୧୪୦ କୋଟି ବନାମ ୧୨ କୋଟି

ଭାରତ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥ ବ୍ୟବସ୍ଥା ବା ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ବୋଲି ପ୍ରଚାର କରାଯାଉଛି। କେବଳ ଆମେରିକା, ଚାଇନା ଏବଂ ଜର୍ମାନୀ ଭାରତଠାରୁ ଆଗରେ ଅଛନ୍ତି। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବି.ଭି.ଆର୍‌. ସୁବ୍ରମଣ୍ୟମ ଏହି କଥାକୁ ଦୋହରାଇଛନ୍ତି ଏବଂ ଆହୁରି ଦୁଇପାଦ ଆଗକୁ ଯାଇ କହିଛନ୍ତି, ଆଗାମୀ ୩୦ ରୁ ୩୬ ମାସ ମଧ୍ୟରେ ଭାରତ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ପାଲଟିଯିବ। କିନ୍ତୁ ସତ୍ୟ ହେଉଛି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆକଳନ କରିଛି, ୨୦୨୫-୨୬ ଶେଷ ବେଳକୁ ନାମାଙ୍କନ ଜିଡିପି ଦୃଷ୍ଟିରୁ ଭାରତ ଜାପାନକୁ ଅତିକ୍ରମ କରିବ। ଅସଲ କଥା ହେଉଛି କ୍ରୟ ଶକ୍ତି ସମତାରେ ଆକଳିତ ଜିଡିପି ଅନୁସାରେ ଭାରତ ଉପା ସରକାର ଅମଳରେ ଜାପାନକୁ ପଛରେ ପକାଇ ୨୦୧୧ରୁ ତୃତୀୟ ବୃହତ୍ତମ ଅର୍ଥନୀତି ହୋଇସାରିଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆକଳନ ଅନୁସାରେ ୨୦୨୫- ୨୬ ଆର୍ଥିକ ବର୍ଷ ଶେଷ ବେଳକୁ ବିଶ୍ବ ଜିଡିପି ୧୧୩. ୭୯୫ ଟ୍ରିଲିୟନ ଆମେରିକୀୟ ଡଲାର (୧ ଟ୍ରିଲିୟନ=୧୦୦୦୦୦ କୋଟି, ୧ ଆମେରିକୀୟ ଡଲାର ବର୍ତ୍ତମାନ ୮୫ଟଙ୍କା)ରେ ପହଞ୍ଚିଲା ବେଳେ ଆମେରିକାର ଜିଡିପି ୩୦.୫୦୭ ଟ୍ରିଲିୟନ, ଚାଇନାର ଜିଡିପି ୧୯.୨୩ ଟ୍ରିଲିୟନ, ଜର୍ମାନୀର ଜିଡିପି ୪.୭୪୪ ଟ୍ରିଲିୟନ ଆମେରିକୀୟ ଡଲାର ହେବ। ତା’ ପଛକୁ ଭାରତ ୪.୧୮୭ ଟ୍ରିଲିୟନ ଡଲାର ସହ ୪ର୍ଥ ସ୍ଥାନରେ ରହିବ। ଜାପାନର ଅର୍ଥ ବ୍ୟବସ୍ଥା ସାମାନ୍ୟ କମ୍‌ ଅର୍ଥାତ୍‌ ୪.୧୮୬ ଟ୍ରିଲିୟନ ଡଲାର ହେବ। ଭବିଷ୍ୟତ ଆକଳନ ସର୍ବଦା ଅନିଶ୍ଚିତ। ଏହା ଭାରତର ଅଭିବୃଦ୍ଧି ହାର ୬.୩% ଏବଂ ଡଲାର ଅନୁସାରେ ଟଙ୍କାର ବିନିମୟ ମୂଲ୍ୟ ବୃଦ୍ଧି ଓ ହ୍ରାସ ଉପରେ ନିର୍ଭରକରେ , କାରଣ ଅନ୍ତର୍ଜାତୀୟ ସଂସ୍ଥା ଜିଡିପି ଡଲାରରେ ଆକଳନ କରନ୍ତି।
ଅବଶ୍ୟ ତୁଳନା କଲାବେଳେ ଯାହା ହାସଲ କରିଛେ ତାହା କହିବା ଉଚିତ, ଯାହା ହାସଲ କରିନେ ତାହା କହିବା ଅନୁଚିତ। ୨୦୨୪-୨୫ ଶେଷ ସୁଦ୍ଧା ଆମେରିକାର ଜିଡିପି ୨୯.୨ ଟ୍ରିଲିୟନ, ଚଇନାର ଜିଡିପି ୧୮.୭୫ ଟ୍ରିଲିୟନ, ଜର୍ମାନୀର ଜିଡିପି ୪.୬୬ ଟ୍ରିଲିୟନ, ଜାପାନର ୪.୦୬ ଟ୍ରିଲିୟନ ଆମେରିକୀୟ ଡଲାର ହୋଇଥିଲାବେଳେ ଭାରତର ୩.୯ ଟ୍ରିଲିୟନ ଡଲାର। ଦେଶର ବିକାଶ ଆକଳନ କରିବା ପାଇଁ ବାସ୍ତବରେ ମୁଣ୍ଡ ପିଛା ଜିଡିପି ହିଁ ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ। କାରଣ ଯେଉଁ ଦେଶର ଲୋକ ସଂଖ୍ୟା ଅଧିକ ତାହାର ଜିଡିପି ଅଧିକ ହେବା ସ୍ବାଭାବିକ। ୨୦୨୪-୨୫ ସୁଦ୍ଧା ଆମେରିକାରେ ଏହା ୮୫,୮୧୨, ଚାଇନାରେ ୧୩,୩୦୦, ଜର୍ମାନୀରେ ୫୪,୯୮୯, ଜାପାନରେ ୩୨,୫୦୦ ଆମେରିକୀୟ ଡଲାର ହୋଇଥିଲାବେଳେ ଭାରତରେ ମାତ୍ର ୨୭୧୧ ଡଲାର ଥିଲା। ୨୦୨୫-୨୬ ଶେଷରେ ଜାପାନରେ ଏହା ୩୩,୯୯୫ ହେଲା ବେଳେ ଭାରତରେ ମାତ୍ର ୨,୮୭୮ ଆମେରିକୀୟ ଡଲାର ହେବ। ୨୦୨୫-୨୬ରେ ମୁଣ୍ଡ ପିଛା ଆୟ ଦୃଷ୍ଟିରୁ ଜାପାନ ୩୪ ତମ ସ୍ଥାନରେ ରହିଲାବେଳେ ଭାରତ ପ୍ରାୟ ୧୩୬ ତମ ସ୍ଥାନରେ ଅଛି। ଅର୍ଥାତ୍‌ ୧୩୫ଟି ଦେଶ ତଳେ ରହିବ। ବିଭିନ୍ନ ଅନ୍ତର୍ଜାତୀୟ ସୂଚକାଙ୍କରେ ଭାରତ ଜାପାନଠାରୁ ବହୁ ପଛରେ ରହିଛି। ମାନବିକ ବିକାଶ ସୂଚକାଙ୍କ ଦୃଷ୍ଟିରୁ ଜାପାନ ୨୪ ସ୍ଥାନରେ ଥିଲାବେଳେ ଭାରତ ୧୩୦ ସ୍ଥାନରେ ଅଛି। ଦୁର୍ନୀତି ଧାରଣା ସୂଚକାଙ୍କ ଦୃଷ୍ଟିରୁ ୧୮୦ଟି ଦେଶ ମଧ୍ୟରୁ ଜାପାନ ୭୩ ସ୍ଥାନରେ ଥିଲାବେଳେ ଭାରତ ୯୬ ସ୍ଥାନରେ ରହିଛି। ଅର୍ଥାତ୍‌ ଭାରତରେ ଦୁର୍ନୀତି ବ୍ୟାପକ।
ଜାପାନୀ ନାଗରିକଙ୍କ ହାରାହାରି ରୋଜଗାର ଭାରତୀୟଙ୍କ ତୁଳନାରେ ପ୍ରାୟ ୧୨ ଗୁଣ ଅଧିକ। ସେହି ପାର୍ଥକ୍ୟ ଉତ୍ତମ ସ୍ବାସ୍ଥ୍ୟସେବା, ଦକ୍ଷ ଭିତ୍ତିଭୂମି, ଉଚ୍ଚ-ଗୁଣବତ୍ତା ଶିକ୍ଷାର ଉପଲବ୍ଧତା ଏବଂ ଜୀବନର ଉଚ୍ଚ ସାମଗ୍ରିକ ଗୁଣବତ୍ତା ପ୍ରଦାନ କରେ। ଜାପାନର ଏକ ଅତ୍ୟନ୍ତ ଦକ୍ଷ ଏବଂ ସୁଦୃଢ଼ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅଛି, ଯାହା ଜିଡିପିର ପ୍ରାୟ ୨୩.୫%। ପେନ୍‌ସନ ସାମାଜିକ ସୁରକ୍ଷା ବ୍ୟବସ୍ଥାର ସର୍ବବୃହତ ଅଂଶ ଥିଲା, ତା’ପରେ ଚିକିତ୍ସା ଯତ୍ନ। ଭାରତରେ ସାମାଜିକ କ୍ଷେତ୍ର ବ୍ୟୟ ବରାଦ ଜିଡିପିର ୩.୩% ଏବଂ ଆୟୁଷ୍ମାନ ଭାରତ ଓ ଅନ୍ୟ କିଛି ମନ୍ତ୍ରଣାଳୟ ବ୍ୟୟ ମିଶାଇଲେ ସାମାଜିକ ସେବାରେ ବିନିଯୋଗ ୨୦୨୩-୨୪ରେ ୭.୮% ଥିଲା। ଜାପାନରେ ବେକାରି ହାର ୨.୩% ହେଲାବେଳେ ଭାରତରେ ୫ରୁ ୧୦%ରହୁଛି। ଜାପାନରେ ଉଚ୍ଚ କୁଶଳୀ , ଗୁଣାତ୍ମକ ଚାକିରି ବେଶି ସୃଷ୍ଟି ହେଲାବେଳେ ଭାରତରେ ଓଲଟା। ବିଶ୍ବରେ ଗବେଷଣା ଏବଂ ବିକାଶ ପାଇଁ ଖର୍ଚ୍ଚ ହାରାହାରି ଜିଡିପିର ପ୍ରାୟ ୧.୮% ହୋଇଥିଲାବେଳେ ଜାପାନରେ ୩.୭%। ଭାରତରେ ୨୦୨୦-୨୧ରେ ଏହା ୦.୬୪ %। ଜାପାନର ବୈଦେଶିକ ମୁଦ୍ରାଭଣ୍ଡାର ବିଶ୍ୱର ଦ୍ୱିତୀୟ ବୃହତ୍ତମ, ଯାହାର ମୂଲ୍ୟ ୧.୪ ଟ୍ରିଲିୟନ ଆମେରିକୀୟ ଡଲାର। ୧୬ ମେ’ ୨୦୨୫ ସୁଦ୍ଧା ଭାରତରେ ଏହା ୬୮୫.୭ ବିଲିୟନ ଡଲାର ଥିଲା। ଜାପାନ ବିଶ୍ୱର ତୃତୀୟ ବୃହତ୍ତମ ଆର୍ଥିକ ସମ୍ପତ୍ତିର ଦେଶ, ଯାହାର ମୂଲ୍ୟ ୨୦୨୦ ସୁଦ୍ଧା ୧୨ ଟ୍ରିଲିୟନ ଡଲାର କିମ୍ବା ବିଶ୍ୱ ଜିଡିପିର ୮.୬%। ଡିସେମ୍ବର ୨୦୨୪ ସୁଦ୍ଧା ଭାରତର ମୋଟ ଆର୍ଥିକ ସମ୍ପତ୍ତି ୩୧୯ ଲକ୍ଷ କୋଟି ଟଙ୍କା (ପ୍ରାୟ ୩.୭ ଟ୍ରିଲିୟନ ଡଲାର)। ବର୍ତ୍ତମାନ ୨୦୨୫ ସୁଦ୍ଧା ବଜାର ପୁଞ୍ଜିକରଣ ଦ୍ୱାରା ଟୋକିଓ ଷ୍ଟକ୍‌ ଏକ୍ସଚେଞ୍ଜ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟକ୍‌ ଏକ୍ସଚେଞ୍ଜ। ଏହାର ବଜାର ମୂଲ୍ୟ ୬.୩୫ ଟ୍ରିଲିୟନ ଡଲାର ହୋଇଥିଲାବେଳେ ଭାରତରେ ଏହା ୫.୦୬୩ ଟ୍ରିଲିୟନ ଡଲାର। ୨୦୨୪ ସୁଦ୍ଧା ଫର୍ଚୁନ ଗ୍ଲୋବାଲ ୫୦୦ କମ୍ପାନୀ ମଧ୍ୟରୁ ୪୦ଟି ଜାପାନରେ ଅଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପରାଜୟ ପରେ ଜାପାନର ଅର୍ଥନୀତି ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା। କିନ୍ତୁ ପରେ ଦ୍ରୁତଗତିରେ ବିକଶିତ ହୋଇଥିଲା। ମୁଖ୍ୟତଃ ଏହାର ଲାଭଜନକ ଉତ୍ପାଦନଭିତ୍ତିକ ରପ୍ତାନି ଶିଳ୍ପ ଦ୍ୱାରା ଏହା ଚାଳିତ ହୋଇଥିଲା। ଏହା ୧୯୬୮ରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ଅର୍ଥନୀତି ହୋଇଗଲା ଏବଂ ୨୦୧୦ ପର୍ଯ୍ୟନ୍ତ ସେହିପରି ରହିଲା ଏବଂ ନାମାଙ୍କନ ମୁଣ୍ଡ ପିଛା ଜିଡିପି ଆଧାରରେ, ୧୯୮୦ ଏବଂ ୧୯୯୦ ଦଶକରେ ଜି-୭ ଦେଶଗୁଡ଼ିକ ମଧ୍ୟରେ ସର୍ବାଧିକ ଉଚ୍ଚ-ଆୟରାଷ୍ଟ୍ର ଭାବେ ଉଭା ହୋଇଥିଲା। ବିକଶିତ ଦେଶର ମାନ୍ୟତା ହାସଲ କରିବାରେ ଜାପାନ ଏସିଆର ପ୍ରଥମ ଦେଶ ଥିଲା। କିନ୍ତୁ ଭାରତ ୨୦୦୭ଠାରୁ ନିମ୍ନ ମଧ୍ୟମ ଆୟକାରୀ ରାଷ୍ଟ୍ର ଭାବେ ରହିଛି। ଆହୁରି ଉଚ୍ଚ ମଧ୍ୟମ ଆୟକାରୀ ଓ ଉଚ୍ଚ ଆୟକାରୀ ରାଷ୍ଟ୍ର ହେବାକୁ ବାକି ଅଛି। ଜାପାନ ଅର୍ଥନୀତି ଜନସଂଖ୍ୟା ହ୍ରାସ ବିଶେଷକରି କମ୍‌ ବୟସ୍କ ଜନସଂଖ୍ୟା ହ୍ରାସ ଯୋଗୁ ସମସ୍ୟାର ସମ୍ମୁଖୀନ ହେଉଛି। ଏଥିପାଇଁ ଜାପାନର ନାମାଙ୍କନ ଜିଡିପି ୧୯୯୫ ରୁ ୨୦୨୩ ମଧ୍ୟରେ ୫.୫ଟ୍ରିଲିୟନରୁ ୪.୨ଟ୍ରିଲିୟନ ଡଲାରକୁ ହ୍ରାସ ପାଇଛି। ଜାପାନର ଜନସଂଖ୍ୟା, ଯାହା ୨୦୧୦ରେ ୧୨.୮୫ କୋଟି ଥିଲା ତାହା ୨୦୨୪ରେ ଏହା ୧୨.୨୬ କୋଟିକୁ ହ୍ରାସ ପାଇଛି। ୨୦୨୨ରେ ଦେଶର କମ୍‌ ବୟସ୍କ ଜନସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୫୯.୪ % ଥିଲା, ଯାହା ସମସ୍ତ ଓଇସିଡି ଦେଶ ମଧ୍ୟରେ ସର୍ବନିମ୍ନ ହାର। ଜିଡିପି ଏକ ବର୍ଷର ଅର୍ଥନୈତିକ କାର୍ଯ୍ୟକଳାପର ପ୍ରତିଫଳନ। ଧନୀ ଅଧିକ ଧନୀ ହେଲେ ବା ବ୍ୟୟ କଲେ ଜିଡିପି ବୃଦ୍ଧି ପାଇବ। ସରକାର ଅଧିକ ଋଣକରି ବ୍ୟୟକଲେ ଜିଡିପି ବୃଦ୍ଧି ପାଇବ। ଯେତେବେଳେ ଭାରତ ପରି ଅର୍ଥବ୍ୟବସ୍ଥାରେ ୧୪୦ କୋଟି ଲୋକ ବ୍ୟୟ ବା ଉପଭୋଗ କରିବେ ତାହାର ଆକାର ଯେଉଁପରି ବୃଦ୍ଧି ପାଇବ ଜାପାନ ପରି ଅର୍ଥବ୍ୟବସ୍ଥାରେ ୧୨.୨୬ କୋଟି ଲୋକ ବ୍ୟୟ ବା ଉପଭୋଗ କଲେ ଏକ ଅର୍ଥବ୍ୟବସ୍ଥାର ଆକାର କ’ଣ ସେହି ଅନୁସାରେ ସବୁଦିନେ ବୃଦ୍ଧି ପାଇବ କି ?
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?