Posted inଜାତୀୟ

ରିପୋର୍ଟିଂ କରି ସ୍କୁଲର ସମସ୍ୟା ଦେଖାଇଲେ ୧୨ବର୍ଷୀୟ ଛାତ୍ର: ଭିଡିଓ ଭାଇରାଲ

ରାଞ୍ଚି,୫।୮: ଝାଡ଼ଖଣ୍ଡର ଗୋଡ୍ଡା ଅଞ୍ଚଳରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ୧୨ବର୍ଷୀୟ ଛାତ୍ର ସାମ୍ବାଦିକ ହୋଇ ବିଦ୍ୟାଳୟର ସମସ୍ୟାକୁ ସମସ୍ତଙ୍କ ସମ୍ମୁଖକୁ ଆଣିବାକୁ ପ୍ରୟାସ କରିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ହେଉଛି ଗୋଡ୍ଡା ସ୍ଥିତ ମହାଗାମାର ଭିଖିଆଚକ ପ୍ରାଥମିକ ବିଦ୍ୟାଳୟର। ସୂଚନାଯୋଗ୍ୟ, ଉକ୍ତ ସ୍କୁଲରେ ପଢ଼ୁଥିବା ୧୨ବର୍ଷୀୟ ଛାତ୍ର ଶରଫରାଜ ତାଙ୍କ ହାତରେ ଏକ ପ୍ଲାଷ୍ଟିକ ବୋତଲରେ ତିଆରି ହୋଇଥିବା ମାଇକ୍‌ ଧରି ରିପୋର୍ଟିଂ କରୁଥିବାର ନଜର ଆସିଛନ୍ତି। ଉକ୍ତ ଭିଡିଓରେ ସେ ଗାଁର ନବୀକରଣ ହୋଇଥିବା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖାଇଛନ୍ତି। ବର୍ତ୍ତମାନ ସ୍କୁଲର ଶିକ୍ଷକମାନେ ବିଦ୍ୟାଳୟରେ ଅନୁପସ୍ଥିତ ଅଛନ୍ତି। ଦେଖନ୍ତୁ କିଭଳି ସ୍କୁଲ ପରିସରରେ ବଡ଼ ବଡ଼ ଗଛ ହୋଇଯିବା ସହ ଘାସବୁଦାମାନ ହୋଇଯାଇଛି। ଉକ୍ତ ସ୍କୁଲରେ ପାନୀୟ ଜଳ କିମ୍ବା ସ୍ବଚ୍ଛ ଶୌଚାଳୟର ବ୍ୟବସ୍ଥା ନାହିଁ। ଏତଦ୍‌ବ୍ୟତୀତ ପିଲାମାନଙ୍କର ଶ୍ରେଣୀଗୃହରେ ଗୋଖାଦ୍ୟ ରଖାଯାଇଛି। ଏଥିସହ ନିଜ ସହଯୋଗୀଙ୍କୁ ଠାରୁ ସେ ସ୍କୁଲ ସମସ୍ୟା ଉପରେ ପ୍ରତିକ୍ରିୟା ନେଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓ ଏବେ ବେଶ୍‌ ଭାଇରାଲ ହୋଇଥିବା ବେଳେ ଏହାକୁ ଦେଖି ସ୍କୁଲର ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଶରଫରାଜଙ୍କ ଘରକୁ ଯାଇ ତାଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀ

ରାୟପୁର,୨୯।୫: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଶୁକ୍ରବାର ପରଲୋକ ଘଟିଛି। ସେ ୨୦ ଦିନ ହେବ ହୃଦଘାତରେ ପୀଡିତ ହୋଇ ରାୟପୁର ଡାକ୍ତରଖାନାରେ ଭର୍ତ୍ତି...

ପ୍ରଧାନମନ୍ତ୍ରୀ ମୋଦିଙ୍କ କେଦାରନାଥ ଗସ୍ତ, ଦୀପାବଳି ଅବସରରେ ୮ କ୍ୱିଣ୍ଟାଲ ଫୁଲରେ ସଜା ହେଲା ମନ୍ଦିର

ଡେରାଡୁନ,୪ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ନଭେମ୍ବର ଅର୍ଥାତ୍ ଶୁକ୍ରବାର କେଦାରନାଥ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେଦାରନାଥରେ...

ଦିଲ୍ଲୀରେ କ୍ଲିନସୁଇପ୍‌ କଲା ଭାଜପା: ଆପ୍‌ ମୂଳପୋଛ୍‌

ନୂଆଦିଲ୍ଲୀ, ୨୪।୫: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ପରେ ଭଳି ଦିଲ୍ଲୀରେ କ୍ଲିନ୍‌ ସୁଇପ୍‌ କରିଛି ଭାଜପା। ଦିଲ୍ଲୀରେ ୭ଟି ଲୋକ ସଭା ସିଟ୍‌ରେ ଭାଜପା...

ଚିଦାମ୍ବରମ୍‌ଙ୍କୁ ତିହାର ଜେଲ୍‌ରେ ଭେଟିଲେ ସୋନିଆ-ମନମୋହନ

ନୂଆଦିଲ୍ଲୀ,୨୩।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ତିହାର ଜେଲ୍‌ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋମବାର ଭେଟିଛନ୍ତି। ସେମାନଙ୍କ...

୯ ଲକ୍ଷ ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା: ଦେଶରେ ଗୋଟିଏ ଦିନରେ ସର୍ବାଧିକ ୨୮,୭୦୧ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ,୧୩।୭: କନ୍ଦାଇଲାଣି କରୋନା। ବେଳକୁ ବେଳ ଏହା ସୁଅ ଭଳି ମାଡି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୮,୭୦୧ ନୂଆ ସଂକ୍ରମିତ ଚିହ୍ନଟ ହେବା...

ଆଦାନୀ ପ୍ରସଙ୍ଗ ଉଠାଇଲେ ବିରୋଧୀ

ନୂଆଦିଲ୍ଲୀ,୩୧।୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ପୂର୍ବରୁ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିରୋଧୀ ଦଳଗୁଡ଼ିକ ଆଦାନୀ ଏବଂ ମହିଳା ସ୍ଥାନ ସଂରକ୍ଷଣ ବିଲ୍‌...

କାନ୍ଧରେ ଅକ୍ସିଜେନ ସିଲିଣ୍ଡର, ଟ୍ରେରେ ନବଜାତ ଶିଶୁକୁ ଧରି ହସ୍ପିଟାଲରେ ବୁଲିରେ ଦମ୍ପତ୍ତି

ବକ୍ସର, ୨୬।୭: ବିହାରର ବକ୍ସର ଜିଲା ସଦର ହସ୍ପିଟାଲରେ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି କାନ୍ଧରେ ଅକ୍ସିଜେନ...

ଜାମିଆ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ: ମଣ୍ଡି ହାଉସ୍‌ରେ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ,୨୪।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ନିଆଁ ଜଳୁଥିବା ବେଳେ ମଙ୍ଗଳବାର ଜାମିଆ କୋର୍ଡିନେଶନ କମିଟିର ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ...

Advertisement
Archives

Model This Week