ଘର ତଳୁ ୧୨ ପିତ୍ତଳ ମୂର୍ତ୍ତି ଉଦ୍ଧାର

କଟକ ସଦର, ୨୬।୬(ଡି.ଏନ୍‌.ଏ.): କଟକ-ପାରାଦୀପ ରାସ୍ତାପାର୍ଶ୍ୱ ନାହାଭଙ୍ଗା ଗ୍ରାମର ଶମ୍ଭୁନାଥ ବେହେରାଙ୍କ ଘର ଚଟାଣ ତଳୁ ଶୁକ୍ରବାର ୧୨ଟି ପିତ୍ତଳ ମୂର୍ତ୍ତି ଉଦ୍ଧାର କରାଯାଇଛି। ସେଥିମଧ୍ୟରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଦୁର୍ଗା, ଗରୁଡ଼ ମୂର୍ତ୍ତି ଓ ଶାଳଗ୍ରାମ ରହିଛି। ପରେ ମୂର୍ତ୍ତିଗୁଡିକ ଶମ୍ଭୁନାଥଙ୍କ ଠାକୁରଘରେ ପୂଜା କରାଯାଉଛି। ଏ ସମ୍ପର୍କରେ ଶମ୍ଭୁନାଥ କହିଛନ୍ତି, ଗୁରୁବାର ରାତିରେ ଶୋଇଥିବାବେଳେ ଘରର ମାଟିତଳେ ଦେବୀଦେବତାଙ୍କ ମୂର୍ତ୍ତି ରହିଥିବା ସ୍ବପ୍ନାଦେଶ ହୋଇଥିଲା। ଉଠିବାବେଳକୁ ଚଟାଣ ଫାଟି ଯାଇଥିଲା। ଶୁକ୍ରବାର ସକାଳେ ଏହି ସ୍ଥାନରେ ପ୍ରାୟ ୯ ଫୁଟ ଖୋଳାଯିବାରୁ ମୂର୍ତ୍ତିଗୁଡିକ ବାହାରିଥିଲା। ଖବରପାଇ ଭୁବନେଶ୍ୱରରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ସହକାରୀ ଅଧୀକ୍ଷକ ପ୍ରତାପ କୁମାର ନାୟକ ଓ ଭାଗୀରଥି ଗଡ଼ତିଆଙ୍କ ସମେତ ୨ କର୍ମଚାରୀ ଶନିବାର ଶମ୍ଭୁନାଥଙ୍କ ଘରେ ପହଞ୍ଚି ମୂର୍ତ୍ତିଗୁଡିକ ଯାଞ୍ଚ କରିବା ସହ ଓଜନ ଓ ଉଚ୍ଚତା ମାପିଥିଲେ। ପରେ ସେଗୁଡିକୁ ସରକାରଙ୍କୁ ବିକ୍ରି କରିଦେବା ପାଇଁ ଶମ୍ଭୁନାଥଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ଏଥିରେ ସେ ଅରାଜି ହେବା ସହ ସରକାରୀ ସହାୟତାରେ ଗ୍ରାମରେ ଏକ ମନ୍ଦିର କରାଇ ଠାକୁରଙ୍କ ପୂଜା ପାଇଁ ବ୍ୟବସ୍ଥା କରିବାକୁ ଟିମ୍‌ ସଦସ୍ୟଙ୍କୁ କହିଥିଲେ। ମୂର୍ତ୍ତି ଉଦ୍ଧାର ସମୟରେ କନ୍ଦରପୁର ଥାନା ଅଧିକାରୀ ବିପିନ ବିହାରୀ ହୋତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri