୧୩ ହଜାର ମେଟ୍ରିକ୍‌ ଟନ୍‌ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟର ଆଦିମ ଜନଜାତିଙ୍କ ଜୀବନ ଜୀବିକାର ବିକାଶ ଲାଗି କାର୍ଯ୍ୟ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧୀନ ଓଡ଼ିଶା ଆଦିବାସୀ ସମବାୟ ଉନ୍ନୟନ ନିଗମ ଲିମିଟେଡ୍‌ (ଟିଡିସିସିଓଏଲ୍‌) ଚଳିତବର୍ଷ ନୂଆ ରେକର୍ଡ ପ୍ରତିଷ୍ଠା କରିଛି। ଲଘୁ ବନଜାତ ଦ୍ରବ୍ୟର ମାର୍କେଟିଂ ଏବଂ ବ୍ରାଣ୍ଡିଂ କ୍ଷେତ୍ରରେ ବଡ଼ ସଫଳତା ମିଳିଛି। ୧୩ ହଜାର ୩ ଶହ ମେଟ୍ରିକ୍‌ ଟନ୍‌ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଏହି ସଫଳତା ହାସଲ କରିଛି ଏହି ନିଗମ।
ରାଜ୍ୟ ସରକାରଙ୍କ ନୋଡାଲ୍‌ ଏଜେନ୍ସି ଭାବେ ଜନଜାତି ଲୋକଙ୍କଠାରୁ ବନଜାତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରି ତା’ର ବିକ୍ରିବଟା ପାଇଁ ଟିଡିସିସିଓଏଲ୍‌ ଦ୍ୱାରା ଲଘୁ ବନଜାତ ଦ୍ରବ୍ୟ ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରାଥମିକ ସଂଗ୍ରହକାରୀ ନେଟ୍‌ୱାର୍କ ଭାବେ ସ୍ବୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତି, ବନ୍ଧନ ବିକାଶ କେନ୍ଦ୍ର ମିଳିତ ଭାବେ ଯୋଜନାକୁ ତ୍ୱରାନ୍ବିତ କରୁଛନ୍ତି। ରାଜ୍ୟର ୧୩ଟି ଆଦିବାସୀ ଅଧ୍ୟୁଷିତ ଜିଲାରେ ଶାଳ ମଞ୍ଜି, ତେନ୍ତୁଳି, ଚାର ମଞ୍ଜି, ପାହାଡ଼ି ଝାଡ଼ୁ ଭଳି ବିଭିନ୍ନ ଜଙ୍ଗଲଜାତ ସାମଗ୍ରୀ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଛି। ଏବେସୁଦ୍ଧା ନିଗମ ମୋଟ ୨୮ କୋଟି ୧୦ ଲକ୍ଷ ଟଙ୍କାର ୧୩,୩୦୦ ମେଟ୍ରିକ୍‌ ଟନ୍‌ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିପାରିଛି। ସବୁଠାରୁ ବଡ଼କଥା ହେଲା, ଗତ ୬ ବର୍ଷ ମଧ୍ୟରେ ମାତ୍ର ୪ କୋଟି ୯ ଲକ୍ଷ ଟଙ୍କାର ବନଜାତ ଦ୍ରବ୍ୟ ସଂଗ୍ରହ କରାଯାଇଥିବାବେଳେ ଏଥର ଗୋଟିଏ ବର୍ଷରେ ୨୮କୋଟି ଟପିଯାଇଛି। ୩୭୦ଟି ସଂଗ୍ରହ କେନ୍ଦ୍ର ଜରିଆରେ ଗ୍ରାମାଞ୍ଚଳରୁ ଏସବୁ ବନଜାତ ଦ୍ରବ୍ୟ ସଂଗ୍ରହ କରାଯାଇଛି। ଏହାଦ୍ୱାରା ୩୨ ହଜାରରୁ ଊର୍ଦ୍ଧ୍ୱ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀ ଉପକୃତ ହୋଇଛନ୍ତି। କିନ୍ତୁ ଗତ ୬ ବର୍ଷରେ ଏହି ଯୋଜନା ଦ୍ୱାରା ମାତ୍ର ୧୨,୫୦୦ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀ ଉପକୃତ ହୋଇଥିଲେ। ମଧ୍ୟସ୍ଥିଙ୍କ ଦ୍ୱାରା ବେଆଇନ୍‌ ବିକ୍ରୟ ଓ ଶୋଷଣକୁ ନିୟନ୍ତ୍ରଣ କରିବା ନିମନ୍ତେ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପଠାଇବା ପାଇଁ ନିର୍ଦ୍ଦେଶ ରହିଛି। ସେହିଭଳି ସଂଗ୍ରହ ପ୍ରକ୍ରିୟାକୁ ମଧ୍ୟ ସ୍ବୟଂଚାଳିତ କରାଯାଇଛି। ଆଗାମୀ ଋତୁରେ ଧାନ ସଂଗ୍ରହ ସ୍ବୟଂକ୍ରିୟ ବ୍ୟବସ୍ଥା (ପି.ପି.ଏ.ଏସ୍‌) ଓ ସ୍ବୟଂଚାଳିତ ଶସ୍ୟ କ୍ରୟ ବ୍ୟବସ୍ଥା(ଏମ୍‌.ପି.ଏ.ଏସ୍‌) ପାଇଁ ପଦକ୍ଷେପ ନିଆଯାଇଛି। ଚଳିତବର୍ଷର ଶସ୍ୟ ସଂଗ୍ରହ ପ୍ରକ୍ରିୟାରେ ‘ବନ୍ଧନ ବିକାଶ କେନ୍ଦ୍ର’ ଅଂଶ ଗ୍ରହଣ କରିଛି। ଭିଡିଭିକେଏସ୍‌ ପକ୍ଷରୁ ଶସ୍ୟଦ୍ରବ୍ୟଗୁଡ଼ିକର ପ୍ୟାକେଟ୍‌ ଓ ବ୍ରାଣ୍ଡ୍‌ ପ୍ରସ୍ତୁତି ସହିତ ତାହାକୁ ମୂଲ୍ୟଯୁକ୍ତ କରାଯାଉଛି। ଫଳରେ ଗ୍ରାହକଙ୍କ ମଧ୍ୟରେ କୋରାପୁଟ କଫି, କନ୍ଧମାଳ ହଳଦୀ, ମାଣ୍ଡିଆ ଜାତ ସାମଗ୍ରୀ, ଜଙ୍ଗଲୀ ମହୁ ଆଦିର ଚାହିଦା ଦେଖିବାକୁ ମିଳୁଛି। ରାଜ୍ୟରେ ଥିବା ଆଦିଶା ଷ୍ଟୋର୍‌ ସହ ଆମାଜନ୍‌ ଭଳି ଇ-କମର୍ସ ଓ୍ବେବ୍‌ସାଇଟରେ ମଧ୍ୟ ଏହା ଉପଲବ୍ଧ ହେଉଛି। କୋଭିଡ୍‌ ସମୟରେ ଆଦିବାସୀଙ୍କ ଆୟ ବୃଦ୍ଧିରେ ଏହା ସହାୟକ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri