ଡାକ୍ତରଖାନା ଅବ୍ୟବସ୍ଥା ଦେଖିଲେ କେନ୍ଦ୍ରମନ୍ତ୍ରୀ

ବସ୍ତା,୧୭।୧୦(ସ୍ବ.ପ୍ର.)-କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୁଧବାର ଅପରାହ୍ନରେ ଅଚାନକ ବସ୍ତା ହସ୍‌ପିଟାଲ ପରିଦର୍ଶନ କରିଥିଲେ। ତାଙ୍କ ସହ ରଘୁନାଥ ମହାନ୍ତି ଓ ଅନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ସେମାନେ ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡ ବୁଲି ଦେଖିବା ସହ ଚିକିତ୍ସାଧିକାରୀ ଦେବବ୍ରତ ଜେନାଙ୍କୁ ହସ୍‌ପିଟାଲର ଅଭାବ ଅସୁବିଧା ପଚାରି ବୁଝିଥିଲେ। ବସ୍ତା ହସ୍‌ପିଟାଲରେ ଆବଶ୍ୟକୀୟ ଡାକ୍ତର ପଦବୀ ଫାଙ୍କା ଥିବା ଜାଣି ପାରି କେନ୍ଦ୍ରମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରି ଏ ସମ୍ପର୍କରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିିଥିଲେ। ମନ୍ତ୍ରୀଙ୍କ ଡାକ୍ତରଖାନା ଗସ୍ତ ଶୁଣି ହସପିଟାଲ ପରିସର ଲୋକାରଣ୍ୟ ହୋଇଯାଇଥିଲା। ଉପସ୍ଥିତ ଲୋକେ ଆବଶ୍ୟକ ଡାକ୍ତର ନ ଥିବା, ଗର୍ଭବତୀ ମହିଳାଙ୍କ ପ୍ରସବ ଲାଗି ଉପକରଣ ଦିଆଯାଉ ନ ଥିବା, ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖାଯାଉ ନ ଥିବା ଏବଂ ଆବଶ୍ୟକୀୟ ଔଷଧ ମିଳୁ ନ ଥିବା ଅଭିଯୋଗ କରିଥିଲେ। ୫୦ ଶଯ୍ୟା ବିଶିଷ୍ଟ ଏହି ହସ୍‌ପିଟାଲରେ ୨୪ ଘଣ୍ଟିଆ ଜରୁରୀକାଳୀନ ଡାକ୍ତରୀ ସେବା ମିଳୁ ନ ଥିବା ଦୁର୍ଘଟଣାଗ୍ରସ୍ତ ଓ ଗର୍ଭବତୀ ମହିଳାଙ୍କୁ ଶେଷ ମୁହୂର୍ତ୍ତରେ ବାଲେଶ୍ୱର ମୁଖ୍ୟ ହସପିଟାଲକୁ ପଠାଯାଉଥିବା ଅଭିଯୋଗ ହୋଇଥିଲା। ଖୋଲା ବେଡ଼ରେ ଥିବା କେତେକ ରୋଗୀଙ୍କୁ ବେଡ଼ଶିିଟ୍‌ ଦିଆଯାଉ ନ ଥିବା ଏହି ପରିଦର୍ଶନ ବେଳେ କେନ୍ଦ୍ରମନ୍ତ୍ରୀ ଦେଖିଥିଲେ। ଏ ସମ୍ପର୍କରେ କାର୍ଯ୍ୟରତ ନର୍ସଙ୍କୁ ପଚାରିବାରୁ କେତେକ ରୋଗୀ ବେଡ଼ଶିିଟ ଚୋରି କରିନେଇ ଯାଉ ଥିବା କହିବାରୁ ସେଠାରେ ଉପସ୍ଥିତ ଲୋକେ ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ହସପିଟାଲର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ମନ୍ତ୍ରୀ ଜିଲାପାଳଙ୍କୁ ଅବଗତ କରାଇବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri