Posted inଜାତୀୟ

ଟିକା ନେଲେ ୧୨୦ ବର୍ଷୀୟା ମହିଳା

ଉଧମପୁର,୨୧।୫: ୧୨୦ ବର୍ଷୀୟା ମହିଳା କୋଭିଡ୍‌-୧୯ ଟିକା ନେଇ ଜମ୍ମୁ-କଶ୍ମୀରର ଉଧମପୁର ଜିଲାର ଗ୍ରାମାଞ୍ଚଳବାସୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। ଏଥି ଲାଗି ଉକ୍ତ ମହିଳାଙ୍କ ଘରକୁ ଯାଇ ସମ୍ବର୍ଦ୍ଧିତ କରିଛନ୍ତି ନର୍ଦନ ଆର୍ମି କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ଓ୍ବାଇ କେ ଯୋଷୀ।

ଏଠାକାର ଲୋକେ ଟିକା ନେବାକୁ ରାଜି ହେଉ ନାହାନ୍ତି। ୧୨୦ ବର୍ଷୀୟା ଧୋଲି ଦେବୀ ଗତ ୧୭ ତାରିଖରେ ଟିକା ନେଇଥିଲେ। ତା’ ପରେ ପୂରା ଗାଁ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଥିଲା। ଏବେ ସେମାନେ ଟିକାକରଣ ପାଇଁ ଆଗେଇ ଆସୁଥିବା ବରିଷ୍ଠ ସେନା ଅଧିକାରୀ କହିଛନ୍ତି।

” ସେ ଏହି ବୟସରେ ଟିକା ନେଇଛନ୍ତି। ତାଙ୍କ ନିକଟରେ ଜ୍ୱର କିମ୍ବା ଅନ୍ୟ କୌଣସି ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଉ ନାହିଁ। ସେ ସମସ୍ତଙ୍କୁ ଟିକା ନେବାକୁ ନିବେଦନ କରିଥିବା କହିଛନ୍ତି ମହିଳାଙ୍କ ନାତି ଚମନ ଲାଲ। ମହିଳାଙ୍କ ପଦକ୍ଷେପରେ ଖସି ହୋଇ ଲ୍ୟୁଟନାଣ୍ଟ ଜେନେରାଲ ଯୋଷୀ ପହଞ୍ଚିଥିଲେ ଡୁଡୁ ତହସିଲ ଅନ୍ତର୍ଗତ ଗାର କାଟିୟାସ ଗାଁରେ। ସେନା ଅଧିକାରୀ ଓ ଗାଁ ଲୋକଙ୍କ ଉପସ୍ଥିତିରେ କାର୍ଗିଲ ଯୁଦ୍ଧର ହିରୋ ବୃଦ୍ଧାଙ୍କୁ ସମ୍ମାନିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ମହିଳାଙ୍କ ଲୁଗା ଧୋଇ ଚର୍ଚ୍ଚାରେ ଏହି ନେତା: କହିଲେ ଜିତିଲେ ‘ଓ୍ବାଶିଂ ମେଶିନ ଦେବି’

ଚେନ୍ନାଇ, ୨୩।୩: କଥାରେ ଅଛି ନିର୍ବାଚନ ବୈତରଣୀ ପାର ହେବାଲାଗି ରାଜନେତାମାନେ କିଛି ବି କରିପାରନ୍ତି। ସେଭଳି ଏକ ଘଟଣା ତାମିଲନାଡ଼ୁର ନଗାପଟ୍ଟିନମ୍‌ରେ ମଙ୍ଗଳବାର ଦେଖିବାକୁ...

ଡାକ୍ତର, ନର୍ସଙ୍କ ସମେତ କ୍ୱାରାଣ୍ଟାଇନକୁ ଗଲେ ୧୦୮ ଜଣ

ନୂଆଦିଲ୍ଲୀ,୪।୪, ଡ଼ରାଇଲାଣି କରୋନା। ଏବେ ଏହା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶନିବାର ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତର, ନର୍ସ ଓ ହସ୍ପିଟାଲର ଅନ୍ୟ...

୩ ହେଲିକପ୍ଟର ନେଇ ସହରରେ ପହଞ୍ଚିଲେ ରଦ୍ଦିଓ୍ବାଲା: ଆଉ ତା’ପରେ…

ଚଣ୍ଡିଗଡ଼,୨୩।୬: ପଞ୍ଜାବ ମନସାର ଜଣେ ରଦ୍ଦିଓ୍ବାଲା ଭାରତୀୟ ସେନାଠାରୁ ୬ ଗ୍ରାଉଣ୍ଡେଡ୍‌ ହେଲିକପ୍ଟର କ୍ରୟ କରିଛନ୍ତି। ଯାହାକୁ ଦେଖିବା ପାଇଁ ସହରରେ ପ୍ରବଳ ଭିଡ଼ ଜମିଥିବା...

ହାଇକୋର୍ଟ ଗଲେ ପାଇଲଟ

ଜୟପୁର,୧୬।୭: ରାଜସ୍ଥାନ ରାଜନୀତିରେ ସଙ୍କଟ ଲାଗି ରହିଛି। ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବ ପରେ ଏବେ ସେଠାରେ ରାଜନୀତି ଭିନ୍ନ ମୋଡ ନେଇଛି।...

ସରକାରୀ ଘର ଖାଲି କର, ଅବସରପ୍ରାପ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ …

ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀ ହାଇକୋର୍ଟ ୩ ଜଣ ଅବସରପ୍ରାପ୍ତ କଶ୍ମୀରୀ ଅଧିକାରୀଙ୍କୁ ଶୀଘ୍ର ସରକାରୀ ଘର ଖାଲି କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସମ୍ପୃକ୍ତ ଅଧିକାରୀମାନେ...

ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ରାଜି ନୁହେଁ ରାହୁଲ

ନୂଆଦିଲ୍ଲୀ,୬।୭: କଂଗ୍ରେସ ଦଳରେ ଖୁବ୍‌ଶୀଘ୍ର ବଡ ଧରଣର ଅଦଳବଦଳ ହେବାକୁ ଯାଉଥିବା ସୂଚନା ମିଳିଛି। ଯେଉଁ ନେତାମାନେ ସଚିବ ଓ ପ୍ରଭାରୀଙ୍କ ମଧ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା...

ସଂସଦରେ ପ୍ରଦୂଷଣକୁ ନେଇ ଚର୍ଚ୍ଚା: ବୁଝିପାରିଲେନି ସାଧାରଣ କୃଷକ

ନୂଆଦିଲ୍ଲୀ,୨୨।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣକୁ ନେଇ ଏଥର ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧି। ତେବେ ହରିୟାଣା, ପଞ୍ଜାବ ଓ ଏହାର ଆଖପାଖରେ କୃଷକମାନେ ନଡା ଜାଳୁଥିବାରୁ...

କରୋନା ଭୂତାଣୁଠାରୁ ଅଧିକ ଭୟଙ୍କର ସୋସିଆଲ୍‌ ମିଡ଼ିଆ ଗୁଜବ: ଧ୍ୟାନ ନ ଦେବାକୁ ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ,୭।୪: ଭାରତରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଉଥିବା କିଛି ଗୁଜବକୁ ନେଇ ସରକାର...

Advertisement
Archives

Model This Week