ବିଇଏମ୍‌ସିର ୧୨ ଜଣିଆ ଟିମ୍‌ ଯିବ କେରଳ

ବ୍ରହ୍ମପୁର ଅଫିସ,୧୨ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ମେୟର ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ଡେପୁଟି ମେୟର ଇ. ବିବେକ ରେଡ୍ଡୀଙ୍କ ସମେତ ବିଭିନ୍ନ ଦଳର ୧୦ ଜଣ କର୍ପୋରେଟର ଆସନ୍ତା ୧୬ ତାରିଖରେ କେରଳ ରାଜଧାନୀ ଥିରୁଭାନନ୍ତପୁରମ ଯିବେ। ସେଠାରେ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ରହି କେରଳ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ପରିଦର୍ଶନ କରି ୨୦ ତାରିଖରେ ଫେରିବେ। ମେୟରଙ୍କ ସୂଚନାନୁସାରେ ଥିରୁଭାନନ୍ତପୁରମ ମ୍ୟୁନିସିପାଲ କର୍ପୋରେଶନରେ କାର୍ଯ୍ୟକାରୀ ହେଉଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ, ରାସ୍ତାଘାଟ ଓ ଡ୍ରେନ ନିର୍ମାଣ କାର୍ଯ୍ୟ ଆଦି ବିଇଏମ୍‌ସି ଟିମ୍‌ ଅନୁଧ୍ୟାନ କରିବେ।
ଓଡ଼ିଶା ନଗର ଉନ୍ନୟନ ବିଭାଗର ଅନୁମୋଦନକ୍ରମେ କେରଳ ଯାଉଥିବା ଟିମରେ ବିଜେଡି କର୍ପୋରେଟର ସୁରେନ୍ଦ୍ର କୁମାର ମହାରଣା, ଶ୍ୱେତାରେଖା ତ୍ରିପାଠୀ, ସୋନାଲି ଗନ୍ତାୟତ, ତିରୁପତି ପାତ୍ର, ସମୀର କୁମାର ମିଶ୍ର, ମଳୟ କୁମାର ବିଶୋୟୀ, ସୂର୍ଯ୍ୟକାନ୍ତ ସୁବୁଦ୍ଧି ଓ ଆଇ. ଶ୍ରୀନିବାସ ରାଓ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭାଜପା କର୍ପୋରେଟର ପ୍ରଦୀପ କୁମାର ଶତପଥୀ ଓ ସ୍ବାଧୀନ କର୍ପୋରେଟର ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ନାମ ମଧ୍ୟ ରହିଛି। ତେବେ ନିଗମକୁ ନିର୍ବାଚିତ ଏକମାତ୍ର କଂଗ୍ରେସ ମହିଳା କର୍ପୋରେଟରଙ୍କ ନାମ ନଥିବା ରାଜନୈତିକ ଚର୍ଚ୍ଚାକୁ ଆସିଯାଇଛି। ନିଗମ ସୂତ୍ରରୁ ମିଳିଥିବା ଖବର ଅନୁସାରେ ମେୟର, ଡେପୁଟି ମେୟର ଓ ୧୦ କର୍ପୋରେଟରଙ୍କ ଯିବା ଆସିବା ବିମାନ ଟିକେଟ ବିଇଏମସି ପକ୍ଷରୁ ବହନ କରାଯିବ। ଥିରୁଭାନନ୍ତପୁରମରେ ରହଣି ଓ ଅନ୍ୟାନ୍ୟ ଖର୍ଚ୍ଚ କେରଳ ସରକାରଙ୍କ ମ୍ୟୁନିସିପାଲ କର୍ପୋରେସନ ବ୍ୟୟ କରିବ। ଟିମ୍‌ ସେଠାର ସହରାଞ୍ଚଳ ଉନ୍ନୟନ ଯୋଜନାଗୁଡ଼ିକ ଅନୁଧ୍ୟାନ କର ଆସିବା ପରେ ରେଶମ ସହରରେ ସେହି ଢ଼ାଞ୍ଚାରେ କାର୍ଯ୍ୟକାରୀ ଲାଗି ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri