ବୁଗୁଡା ବ୍ଲକରେ ତାଲିମ ନେବେ ୧୦ ପ୍ରଶିକ୍ଷାର୍ଥୀ ଓଏଏସ୍‌ ଅଫିସର

ବୁଗୁଡା,୨୬ା୮(କାଳିଚରଣ ଦାଶ)- ଗଞ୍ଜାମ ଜିଲାପାଳଙ୍କ ପତ୍ର ଅନୁସାରେ ଗଞ୍ଜାମ ଜିଲାର ୮ଟି ବ୍ଲକର ୧୬ଟି ପଞ୍ଚାୟତରେ ୧୬ଟି ଗ୍ରୁପରେ ୮୦ ଜଣ ଓଡିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ପ୍ରଶିକ୍ଷାର୍ଥୀ ଭାବେ ୭ ଦିନ ପାଇଁ ସରକାରୀ ଯୋଜନା ଗ୍ରାମାଞ୍ଚଳରେ କିପରି କାର୍ଯ୍ୟକାରୀ ହେଉଛି ସେନେଇ କ୍ଷେତ୍ରାଞ୍ଚଳ ବୁଲି ତାଲିମ ଗ୍ରହଣ କରିବେ। ଏହି ପତ୍ର ଅନୁଯାୟୀ ବୁଗୁଡା ବ୍ଳକକୁ ୧୦ ଜଣ ଓଏଏସ ଅଫିସର ପ୍ରଶିକ୍ଷାର୍ଥୀ ଭାବେ ଆସିଛନ୍ତି। ସେମାନଙ୍କୁ ବୁଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଲୋଚନା କାର୍ଯ୍ୟକ୍ରମ ହୋଇଥିଲା। ବୁଗୁଡା ବ୍ଳକର ପାଙ୍ଗିଡି ଓ ତାକରଡା ପଞ୍ଚାୟତରେ ଦୁଇଟି ଗ୍ରୁପରେ ଏହି ୧୦ ଜଣ ଓଏଏସ ଅଫିସର ୭ ଦିନ ପାଇଁ ତାଲିମ ଗ୍ରହଣ କରିବେ। ପାଙ୍ଗିଡି ପଞ୍ଚାୟତରେ ସପ୍ତମ ଗ୍ରୁପରେ ନିବେଦିତା ରାଉତ, ଦୀପ୍ତିରେଖା ବାଗ, ଦୀପ୍ତି ରଞ୍ଜନ ସାହୁ, ସରୋଜ ବେହେରା ଓ ଭବାନୀ ଶଙ୍କର ମହନ୍ତ ପହଞ୍ଚତ୍ବା ପରେ ସେମାନଙ୍କୁ ସରପଞ୍ଚ ଭାଗ୍ୟଲତା ବିଷୋୟୀ ସ୍ବାଗତ କରିଥିଲେ। ସେହିପରି ତାକରଡା ପଞ୍ଚାୟତରେ ଅଷ୍ଟମ ଗ୍ରୁପରେ ଅଭିଷେକ ସ୍ବାଇଁ, ସତ୍ୟ ପ୍ରକାଶ ମିଶ୍ର, ରାଜେଶ ସାହୁ, ମିତାଲି ମଧୁସ୍ମିତା ମିଶ୍ର ଓ ସିଦ୍ଧାର୍ଥ ଶେଖର ଦାସ ପହଞ୍ଚତ୍ବା ପରେ ସେମାନଙ୍କୁ ସରପଞ୍ଚ ଦିଲ୍ଲୀପ ପ୍ରଧାନ ସ୍ବାଗତ ଜଣାଇଥିଲେ। ବିଡ଼ିଓ ପାତ୍ରଙ୍କ ତତ୍ତ୍ୱାବଧାନରେ ପାଙ୍ଗିଡି ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ ସେଠୀ, ପିଇଓ ପ୍ରଫୁଲ ପ୍ରଧାନ ଓ ଏଡିଇଓ ଜ୍ୟୋର୍ତିମୟୀ ସ୍ବାଇଁ ଏବଂ ତାକରଡା ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ, ପିଇଓ ସୁବ୍ରତ ଗଡନାୟକ ଓ ଜିଆରଏସ୍‌ ଶଙ୍କର ମଲ୍ଲିକ ନୋଡାଲ ଅଫିସର ଭାବେ ପ୍ରଶିକ୍ଷାର୍ଥୀ ଓଏଏସ ଅଫିସରମାନଙ୍କୁ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?