରାଯିବା ତାଙ୍କର ତଥା ତାଙ୍କ ପରିବାରର ଭବିଷ୍ୟତକୁ ନଷ୍ଟ କରିଦେବ। ପ୍ରଫୁଲ୍ଲ ପଟେଲଙ୍କ କାର୍ଯ୍ୟାନୁଷ୍ଠାନ ଜନବିରୋଧୀ, ଗଣତନ୍ତ୍ର ବିରୋଧୀ ତଥା ଲୋକମାନଙ୍କ ପାଇଁ ଦୁର୍ଦ୍ଦଶାର କାରଣ ପାଲଟିଛି। ଏହା ବିରୋଧରେ ଭାଜପା ନେତାମାନେ ସ୍ବର ଉତ୍ତୋଳନ କରୁଛନ୍ତି। ଠିକ୍‌ ସେମିତି ଆଇଶା ଗଣମାଧ୍ୟମରେ ନିଜର ମତାମତ ଉପସ୍ଥାପନ କରିଛନ୍ତି। ତାଙ୍କ ନଁାରେ ଦେଶଦ୍ରୋହ ମାମଲା ରୁଜୁ ହେବାକୁ ଭାଜପା ନେତାମାନେ ବିରୋଧ କରିଛନ୍ତି। ଗତ ମେ’ରେ ଭାଜପାର ୮ ଜଣ ନେତା ପ୍ରଫୁଲ୍ଲଙ୍କ କାର୍ଯ୍ୟକୁ ବିରୋଧ କରି ଇସ୍ତଫା ଦେଇଥିଲେ। ଅଭିନେତ୍ରୀ ଆଇଶା ଉଭୟ କେନ୍ଦ୍ର ସରକାର ଏବଂ ଲାକ୍ଷାଦ୍ୱୀପ ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କ ଦୃଢ଼ ସମାଲୋଚକ। ମାଲୟାଲମ ନ୍ୟୁଜ୍‌ ଚ୍ୟାନେଲର ଏକ ବିତର୍କରେ ଭାଗ ନେଇ ସେ କହିଥିଲେ, ଲାକ୍ଷାଦ୍ୱୀପରେ କୋଭିଡ୍‌-୧୯କୁ କେନ୍ଦ୍ର ସରକାର ଜୈବ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ସେ ଅଭିଯୋଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ପାଇସ୍‌ଜେଟ୍‌ର ୨ଯାତ୍ରୀ ଆଇସିୟୁରେ ଭର୍ତ୍ତି : ତଦନ୍ତ ଆରମ୍ଭ କଲା ଡିଜିସିଏ

ନୂଆଦିଲ୍ଲୀ,୨।୫: ବଡ଼ ଧରଣର ଏୟାର ଟର୍ବୁଲାନ୍ସ ଯୋଗୁ ରବିବାର ମୁମ୍ବାଇରୁ ଦୁର୍ଗାପୁର ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନର ୧୨ ଯାତ୍ରୀ ଓ ୩ କର୍ମଚାରୀ ଆହତ ହୋଇଛନ୍ତି।...

ଆଞ୍ଚଳିକ ଭାଷାରେ ହେବ ମେଡ଼ିକାଲ ପାଠପଢ଼ା…

ନୂଆଦିଲ୍ଲୀ, ୧୩।୨ : ଏଣିକି ଆଞ୍ଚଳିକ ଭାଷାରେ ମେଡ଼ିକାଲ ପାଠପଢ଼ା କରିହେବ। ଦୁଇଟି ଭାଷାରେ ଡାକ୍ତରୀ ପାଠପଢ଼ା ପାଇଁ ବିଚାର କରାଯାଉଛି। ଏହା ଦ୍ୱାରା ଛାତ୍ରୀଛାତ୍ର...

କରୋନା ସଂକ୍ରମଣ କ୍ଷେତ୍ରରେ ଆଗକୁ ବଢୁଛି ଭାରତ: ବିଶ୍ୱରେ ୯୦ ଲକ୍ଷ ଅତିକ୍ରମ କଲା ସଂକ୍ରମିତଙ୍କ ସଂଖ୍ୟା

ଓ୍ବାଶିଂଟନ,୨୨।୬: ଆମେରିକା, ବ୍ରାଜିଲ, ଭାରତ, ରୁଷିଆ ଓ ପାକିସ୍ତାନ କରୋନା ସଂକ୍ରମଣ କ୍ଷେତ୍ରରେ ଆଗୁ ବଢିବାରେ ଲାଗିଛନ୍ତି। ରବିବାର ସାରା ବିଶ୍ୱରେ ୧ଲକ୍ଷ ୩୦ ହଜାର...

ସର୍ବାଧିକ ଆକ୍ଟିଭ୍‌ କେସ୍‌ ମାମଲା: ଖୋର୍ଦ୍ଧାକୁ ଟପି ଶୀର୍ଷରେ ପହଞ୍ଚିଲା ଯାଜପୁର

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଯାଜପୁରରୁ ଆଉ ୧୪ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ଏହି ସଂଖ୍ୟା...

ଇନ୍ଦୋରରେ ଭାଇଚାରାର ବାର୍ତ୍ତା: ହିନ୍ଦୁ ମହିଳାଙ୍କୁ ସଂସ୍କାର କଲେ ମୁସ୍‌ଲମାନ

ଇନ୍ଦୋର,୭।୪: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଥିବାରୁ ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଯେଉଁଠାରେ ଲୋକମାନେ ବାହାରକୁ ବାହାରି...

ଅଯୋଧ୍ୟା ବିବାଦର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ପିଟିଶନ: ମଧ୍ୟସ୍ଥ ନିଯୁକ୍ତି ସତ୍ତ୍ୱେ ଅଗ୍ରଗତି ନାହିଁ

ନୂଆଦିଲ୍ଲୀ,୧୦ା୭ (ପି.ଟି.): ଅଯୋଧ୍ୟା ଜମି ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟ ପକ୍ଷରୁ ମଧ୍ୟସ୍ଥ ନିଯୁକ୍ତ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର ଫଇସଲା ହୋଇପାରି ନାହିଁ। ଏନେଇ...

ଜୈଶ୍‌ କମାଣ୍ଡରଙ୍କ ଗଡ଼ିଲା ମୁଣ୍ଡ

ଶ୍ରୀନଗର,୧୫।୩: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶୋପିଆନ୍‌ରେ ଏନ୍‌ କାଉଣ୍ଟରରେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ର କମାଣ୍ଡର ସଜାଦ୍‌ ଆଫଗାନୀଙ୍କ ମୁଣ୍ଡ ଗଡ଼ିଛି। ତାଙ୍କର...

ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଲା: ୨୪ ଘଣ୍ଟାରେ ୩,୮୭୪ ମୃତ…

ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌...

Advertisement
Archives

Model This Week