ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟର ଆଦିମ ଜନଜାତିଙ୍କ ଜୀବନ ଜୀବିକାର ବିକାଶ ଲାଗି କାର୍ଯ୍ୟ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧୀନ ଓଡ଼ିଶା ଆଦିବାସୀ ସମବାୟ ଉନ୍ନୟନ ନିଗମ ଲିମିଟେଡ୍ (ଟିଡିସିସିଓଏଲ୍) ଚଳିତବର୍ଷ ନୂଆ ରେକର୍ଡ ପ୍ରତିଷ୍ଠା କରିଛି। ଲଘୁ ବନଜାତ ଦ୍ରବ୍ୟର ମାର୍କେଟିଂ ଏବଂ ବ୍ରାଣ୍ଡିଂ କ୍ଷେତ୍ରରେ ବଡ଼ ସଫଳତା ମିଳିଛି। ୧୩ ହଜାର ୩ ଶହ ମେଟ୍ରିକ୍ ଟନ୍ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଏହି ସଫଳତା ହାସଲ କରିଛି ଏହି ନିଗମ।
ରାଜ୍ୟ ସରକାରଙ୍କ ନୋଡାଲ୍ ଏଜେନ୍ସି ଭାବେ ଜନଜାତି ଲୋକଙ୍କଠାରୁ ବନଜାତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରି ତା’ର ବିକ୍ରିବଟା ପାଇଁ ଟିଡିସିସିଓଏଲ୍ ଦ୍ୱାରା ଲଘୁ ବନଜାତ ଦ୍ରବ୍ୟ ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରାଥମିକ ସଂଗ୍ରହକାରୀ ନେଟ୍ୱାର୍କ ଭାବେ ସ୍ବୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତି, ବନ୍ଧନ ବିକାଶ କେନ୍ଦ୍ର ମିଳିତ ଭାବେ ଯୋଜନାକୁ ତ୍ୱରାନ୍ବିତ କରୁଛନ୍ତି। ରାଜ୍ୟର ୧୩ଟି ଆଦିବାସୀ ଅଧ୍ୟୁଷିତ ଜିଲାରେ ଶାଳ ମଞ୍ଜି, ତେନ୍ତୁଳି, ଚାର ମଞ୍ଜି, ପାହାଡ଼ି ଝାଡ଼ୁ ଭଳି ବିଭିନ୍ନ ଜଙ୍ଗଲଜାତ ସାମଗ୍ରୀ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଛି। ଏବେସୁଦ୍ଧା ନିଗମ ମୋଟ ୨୮ କୋଟି ୧୦ ଲକ୍ଷ ଟଙ୍କାର ୧୩,୩୦୦ ମେଟ୍ରିକ୍ ଟନ୍ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିପାରିଛି। ସବୁଠାରୁ ବଡ଼କଥା ହେଲା, ଗତ ୬ ବର୍ଷ ମଧ୍ୟରେ ମାତ୍ର ୪ କୋଟି ୯ ଲକ୍ଷ ଟଙ୍କାର ବନଜାତ ଦ୍ରବ୍ୟ ସଂଗ୍ରହ କରାଯାଇଥିବାବେଳେ ଏଥର ଗୋଟିଏ ବର୍ଷରେ ୨୮କୋଟି ଟପିଯାଇଛି। ୩୭୦ଟି ସଂଗ୍ରହ କେନ୍ଦ୍ର ଜରିଆରେ ଗ୍ରାମାଞ୍ଚଳରୁ ଏସବୁ ବନଜାତ ଦ୍ରବ୍ୟ ସଂଗ୍ରହ କରାଯାଇଛି। ଏହାଦ୍ୱାରା ୩୨ ହଜାରରୁ ଊର୍ଦ୍ଧ୍ୱ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀ ଉପକୃତ ହୋଇଛନ୍ତି। କିନ୍ତୁ ଗତ ୬ ବର୍ଷରେ ଏହି ଯୋଜନା ଦ୍ୱାରା ମାତ୍ର ୧୨,୫୦୦ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀ ଉପକୃତ ହୋଇଥିଲେ। ମଧ୍ୟସ୍ଥିଙ୍କ ଦ୍ୱାରା ବେଆଇନ୍ ବିକ୍ରୟ ଓ ଶୋଷଣକୁ ନିୟନ୍ତ୍ରଣ କରିବା ନିମନ୍ତେ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପଠାଇବା ପାଇଁ ନିର୍ଦ୍ଦେଶ ରହିଛି। ସେହିଭଳି ସଂଗ୍ରହ ପ୍ରକ୍ରିୟାକୁ ମଧ୍ୟ ସ୍ବୟଂଚାଳିତ କରାଯାଇଛି। ଆଗାମୀ ଋତୁରେ ଧାନ ସଂଗ୍ରହ ସ୍ବୟଂକ୍ରିୟ ବ୍ୟବସ୍ଥା (ପି.ପି.ଏ.ଏସ୍) ଓ ସ୍ବୟଂଚାଳିତ ଶସ୍ୟ କ୍ରୟ ବ୍ୟବସ୍ଥା(ଏମ୍.ପି.ଏ.ଏସ୍) ପାଇଁ ପଦକ୍ଷେପ ନିଆଯାଇଛି। ଚଳିତବର୍ଷର ଶସ୍ୟ ସଂଗ୍ରହ ପ୍ରକ୍ରିୟାରେ ‘ବନ୍ଧନ ବିକାଶ କେନ୍ଦ୍ର’ ଅଂଶ ଗ୍ରହଣ କରିଛି। ଭିଡିଭିକେଏସ୍ ପକ୍ଷରୁ ଶସ୍ୟଦ୍ରବ୍ୟଗୁଡ଼ିକର ପ୍ୟାକେଟ୍ ଓ ବ୍ରାଣ୍ଡ୍ ପ୍ରସ୍ତୁତି ସହିତ ତାହାକୁ ମୂଲ୍ୟଯୁକ୍ତ କରାଯାଉଛି। ଫଳରେ ଗ୍ରାହକଙ୍କ ମଧ୍ୟରେ କୋରାପୁଟ କଫି, କନ୍ଧମାଳ ହଳଦୀ, ମାଣ୍ଡିଆ ଜାତ ସାମଗ୍ରୀ, ଜଙ୍ଗଲୀ ମହୁ ଆଦିର ଚାହିଦା ଦେଖିବାକୁ ମିଳୁଛି। ରାଜ୍ୟରେ ଥିବା ଆଦିଶା ଷ୍ଟୋର୍ ସହ ଆମାଜନ୍ ଭଳି ଇ-କମର୍ସ ଓ୍ବେବ୍ସାଇଟରେ ମଧ୍ୟ ଏହା ଉପଲବ୍ଧ ହେଉଛି। କୋଭିଡ୍ ସମୟରେ ଆଦିବାସୀଙ୍କ ଆୟ ବୃଦ୍ଧିରେ ଏହା ସହାୟକ ହୋଇପାରିଛି।
Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…
ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…
ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା
ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…
ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ
ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…
IT ରେଡ୍କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…
ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…
ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା
ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…
ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…
ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…
ବସ୍କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….
ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…
ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…
ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

