Posted inଜାତୀୟ

ଦୁର୍ଘଟଣାରେ ୧୦ ଶିରିଡ଼ି ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ନାସିକ/ନୂଆଦିଲ୍ଲୀ,୧୪।୧: ମହାରାଷ୍ଟ୍ରର ଶିରିଡ଼ି ସାଇବାବା ମନ୍ଦିର ଯାଉଥିବା ତୀର୍ଥଯାତ୍ରୀମାନଙ୍କ ବସ୍‌ ଶୁକ୍ରବାର ସକାଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୨୪ ଜଣ ଆହତ ହୋଇଛନ୍ତି। ନାସିକ ଜିଲାର ପାଥର୍ଡେ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ସହ ଉକ୍ତ ଲକ୍‌ଜୁରି ବସ୍‌ ଧକ୍କା ହୋଇଥିଲା। ବସ୍‌ରେ ୪୫ ଜଣ ତୀର୍ଥଯାତ୍ରୀ ଠାଣେର ଆମ୍ବେରନାଥ ସହରରୁ ଶିରିଡ଼ି ଯାଉଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତମାନଙ୍କ ଲାଗି ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହ କରିବାରୁ ଝିଅର ତଣ୍ଟିଚିପି ହତ୍ୟା କଲେ ପିତା, ଭାଇ

ପଟିଆଲା, ୧୭।୭: ଝିଅ ନିଜ ଇଚ୍ଛାରେ ବିବାହ କରିବାରୁ ପିତା ଏବଂ ଭାଇ ମିଶି ତାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ହତ୍ୟା ପରେ ମୃତଦେହକୁ...

ସୋପେରରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳି ଚାଳନା: ୨ ବର୍ଷର ଶିଶୁ କନ୍ୟା ସହିତ ୪ ଆହତ

ଶ୍ରୀନଗର,୭।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛି। ଶନିବାର ଉତ୍ତର କଶ୍ମୀରର ସୋପେର ଜିଲାରେ...

‘ସାତ ଜନ୍ମରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନୀତୀଶ’

ପାଟନା,୧୮।୮: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ ଗୁରୁବାର ଭାଜପାରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ବିହାରରେ ନୂତନ ସରକାର ଗଠନ ପରେ ପୂର୍ବତନ ଜେଡିୟୁ...

ରୁଜିରା-ପାମେଲାଙ୍କୁ ନେଇ ଟିଏମ୍‌ସି-ଭାଜପା ମୁହାଁମୁହିଁ

କୋଲକାତା,୨୪।୨: ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ। ରାଜ୍ୟରେ କ୍ଷମତା ଦଖଲ ପାଇଁ ତୃଣମୂଳ କଂଗ୍ରେସ( ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।...

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ୪ କୋଟିରୁ ଅଧିକ ନାଗରିକଙ୍କ ତଥ୍ୟ ସାମିଲ: ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୧୭।୧୨ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଶନିବାର କହିଛନ୍ତି ଯେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ୪ କୋଟି ଡିଜିଟାଲ ସଂଯୁକ୍ତ ସ୍ବାସ୍ଥ୍ୟ ରେକର୍ଡର...

କରୋନାକୁ ନେଇ କେନ୍ଦ୍ର ସତର୍କ: ୟୁପି, ପଞ୍ଜାବ, ହିମାଚଳରେ ନିଯୁକ୍ତ ହେବେ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ,୨୨ ।୧୧: ଦେଶରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । ଯେଉଁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି...

୨୬ ବର୍ଷରେ ୩୧ ହଜାର ୮୪୫ ହାଜତ ମୃତ୍ୟୁ: ୫ ରାଜ୍ୟରେ ସର୍ବାଧିକ

ନୂଆଦିଲ୍ଲୀ,୧୦।୧୨: ଦେଶରେ ମାନବାଧିକାରକୁ ଅଣଦେଖା କରାଯାଉଛି। ଫଳରେ ୧୯୯୩ଠାରୁ ୨୦୧୯ ପର୍ଯ୍ୟନ୍ତ ଗତ ୨୬ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ହାଜତରେ ୩୧ ହଜାର ୮୪୫...

ଫ୍ରି ଫାୟାର ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୪।୨: କେନ୍ଦ୍ରର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ୫୪ ମୋବାଇଲ ଆପ୍ଲିକେଶନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିସ କରିଛନ୍ତି। ଏହି ଆପ୍‌ ତାଲିକାରେ ରହିଛି ଗାରେନା ଫ୍ରି...

Advertisement
Archives

Model This Week