ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ବର୍ଷା

ବ୍ରହ୍ମପୁର,୭ା୧୨ (ସ୍ମୃତି ରଞ୍ଜନ ମହାଲିକ)ବାତ୍ୟା ମିଗଜୋମ ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହୋଇଛି। ଧାନ କଟା ହୋଇ ବିଲରେ ପଡିଥିବାରୁ ବର୍ଷା ଯୋଗୁ ଶତାଧିକ ଏକର ଜମିର ଫସଲ ପାଣିରେ ବୁଡିଯାଇଛି। ଫଳରେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇ ଆସୁଥିବା ଜିଲାର ଚାଷୀମାନଙ୍କ ଅଣ୍ଟା ଭାଙ୍ଗିଯାଇଛି।
ମଙ୍ଗଳବାର ରାତିରୁ ପ୍ରବଳ ବର୍ଷା ଆରମ୍ଭ ହୋଇ ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଲାଗି ରହିଥିଲା। ସନ୍ଧ୍ୟା ସୁଦ୍ଧା ଛତ୍ରପୁରରେ ୪୧.୩ ଓ ଗୋପାଳପୁରରେ ୪୨ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ଆକଳନ କରିଛି। ତେବେ ଡିସେମ୍ବର ଆରମ୍ଭରୁ ଥଣ୍ଡାର ପ୍ରକୋପ ନ ଥିବା ବେଳେ ମଙ୍ଗଳବାରଠାରୁ ବର୍ଷା ପ୍ରଭାବରେ ୨ ଦିନ ଧରି ତାପମାତ୍ରାରେ ପରିବର୍ତ୍ତନ ଘଟିଛି। ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଛି। ଅନ୍ୟପଟେ ଧାନ ଅମଳ ସମୟରେ ଏଭଳି ବର୍ଷା କାରଣରୁ ଜିଲାର ବିଭିନ୍ନ ବ୍ଲକରେ ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଛି। ଚଳିତ ବର୍ଷ ବର୍ଷାର ପରିମାଣ କମ କାରଣରୁ ଜିଲାର ବିଭିନ୍ନ ବ୍ଲକରେ ବିଳମ୍ବରେ ଚାଷ ଆରମ୍ଭ ହୋଇଥିଲା। ବର୍ଷା ଅଭାବରୁ ତଳି ପୋଡାଠାରୁ ଆରମ୍ଭ କରି ଜମି ମଧ୍ୟ ଟାଙ୍ଗରା ଭୂମି ପାଲଟିଥିଲା। ଫଳରେ ଚାଷୀ ଋଣ ଭାର ସାଙ୍ଗକୁ ମରୁଡି ସ୍ଥିତିକୁ ନେଇ ମୁଣ୍ଡରେ ହାତ ଦେଇ ବସିଥିଲେ। ଏଭଳି ସ୍ଥଳେ ଜଳ ସେଚନ ବିଭାଗର ଜଳ ଯୋଗାଣ ଓ ଜଳାଶୟର ପାଣି ସହାୟତାରେ ଧାନ ଚାଷକୁ କିଛିଟା ମାତ୍ରାରେ ସହାୟ ହୋଇଥିଲା। ଯାହାକୁ ନେଇ ଚାଷୀ ମହଲ ସାମାନ୍ୟ ଆଶ୍ୱସ୍ତ ହୋଇଥିଲେ। ଜିଲାର ୧ ଲକ୍ଷ ୭୯ ହଜାର ହେକ୍ଟର ଚାଷ ଜମିରେ ହୋଇଥିବା ଧାନ ଫସଲରୁ ବର୍ତ୍ତମାନ ପ୍ରାୟ ୨୦% ଧାନ କଟାଯାଇଥିବା ଅନୁମାନ କରାଯାଉଛି। ଆହୁରି ୮୦ ପ୍ରତିଶତ ଫସଲ ବିଲରେ ପଡ଼ିଛି। କିନ୍ତୁ ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷାରେ ବିଲରେ ପଡି ରହିଥିବା ଅମଳ ଧାନ ସଂପୂର୍ଣ୍ଣ ନଷ୍ଟ ହେବା ନେଇ ଆଶଙ୍କା କରାଯାଉଛି। ଜିଲା କୃଷି ବିଭାଗ ପକ୍ଷରୁ ଆଗୁଆ ସୂଚନା ପୂର୍ବକ ଚାଷୀଙ୍କୁ ଅମଳ ଧାନ ସୁରକ୍ଷିତ ସ୍ଥାନକୁ ନେବା ଓ ଜରି ପାଲ ଘୋଡାଇ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା। କିନ୍ତୁ କମ ସମୟ ମଧ୍ୟରେ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା ସମ୍ଭବ ହୋଇପାରି ନାହିଁ। ଫଳରେ କଟାଯାଇଥିବା ଧାନ ଫସଲ ପାଣି ମଧ୍ୟରେ ପଡି ରହିଛି।
କୁକୁଡାଖଣ୍ଡି ବ୍ଲକ ପାଣ୍ଡିଆଝୋଳି ପଂଚାୟତର ଧାନ ବିଲ ଗୁଡିକରେ କଟା ଯାଇଥିବା ଧାନ ପାଣିରେ ବୁଡି ରହିଛି। ଧାନ ସୁରକ୍ଷା ପାଇଁ ଚାଷୀ ପାଳ ସମେତ ଅନ୍ୟାନ୍ୟ ଉପାୟ ଅବଲମ୍ବନ କଲେ ବି ତାହା ସଫଳ ହୋଇପାରି ନାହିଁ। ଫଳରେ ପାଣିରେ ବୁଡି ରହିଥିବା ଧାନ ଫସଲକୁ ନେଇ ଚାଷୀ ଚିନ୍ତା ପ୍ରକଟ କରିଛି। ଏ ନେଇ ଜିଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ କହିଛନ୍ତି ଯେ, ବର୍ତ୍ତମାନ ସର୍ଭେ ଚାଲିଛି। ଜିଲାର କେଉଁ କେଉଁ ଅଂଚଳରେ ଧାନ ଫସଲ ବର୍ଷା ପ୍ରଭାବରେ କ୍ଷୟକ୍ଷତି ହୋଇଛି ସେ ନେଇ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ବର୍ଷା ପାଣିରେ ବୁଡି ରହିଥିବା ଅମଳ ଧାନ ସଂଗ୍ରହ କରିବା କ୍ଷେତ୍ରରେ ସହାୟତା ଯୋଗାଇବା ପାଇଁ ବହୁ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?