୧୪ ଘଣ୍ଟା ଜାତୀୟ ରାଜପଥ ଜାମ

କେନ୍ଦୁଝର,୨୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍‌ ୪୯ ନମ୍ବର ଜାତୀୟ ରାଜପଥର ଜନସନପୁର ଟୋଲ୍‌ ଗେଟ୍‌ ପାଖରେ ରାସ୍ତା ଖରାପ ଥିବାରୁ ଗୁରୁବାର ରାତି ୯ଟାରୁ ଶୁକ୍ରବାର ୧୦ଟା ପର୍ଯ୍ୟନ୍ତ ରାସ୍ତା ଜାମ ରହିଥିଲା। ଫଳରେ ମୁମ୍ବାଇ-କୋଲକାତା ଜାତୀୟ ରାଜପଥରେ ଶତାଧିକ ଗାଡ଼ି ଅଟକି ରହିଥିଲା। ରାସ୍ତା ଜାମରେ ଅତିଷ୍ଠ ହୋଇ ରାସ୍ତା ସଜାଡି ଟିକସ୍‌ ଆଦାୟ କର ବୋଲି ଅଟକି ରହିଥିବା ଟ୍ରକ ଚାଳକମାନେ ଦାବି କରି ହୋହଲ୍ଲା କରିଥିଲେ।

ରାଜପଥର ତେଲକୋଇ-ପାଲଲହଡ଼ା ବିଛାଖଣି ଜଙ୍ଗଲ ପାଖ ହାତୀ କରିଡରରେ ଓଭର ବ୍ରିଜ ନିର୍ମାଣ କରିବାର ପ୍ରସ୍ତାବ ଥିବାରୁ ୭୦୦ ମିଟର ରାସ୍ତା ନିର୍ମାଣ ହୋଇନାହିଁ। ପୁରୁଣା ରାସ୍ତାଟି ଅତ୍ୟନ୍ତ ଖରାପ ହୋଇଯାଇଛି। ଫଳରେ ଗୁରୁବାର ରାତିରେ ୩ ଟ୍ରକ୍‌ ଖାଲରେ ପଶିଯିବାରୁ ରାସ୍ତା ଜାମ୍‌ ହୋଇଥିଲା। ଟୋଲ୍‌ ଗେଟ୍‌ ପାଖରେ ଟ୍ରକ୍‌ ଫସିଥିଲେ ମଧ୍ୟ ଗାଡ଼ିକୁ ଉଠାଇ ଜାମ୍‌ ହଟାଇବାରେ ଠିକା ସଂସ୍ଥା ଓ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଦୀର୍ଘ ୧୪ ଘଣ୍ଟା ଧରି ରାସ୍ତା ଜାମ୍‌ ରହିଥିଲା।

ଫଳରେ ସ୍ଥାନୀୟ ଲୋକେ ଅଭିଯୋଗ କରି ଟୋଲ ଆଦାୟକୁ ବନ୍ଦ କରିଛନ୍ତି। ଓଭର ବ୍ରିଜ଼ ନିର୍ମାଣ ହେବା ପର୍ଯ୍ୟନ୍ତ ଖରାପ ରାସ୍ତାକୁ ମରାମତି କରିବାକୁ ଟ୍ରକ୍‌ ମାଲିକ ଓ ସାଧାରଣ ଲୋକେ ବାରମ୍ବାର ଦାବି କରିଛନ୍ତି। ଅଭିଯୋଗ ପ୍ରତି ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନ ଥିବାରୁ ଟୋଲ୍‌ ଆଦାୟ ବନ୍ଦ କରାଯାଇଛି ବୋଲି ଅନିତ କୁମାର ଦୀକ୍ଷିତଙ୍କ ସମେତ ସ୍ଥାନୀୟ ଲୋକେ କହିଛନ୍ତି।

ଠିକା ସଂସ୍ଥାର ମେଣ୍ଟେନାନ୍ସ ମ୍ୟାନେଜର ପ୍ରଦୀପ କୁମାର ରଣସିଂ କହିଛନ୍ତି, ରାସ୍ତା ଜାମ୍‌ ଥିବା ଅବଗତ ଅଛୁ, ଟୋଲ ଗେଟ୍‌ରେ ଥିବା କ୍ରେନ ଖରାପ ରହିଛି। ଅନ୍ୟ ଏକ କ୍ରେନ ଅଣାଯାଇ ଫସି ରହିଥିବା ଗାଡ଼ିକୁ ଉଦ୍ଧାର ପରେ ଗାଡ଼ି ଚଳାଚଳ ସ୍ବାଭାବିକ କରାଯାଇଛି। ଟୋଲ ବନ୍ଦ ରହିବା ଓ ରାସ୍ତା ମରାମତି ଦାବି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା: ଶିକ୍ଷା କ୍ଷେତ୍ରରେ ନେତୃତ୍ୱର ଭୂମିକା…

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ବ୍ଲକର ୧୨ ଜଣ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି। ଗୋଷ୍ଠୀ ଉନ୍ନୟନ…

ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ତଦନ୍ତ କଲା ସାଇଣ୍ଟିଫିକ୍‌ ଟିମ୍‌

କେନ୍ଦୁଝର,୧୦ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ୬ ବଷର୍ର ଶିଶୁକନ୍ୟାଙ୍କୁ ତାଙ୍କର ସମ୍ପର୍କୀୟ ମାମୁ ବଳାତ୍କାର କରି ହତ୍ୟା…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ବାରିପଦା, ୧୦।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡସାହି ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର…

ରଥଯାତ୍ରା ପାଇଁ କୁଲାଡ ପ୍ରସ୍ତୁତ: ଜଗନ୍ନାଥ ମନ୍ଦିର ଦାନବାକ୍ସରୁ ମିଳିଲା କେତେ ଟଙ୍କା

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଦାନବାକ୍ସ ଶୁକ୍ରବାର ଖୋଲାଯାଇଥିଲା। ଦାନବାକ୍ସରୁ ମୋଟ ୬୬,୮୫୫ ଟଙ୍କା ସଂଗ୍ରହ…

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri