Posted inଜାତୀୟ

ରାଜୌରୀ ଆତଙ୍କବାଦୀ ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ଜମ୍ମୁ,୧୪।୧(ପି.ଟି.): ଜମ୍ମୁ-କଶ୍ମୀରର ରାଜୌରୀରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଦିଆଯାଇଥିବା ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଗତ ଦେଢ଼ବର୍ଷ ମଧ୍ୟରେ ଜମ୍ମୁରେ ଯେତେ ଆତଙ୍କବାଦୀ ଆକ୍ରମଣ ଘଟିଛି, ସେଗୁଡ଼ିକର ତଦନ୍ତ ମଧ୍ୟ ଏନ୍‌ଆଇଏ କରିବ। ଜମ୍ମୁ-କଶ୍ମୀର ପୋଲିସ ତଦନ୍ତରେ ସକ୍ରିୟ ସହାୟତା ଯୋଗାଇଦେବ ବୋଲି ଶାହା କହିଛନ୍ତି। ଜାନୁୟାରୀ ୧ ଓ ୨ରେ ରାଜୌରୀରେ ଦୁଇଟି ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କ ଜୀବନ ଯିବା ସହ ୧୪ ଜଣ ଆହତ ହୋଇଥିଲେ। ଜମ୍ମୁ-କଶ୍ମୀର ଗସ୍ତରେ ଥିବା ଶାହା ସୁରକ୍ଷା ସଂସ୍ଥା ଓ ଉଚ୍ଚ ଅଧିକାରୀମାନଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡୋନାଲ୍ଡ ଟ୍ରମ୍ପଙ୍କ ଧମକର ଜବାବ କାହିଁକି ଦିଅନ୍ତି ଇରାନୀ ବାଚସ୍ପତି? ମୋଜତାବା ଖାମେନେଇ କିମ୍ବା ଆରାଘଚି କାହିଁକି ନୁହଁନ୍ତି? ଜାଣନ୍ତୁ…

ତେହରାନ,୯।୭: ଇରାନ-ଆମେରିକା ବିବାଦରେ ଏକ ସ୍ବତନ୍ତ୍ର ନମୁନା ଦେଖାଦେଇଛି: ଯେତେବେଳେ ବି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଏକ କଡ଼ା ବିବୃତ୍ତି ଦିଅନ୍ତି, ସେତେବେଳେ…

ଶ୍ୱଶୁର ଘରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ, କାରଣ ଜାଣିଲେ ହେବେ…

ଵ୍ରହ୍ମପୁର,୯।୭(ସୁବାସ ଚନ୍ଦ୍ର ପାଢ଼ୀ): ଶାଶୁ ଘରେ ଆତ୍ମାହୁତି ଉଦ୍ୟମ କଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ନିମଖଣ୍ଡି ଥାନା…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଶାକର୍ମୀଙ୍କ ଆନ୍ଦୋଳନ

ଛତ୍ରପୁର,୯।୭(ଦିଲ୍ଲୀପି ସାମଲ): ଭାରତୀୟ ମଜଦୁର ସଂଘ ଅନୁମୋଦିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ପକ୍ଷରୁ ୯ ଦଫା ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

କଟକରେ ଦୁର୍ଘଟଣା; ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍‌, ତାପରେ…

କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ ।…

ସରକାରଙ୍କ ଅଣଦେଖା! ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆଶାକର୍ମୀ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ ଆଣି ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ରଣହୁଙ୍କାର ଦେଇଛନ୍ତି…

ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟ ମ୍ୟାଚ ସହ ଟସ ବିଷୟରେ କାହିଁକି କହିଲେ? ହସ ରୋକି ପାରିଲେନି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ

ମେଲବୋର୍ନ,୯।୭: ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନରେ ତାଙ୍କ ଭାଷଣ ସମୟରେ କ୍ରିକେଟ ବିଷୟ ଉଠାଇ ପରିବେଶକୁ ହାଲୁକା କରିଥିଲେ। ଏକ ମିଳିତ ପ୍ରେସ…

ଔଷଧୀୟ ଚାରାରୋପଣ କଲେ ବିଧାୟକ

ଛତ୍ରପୁର,୯।୭(ଦିଲ୍ଲୀପ ସାମଲ): ରୋଗୀଙ୍କ ନିରୋଗ ସ୍ବାସ୍ଥ୍ୟ କାମନା ନିମନ୍ତେ ଅଗ୍ରପୂଜ୍ୟ ମହାପ୍ରଭୁ ଶ୍ରୀ ଗଣେଶଙ୍କ ମୂର୍ତ୍ତୀ ଗୁରୁବାର ସ୍ଥାନୀୟ ଉପକଣ୍ଠ ଚିକିତ୍ସାଳୟରେ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri