୧୦ ବର୍ଷ ମଧ୍ୟରେ ନଷ୍ଟ ହୋଇଛି ୧୪ ପ୍ରତିଶତ ଶୈବାଳ ପ୍ରାଚୀର, ବର୍ଷକୁ ୨.୭ ଟ୍ରିଲିୟନ୍‌ ଡଲାର କ୍ଷତି…

ଓ୍ବାଶିଂଟନ,୫।୧୦: ବିଶ୍ୱ ତାପନର ପ୍ରଭାବ ସାମୁଦ୍ରିକ ଜୈବ ବିବିଧତା ଉପରେ ପଡିବାରେ ଲାଗିଛି। ଏହା ଯୋଗୁ ଆସନ୍ତା ୧୦ ବର୍ଷ ମଧ୍ୟରେ ୧୪ ପ୍ରତିଶତ ଶୈବାଳ ପ୍ରାଚୀର ନଷ୍ଟ ହୋଇଛି। ସମୁଦ୍ରର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ମଙ୍ଗଳବାର ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗ୍ଲୋବାଲ କୋରାଲ ରିଫ୍‌ ମନିଟରିଂ ନେଟଓ୍ବାର୍କ (ଜିସିଆରାଏମ୍‌ଏନ୍‌) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି।

୨୦୦୯ରୁ ୨୦୧୮ ମଧ୍ୟରେ ୧୧,୭୦୦ ବର୍ଗ କିଲୋମିଟରରେ ଥିବା ଶୈବାଳ ପ୍ରାଚୀର ନଷ୍ଟ ହୋଇଛି। ଏହାକୁ ନେଇ ୫୦୦ ନିୟୁତ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଶୈବାଳ ପ୍ରାଚୀର ଯୋଗୁ ପ୍ରତିବର୍ଷ ୨.୭ ଟ୍ରିଲିୟନ୍‌ ଡଲାର କାରବାର ହୋଇଥାଏ। ମାତ୍ର ଏବେ ଏହା ଆଉ ସମ୍ଭବ ହେବ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ଗତ ୪୦ ବର୍ଷ ଧରି ୭୩ ଦେଶର ୧୨,୦୦୦ ସାମୁଦ୍ରିକ ଅଞ୍ଚଳରେ ଏନେଇ ଗବେଷଣା ଜାରି ରହିଛି। ଏଥିରେ ୩୦୦ ପରିବେଶବିତ୍‌ ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି ବୋଲି ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇଛି। ଦକ୍ଷିଣ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଅଞ୍ଚଳ, ପୂର୍ବ ଏସିଆ, ପଶ୍ଚିମ ଭାରତ ମହାସାଗର, ଗଲ୍ଫ ଏବଂ ଗଲ୍ଫ ଅଫ୍‌ ଓମାନ ଅଞ୍ଚଳରେ ଥିବା ଶୈବାଳ ପ୍ରାଚୀର ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି। କୋରାଲ ବ୍ଲିଚିଂ ଯୋଗୁ ଅଧିକ ସମସ୍ୟା ଉପୁଜୁଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ନାୟକ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

CJP ବିକ୍ଷୋଭର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୭।୯: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖରେ ଘଟିଥିବା ହିଂସାକାଣ୍ଡ ଏବଂ ପୋଲିସ ଗୁଳିଚାଳନା ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ଅନେକ ପ୍ରଶ୍ନ…

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?