ପିଲାଙ୍କୁ ଆସୁନି ୩ କ ପଣିକିଆ: ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ

ବାଲେଶ୍ୱର ଅଫିସ, ୨୬।୬: ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଉତ୍ତମ ଶୈକ୍ଷିକ ବାତାବରଣ ଏବଂ ଶିକ୍ଷା ପ୍ରଦାନ ପାଇଁ ସ୍କୁଲକୁ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ହେଲେ କେତେକ ସ୍ଥାନରେ ଉତ୍ତମ ବ୍ୟବସ୍ଥା ଉପଲବ୍ଧ ଥାଇ ସୁଦ୍ଧା ପିଲାମାନଙ୍କ ଶିକ୍ଷାରେ ସେପରି ଉନ୍ନତି ପରିଲକ୍ଷିତ ହେଉ ନ ଥିବା ବାଲେଶ୍ୱର ଗସ୍ତରେ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା ଜାଣିବାକୁ ପାଇଛନ୍ତି। ମନ୍ତ୍ରୀ ଦାଶ ଶନିବାର ସହରର ମଠସାହି ମହାବୀର ନୋଡାଲ ବିଦ୍ୟାଳୟ ଗସ୍ତ କରିଥିଲେ। ଏଠାରେ ୩ୟ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କୁ ୩କ ପଣିକିଆ ଆସୁ ନ ଥିବା ଜାଣି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ଉପରେ ମନ୍ତ୍ରୀ କ୍ଷୁବ୍ଧ ହୋଇଛନ୍ତି। ଏଥିସହ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହ କାରଣଦର୍ଶାଅ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ସଦର ବିଧାୟକ ସ୍ବରୂପ ଦାସ ମନ୍ତ୍ରୀ ଦାଶଙ୍କୁ ବାଇକ୍‌ରେ ବସାଇ ଏକାଧିକ ସ୍କୁଲ୍‌ ପରିଦର୍ଶନ କରୁଥିବା ସମୟରେ ହେଲ୍‌ମେଟ ପିନ୍ଧି ନ ଥିବାରୁ ଗାଡ଼ି ମାଲିକଙ୍କୁ ଜରିମାନା ଗଣିବାକୁ ପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ୬-ଟି ଅନ୍ତର୍ଗତ ‘ଟୁର୍‌’ କାର୍ଯ୍ୟକ୍ରମରେ ମନ୍ତ୍ରୀ ଦାଶ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ପିଲାମାନଙ୍କ ପାଠପଢ଼ା ଏବଂ ବିଦ୍ୟାଳୟ ସମ୍ପର୍କରେ ବୁଝିଛନ୍ତି। ଶନିବାର ପୂର୍ବାହ୍ନ ୯ଟା ବେଳେ ମନ୍ତ୍ରୀ ମହାବୀର ନୋଡାଲ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ। ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଛାତ୍ରୀଛାତ୍ରମାନେ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ମନ୍ତ୍ରୀ ତୃତୀୟ ଶ୍ରେଣୀ କକ୍ଷରେ ପ୍ରବେଶ କରି ଛାତ୍ରୀଛାତ୍ରଙ୍କ ପାଠପଢ଼ା ସମ୍ପର୍କରେ ପଚାରିଥିଲେ। ଏହି ସମୟରେ ଜଣେ ଛାତ୍ରଙ୍କୁ ସେ ୩କ ପଣିକିଆ ଡାକିବାକୁ କହିଥିଲେ। ମାତ୍ର ଛାତ୍ର ଜଣକ ୨ଧାଡ଼ି ଡାକି ଅଟକିଯାଇଥିଲା। ଏହାକୁ ନେଇ ମନ୍ତ୍ରୀ ପ୍ରଧାନଶିକ୍ଷୟିତ୍ରୀ ବନଲତା ଦାସଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଜଣେ ତୃତୀୟ ଶ୍ରେଣୀର ଛାତ୍ର ୩କ ପଣିକିଆ କହି ନ ପାରିବା ଦୁଃଖର ବିଷୟ ବୋଲି କହି ମନ୍ତ୍ରୀ ତାଗିଦ୍‌ କରିଥିଲେ। ପରେ ଜିଲାଶିକ୍ଷାଧିକାରୀଙ୍କୁ ଉକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ୍‌ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ଅଫିସ୍‌ ବନ୍ଦ ଥିବାରୁ ଆସନ୍ତା ସୋମବାର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ବିଧାୟକ ସ୍ବରୂପ ଦାସ ଷ୍ଟେଶନ ଛକରୁ ମନ୍ତ୍ରୀଙ୍କୁ ବାଇକ୍‌ରେ ବସାଇ ସ୍କୁଲ ପରିଦର୍ଶନ କରୁଥିବାବେଳେ ଉଭୟଙ୍କ ମୁଣ୍ଡରେ ହେଲମେଟ୍‌ ନ ଥିବାରୁ ଟ୍ରାଫିକ୍‌ ପୋଲିସ ତାଙ୍କ ଗାଡ଼ି ନମ୍ବରର ଫଟୋ ଉଠାଇଥିଲେ। ପରେ ଏହାକୁ ବିଭାଗୀୟ ପୋର୍ଟାଲରେ ଅପ୍‌ଲୋଡ୍‌ କରିଥିଲେ। ବିଭାଗ ତରଫରୁ ସେମାନଙ୍କ ଉପରେ ୧ହଜାର ଟଙ୍କା ଜରିମାନା ହୋଇଥିଲା। ଟ୍ରାଫିକ୍‌ ଥାନାରେ ପହଞ୍ଚତ୍ ବାଇକ୍‌ ମାଲିକ ପଙ୍କଜ ଅଗ୍ରୱାଲ ୧ହଜାର ଟଙ୍କା ଜରିମାନା ଦେଇଥିବା ଜଣାପଡ଼ିଛି। ଜଣେ ମନ୍ତ୍ରୀ ଏବଂ ଜଣେ ବିଧାୟକ ହୋଇ ହେଲ୍‌ମେଟ ନ ପିନ୍ଧି ବାଇକ୍‌ରେ ବୁଲିବା ଘଟଣାକୁ ସାଧାରଣରେ ବିଭିନ୍ନ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?