Posted inଖେଳ

ଏଫ୍‌-୧ ମୋଟର ରେସିଂରେ ୧୦ ଟିମ୍‌

ସ୍ପେଲବର୍ଗ(ଅଷ୍ଟ୍ରିଆ), ୫।୭-କରୋନା ଭାଇରସ ସଂକ୍ରମଣ ଯୋଗୁ ୨୦୨୦ ଫର୍ମୁଲାଓ୍ବାନ ମୋଟର ରେସିଂ ସିଜନ ଆରମ୍ଭରେ ବିଳମ୍ବ ହୋଇଛି। ସାଧାରଣତଃ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଏଫ-୧ ସିଜନର ଅନେକ ରେସ୍‌ ଏଥର ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। ବାତିଲ ରେସ୍‌ ମଧ୍ୟରେ ରହିଛି ଅଷ୍ଟ୍ରେଲିଆନ, ଡଚ୍‌, ମୋନାକୋ, ଆଜରବୈଜାନ, ଫ୍ରେଞ୍ଚ, ସିଙ୍ଗାପୁର, ଜାପାନିଜ୍‌ ଆଦି ଗ୍ରାଁ ପ୍ରି। ତେବେ ମୋଟରରେସିଂ ପ୍ରଶଂସକଙ୍କ ପାଇଁ ଖୁସି ଖବର ହେଲା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇ ରବିବାରଠାରୁ ଅଷ୍ଟ୍ରିଆନ ଗ୍ରାଁ ପ୍ରି ସହ ସିଜନ ଆରମ୍ଭ ହେବାକୁ ଯାଉଛି। ନୂଆ କାର୍ଯ୍ୟସୂଚୀ ଅନୁସାରେ ୟୁରୋପିଆନ ପର୍ଯ୍ୟାୟର ୮ଟି ଗ୍ରାଁ ପ୍ରି ଚଳିତ ସିଜନରେ ଆୟୋଜନ ସ୍ପଷ୍ଟ ହୋଇଯାଇଛି। ଏଗୁଡ଼ିକ ହେଲା ଅଷ୍ଟ୍ରିଆନ ଗ୍ରାଁ ପ୍ରି, ଷ୍ଟେରିଆନ ଗ୍ରାଁ ପ୍ରି, ହଙ୍ଗେରିଆନ ଗ୍ରାଁ ପ୍ରି, ବ୍ରିଟିଶ୍‌ ଗ୍ରାଁ ପ୍ରି, ୭୦ତମ ଆନିଭର୍ସାରି ଗ୍ରାଁ ପ୍ରି, ସ୍ପାନିଶ୍‌ ଗ୍ରାଁ ପ୍ରି, ବେଲଜିଆନ ଗ୍ରାଁ ପ୍ରି ଏବଂ ଇଟାଲିଆନ ଗ୍ରାଁ ପ୍ରି। ସ୍ଥଗିତ ରହିଥିବା ୯ଟି ଗ୍ରାଁ ପ୍ରିର କାର୍ଯ୍ୟସୂଚୀ ପୁନଃ ନିର୍ଦ୍ଧାରିତ କରାଯାଇପାରେ। ମାତ୍ର ଯଦି ତାହା ସମ୍ଭବ ନ ହେଲା ତେବେ ଏହି ୮ଟି ଗ୍ରାଁ ପ୍ରିରେ ପ୍ରଦର୍ଶନ ଭିତ୍ତିରେ ବିଶ୍ୱଚାମ୍ପିୟନ ନିର୍ଦ୍ଧାରିତ ହେବେ। ଘୋଷିତ ୮ଟି ଗ୍ରାଁ ପ୍ରି ମଧ୍ୟରେ ୨ଟି ନୂଆ ରେସ୍‌କୁ ଯୋଡ଼ା ଯାଇଛି। ଗୋଟିଏ ହେଲା ଷ୍ଟେରିଆନ ଗ୍ରାଁ ପ୍ରି ଏବଂ ଅନ୍ୟଟି ହେଲା ୭୦ତମ ଆନିଭର୍ସାରି ଗ୍ରାଁ ପ୍ରି। ଷ୍ଟେରିଆନ ଗ୍ରାଁ ପ୍ରି ଅଷ୍ଟ୍ରିଆର ସ୍ପେଲବର୍ଗସ୍ଥିତ ରେଡ୍‌ ବୁଲ୍‌ ରେସିଂ ଟ୍ରାକ୍‌ରେ ଜୁଲାଇ ୧୨ରେ ଅନୁଷ୍ଠିତ ହେବ। ଏଥିରେ ୭୧ ଲ୍ୟାପ ରହିବ। ଅର୍ଥାତ୍‌ ଅଷ୍ଟ୍ରିଆରେ କ୍ରମାଗତ ୨ଟି ରେସ୍‌ ଆୟୋଜିତ ହେବ। ସେହିପରି ଫର୍ମୁଲାଓ୍ବାନ ବିଶ୍ୱ ଚାମ୍ପିୟନଶିପ୍‌ର ୭୦ ବର୍ଷ ପୂର୍ତ୍ତି ଅବସରରେ ସିଲଭରଷ୍ଟୋନଠାରେ ଅଗଷ୍ଟ ୯ରେ ରେସ୍‌ ଅନୁଷ୍ଠିତ ହେବ। ଅର୍ଥାତ୍‌ ସିଲଭରଷ୍ଟୋନ ସର୍କିଟରେ ବ୍ରିଟିଶ୍‌ ଗ୍ରାଁ ପ୍ରି (ଅଗଷ୍ଟ ୨) ଏବଂ ଆନିଭର୍ସାରୀ ଗ୍ରାଁ ପ୍ରି ଆୟୋଜିତ ହେବ। ଚଳିତ ସିଜନରେ ଆୟୋଜନ ପାଇଁ ସ୍ପଷ୍ଟ ହୋଇଥିବା ଅନ୍ୟ ୪ଟି ଗ୍ରାଁ ପ୍ରି ହେଲା ହଙ୍ଗେରିଆନ (ଜୁଲାଇ ୧୯), ସ୍ପାନିଶ୍‌(ଅଗଷ୍ଟ ୧୬), ବେଲଜିଆନ (ଅଗଷ୍ଟ ୩୦) ଓ ଇଟାଲିଆନ(ସେପ୍ଟେମ୍ବର ୬) ଗ୍ରାଁ ପ୍ରି।
ଚଳିତ ସିଜନରେ ମୋଟ ୧୦ଟି ଟିମ୍‌ ଏଫ-୧ ଚାମ୍ପିୟନଶିପ୍‌ରେ ଭାଗ ନେଇଛନ୍ତି। ପୂର୍ବଥର ଭଳି ପ୍ରତି ଟିମ୍‌ର ୨ ଜଣ ଲେଖାଏ ଡ୍ରାଇଭର ରେସ୍‌ରେ ଅବତୀର୍ଣ୍ଣ ହେବେ। ୧-ଆଲ୍‌ଫା ରୋମିଓ(କିମି ରାଇକୋନେନ, ଆଣ୍ଟୋନିଓ ଜିଓଭିନାଜି)। ୨-ଫେରାରୀ(ସେବାଷ୍ଟିଆନ ଭେଟେଲ, ଚାଲର୍‌ସ ଲେକ୍‌ରେକ୍‌)। ୩-ହାସ୍‌(ରୋମାଇନ୍‌ ଗ୍ରସଜେନ, କେଭିନ ମ୍ୟାଗ୍ନୁସେନ)। ୪-ମ୍ୟାକ୍‌ଲରେନ(କାର୍ଲୋସ ସିଞ୍ଜ୍‌, ଲାନ୍‌ଡୋ ନୋରିସ)। ୫-ମର୍ସିଡିଜ୍‌(ଲୁଇସ ହାମିଲଟନ, ଭାଲ୍‌ଟେରି ବୋଟ୍ଟାସ)। ୬-ରେସିଂ ପଏଣ୍ଟ(ସର୍ଗିଓ ପେରେଜ, ଲାନ୍ସ ଷ୍ଟ୍ରୋଲ)। ୭-ରେଡ୍‌ ବୁଲ୍‌(ମ୍ୟାକ୍ସ ଭର୍ଷ୍ଟାପେନ, ଆଲେକ୍ସ ଆଲବନ)। ୮-ରେନଲ୍ଟ(ଡାନିଏଲ ରିକାର୍ଡୋ, ଏଷ୍ଟାବାନ ଓକନ)। ୯- ଆଲ୍‌ଫା ଟୌରୀ(ଡାନିଏଲ କ୍ୟାଟ୍‌, ପିଏରେ ଗାସ୍‌ଲେ)। ୧୦-ଓ୍ବିଲିୟମ୍ସ(ଜର୍ଜ ରସେଲ, ନିକୋଲାସ ଲତିଫି)।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ଏହି କ୍ରିକେଟର୍‌ଙ୍କୁ ହୃଦୟରୁ ପସନ୍ଦ କରୁଥିଲେ ନାନା ପାଟେକର: ଆଉଟ୍‌ ହେଲେ ଖାଉ ନ ଥିଲେ…

ମୁମ୍ବାଇ,୮।୧୦: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରଲୋକରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ନାନା ପାଟେକର…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…

କୋହଲିଙ୍କୁ କ୍ଷତି, ମାଲାମାଲ ହେଲେ ଗିଲ୍‌: ଆଗକୁ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୭।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ନୂଆ ଦିନିକିଆ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ରାଙ୍କିଙ୍ଗରେ ଭାରତୀୟ…

‘ମୋତେ ଏବେ ହିଁ ନିଦ ଲାଗୁଛି…’, ପ୍ରଥମ ମ୍ୟାଚ ଜିତିବା ପରେ କାହିଁକି ଏମିତି କହିଲେ ଶ୍ରେୟସ ଆୟର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପରେ ଶ୍ରେୟସ ଆୟର କହିଥିଲେ ଯେ ସେ ଏକ ଶତକ ହାସଲ କରିବାକୁ ସ୍ବପ୍ନ ଦେଖୁଥିଲେ ଏବଂ ସେହି…

ଟେଷ୍ଟ, ଦିନିକିଆ, ଟି-୨୦ ତିନୋଟିଯାକ ଫର୍ମାଟରେ ଶତକ ହାସଲ କରି ଏମିତି ଯୋଗ୍ୟତା ଅର୍ଜନ କଲେ ଏହି ଭାରତୀୟ ଖେଳାଳି, ଛୁଟୁଛି ପ୍ରଶଂସା

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଇତିହାସ ସୃଷ୍ଟି କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟର ତିନୋଟିଯାକ ଫର୍ମାଟରେ ଶତକ ହାସଲ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?