ମତ୍ସ୍ୟଜୀବୀଙ୍କ ସଂଖ୍ୟା ରିପୋର୍ଟ ବିଭାଗ ପାଖରେ ନାହିଁ

ପାରାଦୀପ,୭ା୧୨(ଶରତ ରାଉତ)ରାଜ୍ୟର ପ୍ରମୁଖ ମତ୍ସ୍ୟ ଉତ୍ପାଦନ ସ୍ଥାନ ହେଲା ପାରାଦୀପ ମାଛଧରା ବନ୍ଦର। ଏହି ମାଛଧରା ବନ୍ଦର ଉପରେ ୫୦ ହଜାରରୁ ଅଧିକ ଲୋକ ନିର୍ଭରଶୀଳ ବୋଲି ଅନେକ ସମୟରେ ସରକାରୀ ଭାବେ କୁହାଯାଉଛି। କିନ୍ତୁ କୌତୂହଳ ପ୍ରସଙ୍ଗ ହେଲା ଉକ୍ତ ମାଛଧରା ବନ୍ଦର ମଧ୍ୟରେ କେତେଜଣ ମତ୍ସ୍ୟଜୀବୀ ଅଛନ୍ତି, ତାଙ୍କର କୌଣସି ତଥ୍ୟ ମତ୍ସ୍ୟ ବିଭାଗ ପାଖରେ ନାହିଁ।
ଏଭଳି ରିପୋର୍ଟ ଜନସୂଚନା ତଥ୍ୟରୁ ଜଣାପଡ଼ିଛି। ଏଥିପାଇଁ ଯେତେବେଳେ କୌଣସି ଦୁର୍ଘଟଣା ଘଟେ ସମୁଦ୍ରରେ ମତ୍ସ୍ୟଜୀବୀ ନିଖୋଜ କିମ୍ବା ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ସରକାରୀ ସହାୟତା ମିଳୁନାହିଁ। ପାରାଦୀପ ମାଛଧରା ବନ୍ଦର ପରିସରରେ କେତେଗୋଟି ବଡ଼ ବୋଟ୍‌ ଓ ଛୋଟ ଯନ୍ତ୍ରଚାଳିତ ଡଙ୍ଗା ଅଛି ତା’ର ବିବରଣୀ, କେତେଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଯାଉଛନ୍ତି, ବାର୍ଷିକ କେତେ ମାଛ ଉତ୍ପାଦନ ହେଉଛି, ବିଦେଶକୁ କେତେ ଟନ୍‌ ରପ୍ତାନି ହେଉଛି, କେତେ ବୈଦେଶିକ ମୁଦ୍ରା ଭାରତକୁ ଆସୁଛି ଭଳି ୧୮ଟି ପ୍ରସଙ୍ଗ ଉପରେ ଜନସୂଚନା ଆଇନ ବଳରେ ତଥ୍ୟ ମଗାଯାଇଥିଲା। ପ୍ରଥମେ ଧାର୍ଯ୍ୟ ସମୟ (୩୦ଦିନ) ମଧ୍ୟରେ ସୂଚନା ମିଳି ନ ଥିଲା। ପରେ ପ୍ରଥମ ଅପିଲ କରିବା ପରେ ଅପୂର୍ଣ୍ଣାଙ୍ଗ ରିପୋର୍ଟ ସହକାରୀ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) କାର୍ଯ୍ୟାଳୟ ପକ୍ଷରୁ ନଭେମ୍ବର ୧୬ରେ ଦେଇଛନ୍ତି। ପତ୍ର ସଂଖ୍ୟା ୧୪୪/(୧୬ା୧୧ା୨୩)ରେ ମତ୍ସ୍ୟ ଅଧିକାରୀ ବିଜୟ କୁମାର କର ସୂଚନା ଦେଇଛନ୍ତି, ୨୦୨୩ ସୁଦ୍ଧା ପାରାଦୀପ ମାଛଧରା ବନ୍ଦର ପରିସରରେ ୫୫୩ଟି ବୋଟ୍‌ ଓ ୧୬୧ଟି ଯନ୍ତ୍ରଚାଳିତ ଡଙ୍ଗା ପଞ୍ଜୀକୃତ ହୋଇଛି। ମାଛଧରା ବନ୍ଦର ପରିସରରେ ପଞ୍ଜୀକୃତ ମତ୍ସ୍ୟଜୀବୀଙ୍କ ସଂଖ୍ୟା କେତେ ତାହା ସମ୍ପର୍କରେ କୌଣସି ବିବରଣୀ ଉପଲବ୍ଧ ନାହିଁ। ୨୦୨୦-୨୧ ଆର୍ଥିକ ବର୍ଷରେ ମାଛ ଉତ୍ପାଦନ ପରିମାଣ ୩୨୩୬୦.୯୦ ମେଟ୍ରିକ ଟନ୍‌, ବିଦେଶକୁ ରପ୍ତାନି ହୋଇଛି ୧୯୪୧୬.୫୪ ମେଟ୍ରିକ ଟନ୍‌, ବୈଦେଶିକ ମୁଦ୍ରା ଭାରତୀୟ ଟଙ୍କା ହିସାବରେ ୨୭୯୬୧.୫୯୬ ଲକ୍ଷ ଟଙ୍କା। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଉତ୍ପାଦନ ୩୪୭୩୭.୪୩ ମେଟ୍ରିକ ଟନ୍‌, ବିଦେଶକୁ ରପ୍ତାନି ୨୦୮୪୨.୪୫ ମେଟ୍ରିକ ଟନ୍‌, ବିଦେଶରୁ ଆସିଥିବା ଟଙ୍କା ୨୪୦୦୯.୪୧ ଲକ୍ଷ, ୨୦୨୨-୨୩ ବର୍ଷରେ ଉତ୍ପାଦନ ୩୬୩୮୬.୧୨ ମେଟ୍ରିକ ଟନ୍‌, ରପ୍ତାନି ୨୧୮୩୧.୬୭ ମେଟ୍ରିକ ଟନ୍‌, ଟଙ୍କା ୪୪୮୧୮.୦୮ଲକ୍ଷ। ଯେଉଁ ମତ୍ସ୍ୟଜୀବୀଙ୍କ ପାଇଁ ଏତେ କାରବାର ହେଉଛି ସେମାନଙ୍କ ତଥ୍ୟ ସରକାରଙ୍କ ପାଖରେ ଉପଲବ୍ଧ ନାହିଁ। ସମ୍ପ୍ରତି ମତ୍ସ୍ୟ ବିଭାଗ ପାରାଦୀପ ମାଛଧରା ବନ୍ଦର ପରିଚାଳନା ପାଇଁ ୩୧ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ସେଥିମଧ୍ୟରେ ୪ ଜଣ ସରକାରୀ, ୪ ଜଣ ଫିଶଫେଡ୍‌ କର୍ମଚାରୀ ଓ ଅବଶିଷ୍ଟ ୨୩ ଜଣ କଣ୍ଟିଜେଣ୍ଟ କର୍ମଚାରୀ। କେବଳ କଣ୍ଟିଜେଣ୍ଟ କର୍ମଚାରୀଙ୍କ ଦରମା ବାବଦରେ ମାସିକ ୩ ଲକ୍ଷ ୫୫ ହଜାର ୧୨୫ ଟଙ୍କା ମତ୍ସ୍ୟ ବିଭାଗ ଦେଉଛି। ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିପୁଳ ଅର୍ଥ ଦେଉଛନ୍ତି। ୨୦୨୦ରୁ ୨୦୨୩ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୬୬୧୩୫୪୮ ଟଙ୍କା ଦେଇଛନ୍ତି। ସେହିପରି ରାଜ୍ୟ ସରକାର ୫୪୭୧୧୨୪.ଟଙ୍କା ଦେଇଛନ୍ତି। ମତ୍ସ୍ୟଜୀବୀଙ୍କ ପାଇଁ ମାଗଣା ବୀମା କରିବା, କଟକଣା ସମୟରେ ସହାୟତା ଯୋଗାଇ ଦେବା ଭଳି ବ୍ୟବସ୍ଥା ରହିଛି। କିନ୍ତୁ ସରକାରୀ ନଥିରେ ମତ୍ସ୍ୟଜୀବୀ ତାଲିକା ନ ଥିବାରୁ କୌଣସି ସୁଫଳ ପାଇ ପାରୁନାହାନ୍ତି। ଚଳିତବର୍ଷ ଜାନୁୟାରୀରୁ ଏ ପର୍ଯ୍ୟନ୍ତ ଡଙ୍ଗା ବୋଟ୍‌ ବୁଡ଼ି ଯୋଗୁଁ ୧୧ ଜଣ ମୃତ/ନିଖୋଜ ହୋଇଛନ୍ତି। ଏପରି ବ୍ୟବସ୍ଥା ସମ୍ପର୍କରେ ମତ୍ସ୍ୟ ଅଧିକାରୀ କରଙ୍କୁ ପଚାରିବାରେ ଆମେ କ’ଣ କରିବୁ, ଏତେ ଲୋକଙ୍କ ରିପୋର୍ଟ ଲେଖା ଏପର୍ଯ୍ୟନ୍ତ ହୋଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?