ସାବଧାନ! ୩ ରାଶିରେ ଆଜି ଲାଗିବ ଗ୍ରହଣ; ହାତରୁ ପଳାଇବ ଟଙ୍କା, ପାଖଲୋକ ଦେବେ ଧୋକା

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ କିମ୍ୱା ଚନ୍ଦ୍ରଙ୍କ ସହିତ ରାହୁ କିମ୍ୱା କେତୁଙ୍କ ଯୁତି (ସଂଯୋଗ) ହେଲେ ଗ୍ରହଣ ଯୋଗ ସୃଷ୍ଟି ହୁଏ। ବର୍ତ୍ତମାନ ସୂର୍ଯ୍ୟ, ଚନ୍ଦ୍ର ଏବଂ କେତୁ ଏହି ତିନୋଟି ଗ୍ରହ ସିଂହ ରାଶିରେ ବିରାଜମାନ ଅଛନ୍ତି। ଏପରି ସ୍ଥିତିରେ ଗ୍ରହଣ ଯୋଗ ର୍ନିମାଣ ହେଉଛି। ସିଂହ ରାଶିରେ ଏହି ତିନୋଟି ଗ୍ରହ ଏକତ୍ରିତ ହୋଇ ତ୍ରିଗ୍ରହୀ ଯୋଗ ସୃଷ୍ଟି କରୁଛନ୍ତି। ଏହା ସହିତ ସୂର୍ଯ୍ୟ-ଚନ୍ଦ୍ରଙ୍କ ଯୁତି ଯୋଗୁଁ ଅମାବାସ୍ୟା ଯୋଗ ମଧ୍ୟ ବନୁଛି। ଅନ୍ୟପକ୍ଷରେ, ୧୧ ସେପ୍ଟେମ୍ୱରରେ ଭାଦ୍ରବ ମାସର ଅମାବାସ୍ୟା ତିଥି ପଡୁଛି। ଫଳରେ ଏହି ସମସ୍ତ ଯୋଗର ପ୍ରଭାବ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପଡ଼ିବ। ବିଶେଷ କରି ତିନୋଟି ରାଶିର ବ୍ୟକ୍ତିବିଶେଷଙ୍କୁ ସତର୍କ ରହିବାକୁ ପଡ଼ିବ। ଆସନ୍ତୁ ଜ୍ୟୋର୍ତିବିଦମାନଙ୍କ ଅନୁଯାୟୀ ଏ ବିଷୟରେ ବିସ୍ତୃତ ଭାବେ ଜାଣିବା।

ସିଂହ ରାଶି
ଭାଦ୍ରବ ଅମାବାସ୍ୟା ଦିନ ସୃଷ୍ଟି ହେଉଥିବା ଗ୍ରହଣ ଯୋଗ ଏବଂ ଅମାବାସ୍ୟା ଦୋଷ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। କ୍ୟାରିୟର କ୍ଷେତ୍ରରେ ବାଧାବିଘ୍ନ ଉପୁଜିପାରେ। ପୁଞ୍ଜିନିବେଶ ପାଇଁ ତରବରିଆ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ, ନଚେତ କ୍ଷତି ସହିବାକୁ ପଡ଼ିପାରେ। କୌଣସି ପ୍ରକାର ଯୁକ୍ତିତର୍କ କିମ୍ୱା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ୱରୁ ପରିବାରର ସଦସ୍ୟଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। ଶୁଭ ଫଳ ପାଇବା ପାଇଁ ଭଗବାନ ଶିବଙ୍କ ଆରାଧନା କରନ୍ତୁ।

କନ୍ୟା ରାଶି
ଅଶୁଭ ଯୋଗ ସୃଷ୍ଟି ହେବା କାରଣରୁ କନ୍ୟା ରାଶିର ଲୋକଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ଆପଣଙ୍କୁ ଶାରୀରିକ ଏବଂ ମାନସିକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଅତ୍ୟଧିକ ଚିନ୍ତା ଯୋଗୁଁ ମନ ଅଶାନ୍ତ ରହିବ। ବ୍ୟବସାୟୀମାନଙ୍କର କ୍ଷତି ହେବାର ଆଶଙ୍କା ରହିଛି। ଶୀଘ୍ରତାରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ; ଭଲ ଭାବରେ ଚିନ୍ତା କରି ହିଁ ପଦକ୍ଷେପ ନିଅନ୍ତୁ। ଅସୁବିଧାରୁ ମୁକ୍ତି ପାଇବା ତଥା ଶୁଭ ଫଳାଫଳ ପାଇଁ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରନ୍ତୁ।

ମୀନ ରାଶି
ଗ୍ରହଣ ଯୋଗ ଏବଂ ଅମାବାସ୍ୟା ଦୋଷର ପ୍ରଭାବରୁ ରକ୍ଷା ପାଇବା ପାଇଁ ମୀନ ରାଶିର ଲୋକଙ୍କୁ ସତର୍କ ରହିବାକୁ ହେବ। ଆପଣଙ୍କର ଶତ୍ରୁମାନେ ସକ୍ରିୟ ହୋଇପାରନ୍ତି, ଯାହା ଫଳରେ ଆପଣଙ୍କର କ୍ଷତି ହେବାର ସମ୍ଭାବନା ଅଛି। ଜୀବନରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପାରିବାରିକ ଜୀବନରେ ଉତ୍ଥାନ-ପତନ ଦେଖାଦେଇପାରେ। କୌଣସି ବିବାଦରୁ ବଞ୍ଚିବା ପାଇଁ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। ଖରାପ ସଙ୍ଗତରୁ ଦୂରେଇ ରହିବା ନିହାତି ଜରୁରୀ। କାର୍ଯ୍ୟଚାପ ଯୋଗୁଁ ମାନସିକ ଚିନ୍ତା ବୃଦ୍ଧି ପାଇପାରେ। ପ୍ରତିକାର ଭାବେ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

DRS କ୍ରେଡିଟ୍‌ ଚୋରି ଅଭିଯୋଗ ଆଣିଲେ ଇଶାନ୍‌, ବୈଭବଙ୍କ ଜବାବରେ ଚୁପ୍‌ ହୋଇଗଲେ କ୍ୟାପଟେନ୍‌!

ନୂଆଦିଲ୍ଲୀ,୧୧।୯: ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ୍‌ ଦଲୀପ ଟ୍ରଫି ୨୦୨୬ର ଚାମ୍ପିଅନ ହୋଇଛି । ଏହି ଦଳରେ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ…

କର୍କଟ ସମେତ ଏହି ରାଶିଙ୍କୁ ଟେନ୍‌ସନ ଦେବେ ମଙ୍ଗଳ: ସମ୍ପର୍କରେ ପଡ଼ିବ ଭଟ୍ଟା! ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କ ସେନାପତି ବୋଲି କୁହାଯାଏ। ସାହସ, ଶକ୍ତି, ଉତ୍ସାହ, କ୍ରୋଧ ଓ ଆକ୍ରମଣାତ୍ମକତାର କାରକ ଭାବେ ମଙ୍ଗଳଙ୍କୁ ବିବେଚନା କରାଯାଏ। ମଙ୍ଗଳ…

ଉଦ୍ଧାର ଓରାଙ୍ଗଉଟାନଙ୍କୁ ନେଇ PCCFଙ୍କ ବଡ଼ ସୂଚନା, ସ୍ବାସ୍ଥ୍ୟାବସ୍ଥା…

ଭୁବନେଶ୍ୱର,୧୧।୯: ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ନେଇ PCCF ପ୍ରେମ କୁମାର ଝା ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ୫ ଓରାଙ୍ଗଉଟାନ…

ପେନଶନର୍‌ଙ୍କ ପାଇଁ ଖୁସି ଖବର! ଖାତାକୁ ଆସିଲା ୧୨୩୩ କୋଟି ଟଙ୍କା, ଏମିତି ଚେକ୍‌ କରନ୍ତୁ ବାଲାନ୍ସ…

ନୂଆଦିଲ୍‌ଲୀ,୧୧।୯: ପେନଶନଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ପ୍ରାୟ ୧୦୫.୬୮ ଲକ୍ଷ (୧.୦୫ କୋଟିରୁ ଅଧିକ) ପେନଶନଭୋଗୀଙ୍କ…

ବାଇକ୍‌କୁ ଧକ୍କାଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଧାମନଗର,୧୦ା୯(ସନ୍ତୋଷ କୁମାର ମହାପାତ୍ର): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବାବେଳେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ କେନ୍ଦୁଆ ପଦା-ଗଣ୍ଡଗରା…

ବୈଭବଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ: ରାସ୍ତାରେ କଣ୍ଟା ହେବେନି ତ ଶ୍ରେୟସ ଆୟର? ଜାଣନ୍ତୁ ପୂରା ଖବର

ନୂଆଦିଲ୍ଲୀ୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ରହିଛି ବଡ଼ ସୁଯୋଗ। ବୈଭବ ଇତିମଧ୍ୟରେ ଭାରତ…

ICC Player of the Month ପାଇଁ ଏହି ୩ ଖେଳାଳି ମନୋନୀତ: ଜଣେ ଟିମ୍‌ଇଣ୍ଡିଆକୁ କନ୍ଦାଇଥିଲେ…

ନୂଆଦିଲ୍ଲୀ,୧୧।୯: ଅଗଷ୍ଟ ମାସ ପାଇଁ ‘ଆଇସିସି ପ୍ଲେୟାର ଅଫ ଦି ମନ୍ଥ’ (ICC Player of the Month) ପୁରସ୍କାର ନିମନ୍ତେ ତିନିଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି।…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ଆସିଗଲା UPI ‘Tap and Pay’; ଫୋନ ଛୁଆଁଇଲେ ହିଁ ହୋଇଯିବ ପେମେଣ୍ଟ

ନୂଆଦିଲ୍ଲୀ,୧୧।୯: UPI ମାଧ୍ୟମରେ ପେମେଣ୍ଟ କରିବାର ତରିକା ଏବେ ଆହୁରି ସହଜ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ସେପ୍ଟେମ୍ୱର ୨୦୨୬ରେ UPIର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri