Posted inଜାତୀୟ

ଜଳମଗ୍ନ ହେବ ୧୨ ସହର

ନୂଆଦିଲ୍ଲୀ,୭ା୧୨: ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବରେ ତାମିଲନାଡୁର ଚେନ୍ନାଇ ସହର ଜଳାର୍ଣ୍ଣବ ହୋଇଥିବାବେଳେ ଏହା ପୁଣିଥରେ ଭାରତୀୟ ସହରଗୁଡ଼ିକର ଜଳବାୟୁ ପରିବର୍ତ୍ତନଜନିତ ଭୟାବହତାକୁ ଲୋକଲୋଚନକୁ ଆଣିଛି। ଗତ ୪ ତାରିଖ ସୁଦ୍ଧା ୪୮ ଘଣ୍ଟା ମଧ୍ୟରେ ଚେନ୍ନାଇରେ ୪୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଥିଲା। ଫଳରେ ସେଠାରେ ସ୍ବାଭାବିକ ଜୀବନଯାତ୍ରା ଏକପ୍ରକାର ଅଚଳ ହୋଇଯାଇଥିଲା ଓ ବର୍ଷାବିତ୍ପାତରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ପ୍ରଥମ ଘଟଣା ନୁହେଁ। ୨୦୧୫ ପ୍ରବଳ ବର୍ଷାଜନିତ ବନ୍ୟାରେ ମଧ୍ୟ ଏହି ସହର ସମ୍ପୂର୍ଣ୍ଣ ବୁଡ଼ିଯାଇଥିଲା। ଏହି ବନ୍ୟା ଅନୁପଯୁକ୍ତ ସହରାଞ୍ଚଳ ପ୍ଲାନିଂ ଏବଂ ଆନୁଷ୍ଠାନିକ ସାମର୍ଥ୍ୟର ଅଭାବକୁ ଦର୍ଶାଇଥିଲା। ପ୍ରବଳ ବର୍ଷା ସାଙ୍ଗକୁ ପର୍ଯ୍ୟାପ୍ତ ଜଳନିଷ୍କାସନ ବ୍ୟବସ୍ଥାର ଅଭାବ, ନଦୀଗୁଡ଼ିକ ଅଧିକ ଜଳ ନିଷ୍କାସନ କରିବା ଲାଗି ପରିଚାଳନାଗତ ଅକ୍ଷମତା ଏଭଳି ବନ୍ୟାର କାରଣ ଥିଲା। ସହରୀକରଣର ବ୍ୟାପକତା ଯୋଗୁ ବୃହତ୍‌ ଜଳମାର୍ଗ ଏବଂ ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଜୋନ୍‌ଗୁଡ଼ିକ ଅବରୋଧ ହୋଇଯାଉଛି। ଯାହା ବନ୍ୟା ହେବାର ଅନ୍ୟତମ ପ୍ରମୁଖ କାରଣ। କେବଳ ଚେନ୍ନାଇ ନୁହେଁ, ସମୁଦ୍ର ପତ୍ତନ ବୃଦ୍ଧି, ସାମୁଦ୍ରିକ ଝଡ଼ ଏବଂ ନଦୀରେ ବନ୍ୟା ଆସିବା କାରଣରୁ କୋଲକାତା, ମୁମ୍ବାଇ ଭଳି ଉପକୂଳ ସହରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ଘନ ଜନବହୁଳ ମେଟ୍ରୋ ମହାନଗରଗୁଡ଼ିକ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଅଙ୍ଗେ ନିଭାଇସାରିଲେଣି। ଜଳବାୟୁ ପରିବର୍ତ୍ତନ ଯୋଗୁ ଅଧିକ ବୃଷ୍ଟିପାତ, ବନ୍ୟା ସାଙ୍ଗକୁ ଅନାବୃଷ୍ଟି ସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ବିଶ୍ୱବ୍ୟାଙ୍କ ଗ୍ରୁପ୍‌ ଦ୍ୱାରା ନିଯୁକ୍ତ ପଟ୍ସଡାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କ୍ଲାଇମେଟ୍‌ ଇମ୍ପାକ୍ଟ ରିସର୍ଚ୍ଚ ଆଣ୍ଡ କ୍ଲାଇମେଟ୍‌ ଆନାଲିଟିକ୍ସର ଗବେଷଣାରେ ଭାରତକୁ ସତର୍କ କରିଦିଆଯାଇଛି। ଉଚ୍ଚ ଅକ୍ଷାଂଶ ତୁଳନାରେ ବିଷୁବ ମଣ୍ଡଳ ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଭାରତର ଉପକୂଳ ସହରଗୁଡ଼ିକ ପ୍ରତି ଅନେକ ବିପଦ ରହିଛି। ସମୁଦ୍ର ପତ୍ତନ ବଢ଼ିବା ସହ ଉଚ୍ଚ ଜୁଆର ମାଡ଼ିଆସିବା, କୃଷି କ୍ଷତିଗ୍ରସ୍ତ ହେବା, ଭୂତଳ ଜଳ ମାନ ଖରାପ ହେବ ସମେତ ଜଳବାହିତ ରୋଗ ବଢ଼ିବାର ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ଉପରେ ୨୦୨୧ରେ ଆନ୍ତଃସରକାରୀ ପ୍ୟାନେଲ୍‌ ରିପୋର୍ଟରେ ଭାରତକୁ କଡ଼ା ଚେତାବନୀ ଦିଆଯାଇଥିଲା। ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଭାରତର ୧୨ ଉପକୂଳ ସହର ୩ ଫୁଟ୍‌ ବୁଡ଼ିଯିବ ବୋଲି ଏହି ରିପୋର୍ଟରେ କୁହାଯାଇଥିଲା। ସେଗୁଡ଼ିକ ମଧ୍ୟରେ ମୁମ୍ବାଇ, ଚେନ୍ନାଇ, କୋଚି, ବିଶାଖାପାଟଣା ଆଦି ସହର ରହିଛି। ଉପକୂଳର ୭୦ ଲକ୍ଷରୁ ଅଧିକ କୃଷି ଓ ମତ୍ସ୍ୟଜୀବୀ ପରିବାର ଉପକୂଳ କ୍ଷୟର ପ୍ରଭାବ ଅନୁଭବ କଲେଣି। ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ ୨୦୫୦ ବେଳକୁ ୧,୫୦୦ ବର୍ଗକିଲୋମିଟର ସ୍ଥଳଭାଗ ପାଣିରେ ବୁଡ଼ିଯିବ। ଫଳରେ ବହୁ ମୂଲ୍ୟବାନ କୃଷି ଅଞ୍ଚଳ ସମୁଦ୍ରରେ ବିଲୀନ ହେବା ସହ ଉପକୂଳରେ ବସବାସ କରୁଥିବା ଲୋକଙ୍କ ବସତି ପ୍ରତି ବିପଦ ସୃଷ୍ଟି ହେବ ବୋଲି ରିପୋର୍ଟରେ କୁହାଯାଇଛି।

ସୀମା ଲଙ୍ଘୁଛି ବିଶ୍ୱତାପନ

ପୃଥିବୀରେ ଜୀବନଧାରଣ ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ସମ୍ପର୍କିତ ସୀମା ଅତିକ୍ରମ କରି ଚାଲିଛି ଜଳବାୟୁ ପରିବର୍ତ୍ତନର ଦୁଷ୍ପରିଣାମ। ସାମ୍ପ୍ରତିକ ସ୍ଥିତିରେ ବଢ଼ିଚାଲିଥିବା ବିଶ୍ୱ ତାପନକୁ ଦେଖି ୨୦୦ ବୈଜ୍ଞାନିକଙ୍କୁ ନେଇ ଗଠିତ ଏକ ଟିମ୍‌ ଦୁବାଇରେ ଚାଲିଥିବା କପ୍‌୨୮ରେ ଏଭଳି ସତର୍କ କରାଇଛନ୍ତି। ବୁଧବାର ଏହି ଅନ୍ତର୍ଜାୀତୟ ଜଳବାୟୁ ସମ୍ମିଳନୀରେ ‘ଗ୍ଲୋବାଲ ଟିପିଙ୍ଗ୍‌ ପଏଣ୍ଟସ୍‌’ ରିପୋର୍ଟ ପ୍ରକାଶ ପାଇଛି। ପ୍ରାକୃତିକ ବ୍ୟବସ୍ଥାଗୁଡ଼ିକର ସୀମା ଉପରେ ପ୍ରଥମ ଥର ପାଇଁ ଏଭଳି ସମ୍ପୂର୍ଣ୍ଣ ମୂଲ୍ୟାୟନ କରାଯାଇଥିବା ବୈଜ୍ଞାନିକମାନେ କହିଛନ୍ତି। ବୈଶ୍ୱିକ ତାପନର ସାମ୍ପ୍ରତିକ ସ୍ଥିତି ଯୋଗୁ କ୍ରିଓସ୍ପିୟର ଭଳି ୫ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ସମେତ ବିପଦରେ ଥିବା ୨୬ ଟିପିଙ୍ଗ୍‌ ପଏଣ୍ଟକୁ ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି। ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହେଲା ଗ୍ରୀନ୍‌ଲ୍ୟାଣ୍ଡ ଓ ପଶ୍ଚିମ ଆଣ୍ଟାର୍କଟିକ୍‌ ବରଫ ଆସ୍ତରଣ, ଉତ୍ତର ଆଟଲାଣ୍ଟିକ୍‌ ଉପମେରୁ ଗାଇର୍‌ ସର୍କୁଲେଶନ, ଉଷ୍ମଜଳ କୋରାଲ ରିଫ୍‌ ଏବଂ ସ୍ଥାୟୀ ତୁଷାର ଭୂମି। ଏହି ଟିପିଙ୍ଗ୍‌ ପଏଣ୍ଟଗୁ୍‌ଡ଼ିକ ମାନବ ଜାତି ପାଇଁ ବିପଦ ସୃଷ୍ଟି କରୁଥିବା ପୂର୍ବରୁ କେବେ ଆକଳନ କରାଯାଇ ନ ଥିଲା ବୋଲି ବ୍ରିଟେନ୍‌ ଏକ୍ସେଟର ୟୁନିଭର୍ସିଟିର କ୍ଲାଇମେଟ୍‌ ଚେଞ୍ଜ୍‌ ଆଣ୍ଡ ଆର୍ଥ ସିଷ୍ଟମ ସାଇନ୍ସର ଅଧ୍ୟକ୍ଷ ପ୍ରଫେସର ଟିମ୍‌ ଲେନନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ହଟାଗଲା ୟାସିନ ମଲିକ, ମନମୋହନ ସିଂଙ୍କ ଫଟୋ ଥିବା ପୋଷ୍ଟର, କଂଗ୍ରେସକୁ ଭୋଟ ଦେବାକୁ କରାଯାଇଥିଲା ଅପିଲ

ନୂଆଦିଲ୍ଲୀ,୩୦।୪: ଆତଙ୍କବାଦ ପାଣ୍ଠି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେ.କେ.ଏଲ.ଏଫ) ମୁଖ୍ୟ ୟାସିନ ମଲିକଙ୍କ ପୋଷ୍ଟରକୁ ଦିଲ୍ଲୀ ପୋଲିସ ହଟାଇ...

ସିକ୍ରେଟ ଖୋଲିଲେ ମୋଦି

ନୂଆଦିଲ୍ଲୀ,୩୦।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଏକ କାହାଣୀ ପ୍ରକାଶ କରିଛନ୍ତି। ୨୦୧୯ ବାଲାକୋଟ ଏୟାର...

କୋଟିପତି କଳ୍ପନା, ସ୍ବାମୀଙ୍କ ଅପେକ୍ଷା ରହିଛି ୪ ଗୁଣା ଅଧିକ ସମ୍ପତ୍ତି

ରାଞ୍ଚି,୩୦।୪: ଝାଡ଼ଖଣ୍ଡର ଗାଂଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନଙ୍କ...

ପ୍ରିୟଙ୍କା ରାୟବରେଲିରୁ, ରାହୁଲ ଆମେଠିରୁ ଲଢିବେ ନାହିଁ ନିର୍ବାଚନ, ରହିଛି ଏହି କାରଣ

ନୂଆଦିଲ୍ଲୀ,୩୦।୪: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆମେଠୀ ଏବଂ ରାୟବରେଲି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ...

କେଜ୍‌ରିଓ୍ବାଲ, ଆତିଶୀଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୩୦।୪: ଭାଜପା ଓ ଏହାର ସଦସ୍ୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତରେ...

ତଳକୋର୍ଟରେ ଜାମିନ ଆବେଦନ କରିନ କାହିଁକି

ନୂଆଦିଲ୍ଲୀ,୩୦ା୪(ପି.ଟି.): ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତଳ କୋର୍ଟରେ ଜାମିନ...

ପନ୍ନୁନଙ୍କୁ ହତ୍ୟା ପାଇଁ ହିଟ୍‌ ଟିମ୍‌କୁ ଲଗାଇଥିଲେ ର’ ଅଫିସର

ନୂଆଦିଲ୍ଲୀ,୩୦ା୪: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁନଙ୍କୁ ହତ୍ୟା କରିବା ପାଇଁ ଭାରତ ଯୋଜନା କରିଥିଲା ବୋଲି ଅଭିଯୋଗ ହୋଇଆସୁଛି। ଆମେରିକା ଗଣମାଧ୍ୟମରେ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri