Posted inଜାତୀୟ

ଚାଇନା-ପାକ୍‌କୁ କଡା ବାର୍ତ୍ତା ଦେବ ମୋଦିଙ୍କ ଲେହ ଗସ୍ତ

ନୂଆଦିଲ୍ଲୀ,୩।୭: ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଶୁକ୍ରବାର ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲେହ ଗସ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ ଏହାକୁ ନେଇ ଆଲୋଚନା କରାଯାଉଛି କି ମୋଦିଙ୍କ ଏହି ସରପ୍ରାଇଜ୍‌ ଭିଜିଟ୍‌ ଚାଇନା ସମେତ ସମଗ୍ର ବିଶ୍ୱକୁ ଏକ ବଡ ବାର୍ତ୍ତା ଦେଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା କଥା ହେଲା ମୋଦିଙ୍କ ହଠାତ୍‌ ଲେହ ଗସ୍ତ ଏକ ବଡ ପଦକ୍ଷେପ। ଏହାସହ ସେ ଚାଇନାକୁ ବର୍ତ୍ତା ଦେଇଛନ୍ତି କି ଆମେ କେବେ ପଛକୁ ହଟିବୁ ନାହିଁ। ଏହାସହ ପ୍ରତିରକ୍ଷା ବିଶେଷଜ୍ଞମାନେ କହୁଛନ୍ତି ଯେପର୍ଯ୍ୟନ୍ତ ଚାଇନା ସେନା ସୀମାରେ ରହିଛି ସେପର୍ଯ୍ୟନ୍ତ ଭାରତୀୟ ସେନା ବି ସୀମାରେ ତା’ର ଶକ୍ତି ବଢାଇ ଚାଲିଛି। ତେଣୁ ମୋଦିଙ୍କ ଗସ୍ତ ଚାଇନାକୁ କହୁଛି ଯେ ଆମେ କୌଣସି ପରିସ୍ଥିତିରେ ମଧ୍ୟ ସାଲିସ କରିବାର ନାହିଁ କି ପଛକୁ ହଟିବାର ନାହିଁ। ଅନ୍ୟପଟେ ମୋଦିଙ୍କ ଏହି ଗସ୍ତ ଯବାନଙ୍କ ମନୋବଳ ବୃଦ୍ଧି କରିବ। ଅବସରପ୍ରାପ୍ତ ବ୍ରିଗେଡିୟର ବିକ୍ରମ ଦତ୍ତ କହିଛନ୍ତି ମୋଦି ଗ୍ରାଉଣ୍ଡ ଜିରୋରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ପରିସ୍ଥିତି ସମ୍ପର୍କରେ ସଠିକ୍‌ ତଥ୍ୟ ମିଳିବ। ଦତ୍ତ କହିଛନ୍ତି ଯେବେବି ଦେଶର ଯେ କୌଣସି ପ୍ରଧାନମନ୍ତ୍ରୀ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଥାଆନ୍ତି ସେବେ ଯବାନଙ୍କ ମନୋବଳ ଆହୁରି ବୃଦ୍ଧି ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

‘ଏନ୍‌ଇଇଟି’ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ, ପୋଲିସ ବଳପ୍ରୟୋଗର ତଦନ୍ତ କରିବ ୫ ଜଣିଆ କମିଟି

ନୂଆଦିଲ୍ଲୀ,୨୧।୮(ପି.ଟି.): ଚଳିତବର୍ଷ ଜୁଲାଇ ୨୦ରେ ହୋଇଥିବା ପାର୍ଲାମେଣ୍ଟ ଘେରାଉ ଆନ୍ଦୋଳନ ବେଳେ ଛାତ୍ରୀଛାତ୍ର ଏବଂ ଯୁବବର୍ଗଙ୍କ ଉପରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପରବର୍ତ୍ତୀ ସମୟରେ…

ମେଘାନ ଓ ପିଲାଙ୍କ ସହ ବ୍ରିଟେନ ଫେରିବେ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୨୧।୮: ପ୍ରିନ୍ସ ହ୍ୟାରୀ ଏବଂ ତାଙ୍କ ପତ୍ନୀ ମେଘାନ ମାର୍କେଲ ଚଳିତ ମାସ ଶେଷ ଆଡ଼କୁ ସେମାନଙ୍କ ଦୁଇ ସନ୍ତାନଙ୍କ ସହ ବ୍ରିଟେନକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।…

କିମ୍ସ ଡାକ୍ତରଙ୍କୁ ବଡ଼ ସଫଳତା: ୧୦ ମାସ ଶିଶୁର ଖାଦ୍ୟ ନଳୀରୁ ବାହାରିଲା ପିନ୍‌

ଭୁବନେଶ୍ୱର, ୨୧ା୮:ରାଉରକେଲାର ଜଣେ ୧୦ ମାସର ଶିଶୁ ଭୁଲ୍‌ବଶତଃ ଏକ ଧାତବ ପିନ୍‌ ଗିଳିଦେବା ପରେ ତାହା ଖାଦ୍ୟନଳୀରେ ଅଟକିଯାଇଥିଲା। ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଡାକ୍ତରମାନେ ଆଡ୍‌ଭାନ୍ସ…

୧୬.୨ କୋଟିରେ ବିକ୍ରି ହେଲା ମହାତ୍ମା ଗାନ୍ଧୀଙ୍କ ହାତଲେଖା ପାଣ୍ଡୁଲିପି

ନୂଆଦିଲ୍ଲୀ,୨୧।୮(ପି.ଟି.): ସାଫ୍ରୋନ୍‌ଆର୍ଟ ନିଲାମୀ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏକ ନିଲାମୀରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଲିଖିତ ୬୮୮ଟି ଆତ୍ମଚିନ୍ତନ ଓ ବିଚାର ସମ୍ପର୍କିତ ପାଣ୍ଡୁଲିପି ୧୬ କୋଟି…

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri