ସାବଧାନ! ୩ ରାଶିରେ ଆଜି ଲାଗିବ ଗ୍ରହଣ; ହାତରୁ ପଳାଇବ ଟଙ୍କା, ପାଖଲୋକ ଦେବେ ଧୋକା

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ କିମ୍ୱା ଚନ୍ଦ୍ରଙ୍କ ସହିତ ରାହୁ କିମ୍ୱା କେତୁଙ୍କ ଯୁତି (ସଂଯୋଗ) ହେଲେ ଗ୍ରହଣ ଯୋଗ ସୃଷ୍ଟି ହୁଏ। ବର୍ତ୍ତମାନ ସୂର୍ଯ୍ୟ, ଚନ୍ଦ୍ର ଏବଂ କେତୁ ଏହି ତିନୋଟି ଗ୍ରହ ସିଂହ ରାଶିରେ ବିରାଜମାନ ଅଛନ୍ତି। ଏପରି ସ୍ଥିତିରେ ଗ୍ରହଣ ଯୋଗ ର୍ନିମାଣ ହେଉଛି। ସିଂହ ରାଶିରେ ଏହି ତିନୋଟି ଗ୍ରହ ଏକତ୍ରିତ ହୋଇ ତ୍ରିଗ୍ରହୀ ଯୋଗ ସୃଷ୍ଟି କରୁଛନ୍ତି। ଏହା ସହିତ ସୂର୍ଯ୍ୟ-ଚନ୍ଦ୍ରଙ୍କ ଯୁତି ଯୋଗୁଁ ଅମାବାସ୍ୟା ଯୋଗ ମଧ୍ୟ ବନୁଛି। ଅନ୍ୟପକ୍ଷରେ, ୧୧ ସେପ୍ଟେମ୍ୱରରେ ଭାଦ୍ରବ ମାସର ଅମାବାସ୍ୟା ତିଥି ପଡୁଛି। ଫଳରେ ଏହି ସମସ୍ତ ଯୋଗର ପ୍ରଭାବ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପଡ଼ିବ। ବିଶେଷ କରି ତିନୋଟି ରାଶିର ବ୍ୟକ୍ତିବିଶେଷଙ୍କୁ ସତର୍କ ରହିବାକୁ ପଡ଼ିବ। ଆସନ୍ତୁ ଜ୍ୟୋର୍ତିବିଦମାନଙ୍କ ଅନୁଯାୟୀ ଏ ବିଷୟରେ ବିସ୍ତୃତ ଭାବେ ଜାଣିବା।

ସିଂହ ରାଶି
ଭାଦ୍ରବ ଅମାବାସ୍ୟା ଦିନ ସୃଷ୍ଟି ହେଉଥିବା ଗ୍ରହଣ ଯୋଗ ଏବଂ ଅମାବାସ୍ୟା ଦୋଷ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। କ୍ୟାରିୟର କ୍ଷେତ୍ରରେ ବାଧାବିଘ୍ନ ଉପୁଜିପାରେ। ପୁଞ୍ଜିନିବେଶ ପାଇଁ ତରବରିଆ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ, ନଚେତ କ୍ଷତି ସହିବାକୁ ପଡ଼ିପାରେ। କୌଣସି ପ୍ରକାର ଯୁକ୍ତିତର୍କ କିମ୍ୱା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ୱରୁ ପରିବାରର ସଦସ୍ୟଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। ଶୁଭ ଫଳ ପାଇବା ପାଇଁ ଭଗବାନ ଶିବଙ୍କ ଆରାଧନା କରନ୍ତୁ।

କନ୍ୟା ରାଶି
ଅଶୁଭ ଯୋଗ ସୃଷ୍ଟି ହେବା କାରଣରୁ କନ୍ୟା ରାଶିର ଲୋକଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ଆପଣଙ୍କୁ ଶାରୀରିକ ଏବଂ ମାନସିକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଅତ୍ୟଧିକ ଚିନ୍ତା ଯୋଗୁଁ ମନ ଅଶାନ୍ତ ରହିବ। ବ୍ୟବସାୟୀମାନଙ୍କର କ୍ଷତି ହେବାର ଆଶଙ୍କା ରହିଛି। ଶୀଘ୍ରତାରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ; ଭଲ ଭାବରେ ଚିନ୍ତା କରି ହିଁ ପଦକ୍ଷେପ ନିଅନ୍ତୁ। ଅସୁବିଧାରୁ ମୁକ୍ତି ପାଇବା ତଥା ଶୁଭ ଫଳାଫଳ ପାଇଁ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରନ୍ତୁ।

ମୀନ ରାଶି
ଗ୍ରହଣ ଯୋଗ ଏବଂ ଅମାବାସ୍ୟା ଦୋଷର ପ୍ରଭାବରୁ ରକ୍ଷା ପାଇବା ପାଇଁ ମୀନ ରାଶିର ଲୋକଙ୍କୁ ସତର୍କ ରହିବାକୁ ହେବ। ଆପଣଙ୍କର ଶତ୍ରୁମାନେ ସକ୍ରିୟ ହୋଇପାରନ୍ତି, ଯାହା ଫଳରେ ଆପଣଙ୍କର କ୍ଷତି ହେବାର ସମ୍ଭାବନା ଅଛି। ଜୀବନରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପାରିବାରିକ ଜୀବନରେ ଉତ୍ଥାନ-ପତନ ଦେଖାଦେଇପାରେ। କୌଣସି ବିବାଦରୁ ବଞ୍ଚିବା ପାଇଁ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। ଖରାପ ସଙ୍ଗତରୁ ଦୂରେଇ ରହିବା ନିହାତି ଜରୁରୀ। କାର୍ଯ୍ୟଚାପ ଯୋଗୁଁ ମାନସିକ ଚିନ୍ତା ବୃଦ୍ଧି ପାଇପାରେ। ପ୍ରତିକାର ଭାବେ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନରେ ଅନୟମିତତା: ବିଦ୍ୟାଳୟ ଉପସ୍ଥାନ ଖାତାରେ ଅଧିକ ପିଲା, ବାସ୍ତବରେ କମ୍‌

ଝରିଗାଁ,୭ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ସରକାରୀ ସ୍କୁଲରେ ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଥିବା ବେଳେ କିଛି ଛାତ୍ରୀଛାତ୍ର ସେହି ଭୋଜନ ଖାଉ ନାହାନ୍ତି। ଏପରିକି ଯେଉଁ ପିଲାମାନେ ଅଣ୍ଡା…

ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ହେବା ପରେ ଉଠିଲାଣି ବିବାଦ!

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଗାଙ୍ଗୁଲି କ୍ରିକେଟ ଆସୋସିଏସନ…

IAS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୭ା୧୦: ରାଜ୍ୟ ପ୍ରଶାସନିକ ସ୍ତରକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟରେ IAS ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ନବରଙ୍ଗପୁର…

ଆଜି ମୁଁ ଯାହା କିଛି… ଜାଣନ୍ତୁ କାହାକୁ ସଫଳତାର ଶ୍ରେୟ ଦେଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

ମା’ ତାରାତାରିଣୀଙ୍କ ଦାନହୁଣ୍ଡିରୁ ମିଳିଲା ଦୁଇ ଶିଶୁଙ୍କ ଭାବବିହ୍ବଳ ଚିଠି: ଏଥିରେ ଲେଖାଅଛି ମୋ’ ବାବାଙ୍କୁ ଭଲ ବାଟକୁ ଆଣ, ମୋ ମା’କୁ…

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

ଖୁସି ଖବର ଦେଲେ କିଆରା ଆଡଭାନୀ, ଦେଢ଼ ବର୍ଷ ପରେ ପୁଣି ଥରେ ଶେୟାର କଲେ ଏମିତି ଖବର

ମୁମ୍ବାଇ: ବଲିଉଡର ବିୟୁଟି ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଏହି ଦମ୍ପତି ନିଜ ପ୍ରଶଂସକଙ୍କ ସହ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?