ବଦଳିଲା ୧୧୧ ବାବୁଙ୍କ ଚୌକି

ଅନୁଗୋଳ,୨।୭(ଅମିତ କୁମାର ସାମଲ)ଅନୁଗୋଳ ଜିଲା ପ୍ରଶାସନର ବିଭିନ୍ନ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି। ଜିଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ୧୧୧ ଜଣ ବାବୁଙ୍କ ବଦଳି ତାଲିକା ବାହାରିଛି। ତେବେ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଯେଉଁମାନେ ଦୀର୍ଘ ବର୍ଷ ଧରି ଗୋଟିଏ ଚୌକିକୁ ମାଡ଼ି ବସିଥିଲେ, ସେମାନଙ୍କ ନାମ ବଦଳି ତାଲିକାରେ ରହିଛି। ଏହି ବଦଳି ତାଲିକାରେ ଆସିଷ୍ଟାଣ୍ଟ ସେକ୍‌ସନ୍‌ ଅଫିସର (ଏଏସ୍‌ଓ)ଙ୍କ ତାଲିକା ବେଶ୍‌ ଲମ୍ବା ରହିଛି। ଜିଲାର ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ୫୨ ଜଣ ଏଏସ୍‌ଓଙ୍କ ବଦଳି କରାଯାଇଛି।
ପ୍ରକାଶ ଯେ, ଅନୁଗୋଳ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ ଦୀର୍ଘବର୍ଷ ହେବ ବହୁ ଅଫିସର ଗୋଟିଏ ଲେଖାଏ ଚୌକି ମାଡ଼ି ବସିଥିଲେ। ସେମାନଙ୍କ ବଦଳି ନ ହେବା ଓ ଗୋଟିଏ ସ୍ଥାନରେ ଦୀର୍ଘଦିନ ରହିଥିବାରୁ ଦୁର୍ନୀତିର ଗନ୍ଧ ଜିଲା ପ୍ରଶାସନ ବାରି ପାରିଥିଲା। ତେଣୁ ୫-ଟିକୁ ଆଧାର କରି ଏହି ଅଦଳବଦଳ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ କେତୋଟି ପଦବୀ ଖାଲି ପଡ଼ିଥିଲା। ଏହି ବଦଳି ସମୟରେ ତାହାକୁ ବିଚାରକୁ ନିଆଯାଇଛି। ଅନୁଗୋଳ ଜିଲାରେ କାର୍ଯ୍ୟ କରୁଥିବା ୯ ଜଣ ସେକସନ୍‌ ଅଫିସର(ଏସ୍‌ଓ) କୁଶଧ୍ୱଜ ଦେହୁରୀଙ୍କୁ ପାଲଲହଡ଼ା ବ୍ଲକରୁ ପାଲଲହଡ଼ା ଉପଜିଲାପାଳ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଛେଣ୍ଡିପଦା ବ୍ଲକରେ ଥିବା ସଞ୍ଜୟ କୁମାର ସାହୁଙ୍କୁ ଆଠମଲ୍ଲିକ ତହସିଲ କାର୍ଯ୍ୟାଳୟ, କଣିହଁା ତହସିଲରେ କାର୍ଯ୍ୟ କରୁଥିବା ପବନି ବାରିକଙ୍କୁ ଅନୁଗୋଳ ତହସିଲ କାର୍ଯ୍ୟାଳୟ, କଣିହଁା ବ୍ଲକ କାର୍ଯ୍ୟାଳୟରେ ଥିବା ସୁଦର୍ଶନ ନାୟକଙ୍କୁ କଣିହଁା ତହସିଲ କାର୍ଯ୍ୟାଳୟ, ତାଳଚେର ତହସିଲରେ କାର୍ଯ୍ୟ କରୁଥିବା ଗୌରାଙ୍ଗ ଚନ୍ଦ୍ର ମହାନ୍ତିଙ୍କୁ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ, କିଶୋରନଗର ତହସିଲରେ କାର୍ଯ୍ୟ କରୁଥିବା ସଞ୍ଜୟ କୁମାର ସରଙ୍କୁ ବଅଁରପାଳ ତହସିଲ କାର୍ଯ୍ୟାଳୟ, ବଅଁରପାଳ ତହସିଲରେ କାର୍ଯ୍ୟ କରୁଥିବା ଦିଲୀପ କୁମାର ପୃଷ୍ଟିଙ୍କୁ କିଶୋରନଗର ତହସିଲ କାର୍ଯ୍ୟାଳୟ, ଅନୁଗୋଳ ତହସିଲରେ କାର୍ଯ୍ୟ କରୁଥିବା ବିପିନ ବିହାରୀ ବେହେରାଙ୍କୁ ପାଲଲହଡ଼ା ବ୍ଲକ କାର୍ଯ୍ୟାଳୟ ଓ ଆଠମଲ୍ଲିକ ତହସିଲରେ କାର୍ଯ୍ୟ କରୁଥିବା ସଦାନନ୍ଦ ସ୍ବାଇଁଙ୍କୁ ଅନୁଗୋଳ ଡିିଏସ୍‌ଡବ୍ଲ୍ୟୁକୁ ବଦଳି କରାଯାଇଛି। ଏଥିସହ ୧୯ ଜଣ ଆର୍‌ଆଇ, ୧୭ ଅମିନ୍‌ ଓ ୧୪ ଜଣ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ମଧ୍ୟ ବଦଳି କରାଯାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ବଦଳି କରିଥିବାବେଳେ ବିଭିନ୍ନ ସରକାରୀ ଦପ୍ତରକୁ ଚିଠି କରାଯାଇ ତୁରନ୍ତ ନୂତନ କାର୍ଯ୍ୟାଳୟରେ ଯୋଗ ଦେବାକୁ ବଦଳି କରାଯାଇଥିବା ବାବୁମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?