ବାଉଁଶ ଖୁଣ୍ଟରେ ୧୧କେଭି ବିଦ୍ୟୁତ୍‌ ତାର

ଯୋଡ଼ା/ଚମ୍ପୁଆ,୨୮ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଆସେଇଁକଳା ଗ୍ରାମରେ ଏକ ବାଉଁଶ ଖୁଣ୍ଟରେ ୧୧ କେଭି ବିଦ୍ୟୁତ୍‌ ତାର ଟଣାଯାଇଛି। ଗ୍ରାମବାସୀ ବିପଦସଙ୍କୁଳ ଅବସ୍ଥାରେ ରହିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଖୁଣ୍ଟ ପରିବର୍ତ୍ତନ ହେଉନାହିଁ। କିଛି ଅଘଟଣ ପରେ ବିଭାଗ ଖୁଣ୍ଟ ପରିବର୍ତ୍ତନ କରିବାକୁ ଅପେକ୍ଷା କରିଥିବା କ୍ଷୋଭର ସହ ଗ୍ରାମବାସୀ କହିଛନ୍ତି।
ଯେ, ଗ୍ରାମର କେତେଜଣଙ୍କ ଘର ଉପର ଦେଇ ଦୀର୍ଘଦିନ ହେବ ୧୧କେଭି ବିଦ୍ୟୁତ୍‌ ତାର ଯାଇଛି। ବିଭାଗ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ନ ହେବାରୁ ଉକ୍ତ ବିଦ୍ୟୁତ୍‌ ତାର ଓହଳି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଲୋକଙ୍କ ଘର ଉପର ଦେଇ ୧୧ କେଭି ତାର ଯାଇଥିବାରୁ ଲୋକେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଗ୍ରାମବାସୀ ମରାମତି କରିବାକୁ ସ୍ଥାନୀୟ ବିଭାଗୀୟ କର୍ମଚାରୀଙ୍କୁ ଜଣାଇବା ପରେ କିଛି ଫଳ ନ ମିଳିବାରୁ ଚମ୍ପୁଆ ବିଦ୍ୟୁତ୍‌ ଏସ୍‌ଡିଓଙ୍କୁ ଭେଟି ଏ ବାବଦରେ ଜଣାଇଥିଲେ। ତେବେ ଏହାର ମରାମତି କାର୍ଯ୍ୟ ନିଜେ କର, ବିଭାଗ ପକ୍ଷରୁ କରିବାକୁ ହେଲେ, କିଛି ଅର୍ଥ ଖର୍ଚ୍ଚ କରି ଖୁଣ୍ଟ କିଣିବାକୁ ପଡ଼ିବ, ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କୁହାଯାଇଥିବା ଗ୍ରାମବାସୀ କହିଛନ୍ତି। କୌଣସି ଉପାୟ ନ ପାଇ କେନ୍ଦୁଝରରୁ କିଛି ବିଦ୍ୟୁତ୍‌ ଉପକରଣ କ୍ରୟକରି ବାଉଁଶ ଅଗରେ ଲଗାଇ ୧୧କେଭି ତାରକୁ ଉପରକୁ ଉଠାଇ ରଖିଛନ୍ତି। ନିକଟ ଅତୀତରେ ଏହିପରି ବାଉଁଶ ଖୁଣ୍ଟରେ ତାରକୁ ଟେକି ରଖାଯାଇଥିବା ବେଳେ ତାହା ଜଳିଯାଇଥିବା ଗ୍ରାମବାସୀ ଖବରଦାତାଙ୍କ ଆଗରେ ପ୍ରକାଶ କରିଛନ୍ତି। ଏ ନେଇ ଯୋଡ଼ା ବିଦ୍ୟୁତ୍‌ ବିଭାଗ ଡିଭିଜନର ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ଜେନା ବିଦ୍ୟୁତ ତାର ଓହଳିଥିବା ଘଟଣାକୁ ଅସ୍ବୀକାର କରିଥିଲେ। ବିଦ୍ୟୁତ୍‌ ତାରକୁ ସ୍ଥାନାନ୍ତରିତ ନ କରି ଘର ନିର୍ମାଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓଲଟା ଅଭିଯୋଗ କରିଥିଲେ। ତେବେ ଉକ୍ତ ଗ୍ରାମରେ ଦୀର୍ଘ ମାସ ହେବ ଏପରି ବିପଦପୂର୍ଣ୍ଣ ଭାବେ ରହିଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ତାର ଯଦି ଖସି ପଡ଼ି କୌଣସି ଅଘଟଣ ଘଟେ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଜିଲାପାଳ ଦୃଷ୍ଟିଦେବାକୁ ଗ୍ରାମବାସୀ ପବିତ୍ର ବେହେରା, କାଳନ୍ଦୀ ବେହେରା, ଗୋବିନ୍ଦ ଓରାମ, ଟୁଲୁ ଓରାମ, ହେମନ୍ତ ବେହେରା, ରଥ ବେହେରା, ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?