୧୦ଦିନ ବନ୍ଦଘରେ ସ୍ତ୍ରୀଙ୍କୁ ଅକଥନୀୟ ନିର୍ଯାତନା

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ଭଉଣୀ ଓ ଭାଇଙ୍କ ସହ ମିଶି ସ୍ବାମୀ ସେକ୍ସ ର଼୍ୟାକେଟ ଚଳାଇଥିଲେ। ନିଜ ସ୍ତ୍ରୀଙ୍କୁ ଜୋର୍‌ ଜବରଦସ୍ତ ପରପୁରୁଷଙ୍କୁ ସମର୍ପି ଦେଉଥିଲେ। ପ୍ରତିବାଦ କଲେ ଆରମ୍ଭ ହେଉଥିଲା ଅତ୍ୟାଚାର। ଖଟରେ ହାତଗୋଡ଼ ବାନ୍ଧି ଯୌନ ଶୋଷ ମେଣ୍ଟାଉଥିଲେ ଦେହଭକ୍ଷୀ ରାକ୍ଷସମାନେ। ଶେଷରେ ଅସହ୍ୟ ହେବାରୁ ମହିଳା ଜଣକ ପ୍ରତିବାଦ କରିଥିଲେ। ଫଳରେ ଗତ ୧୦ ଦିନଧରି ସ୍ବାମୀ ଓ ତାଙ୍କ ଭାଉଣୀଭାଇ ଏକ ଘରେ ତାଲା ପକାଇ ଅକଥନୀୟ ନିର୍ଯାତନା ଦେଉଥିଲେ। ସ୍ବାମୀ ରାତିରେ ମଦପିଇ ଆସି ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ମଦ ବୋତଲ ପୂରାଇଥିଲେ। ଲୁହା ରଡ୍‌ରେ ପିଟୁଥିଲେ। ଅଚେତ ଅବସ୍ଥାରେ ବି ତାଙ୍କ ସହ ଯୌନ ସମ୍ପର୍କ ରଖୁଥିଲେ। ଜଣେ ମହିଳାଙ୍କୁ ଘର ଭିତରେ ବନ୍ଦ କରି ଏଭଳି ଅକଥନୀୟ ଅତ୍ୟାଚାର ଦିଆଯାଉଥିବା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଚନ୍ଦ୍ରଶେଖରପୁର ପୋଲିସ ଉକ୍ତ ଘରେ ଚଢ଼ାଉ କରି ତାଙ୍କୁ ଉଦ୍ଧାର କରିଛି। ତାଙ୍କ ଜଙ୍ଘ, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ମାଡ଼ ଚିହ୍ନ ରହିଥିବାବେଳେ ସେ ଗୁରୁତର ଅସୁସ୍ଥ ଥିଲେ। ଉଦ୍ଧାର ପରେ ପୋଲିସ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ପଚରାଉଚରାବେଳେ ମହିଳାଜଣକ ସ୍ବାମୀଙ୍କ ଏପରି ଅମାନୁଷିକ କାଣ୍ଡ ଓ କଳାକାର୍‌ନାମା ସମ୍ପର୍କରେ ପୋଲିସକୁ କହିଛନ୍ତି। ଏନେଇ ନଂ.୧୬୦/୨୧ରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ଥାନାଧିକାରୀ ଯୁବରାଜ ସ୍ବାଇଁ କହିଛନ୍ତି।
ନିକଟରେ ମହିଳା ଜଣକ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ଘର କନ୍ଧମାଳ  ଜିଲା ତୁମୁଡି ବନ୍ଧ ଅଞ୍ଚଳରେ। ୧୦ବର୍ଷ ପୂର୍ବେ ଚନ୍ଦ୍ରଶେଖରପୁର ଅଞ୍ଚଳକୁ କାମ କରିବା ପାଇଁ ଆସିଥିବାବେଳେ ଏହି ଥାନା ଅନ୍ତର୍ଗତ ପଦ୍ମାବତୀ ବିହାର ଅଞ୍ଚଳରେ ଅଟୋ ଚଳାଉଥିବା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ଚନ୍ଦନ ନାମକ ଜଣେ ବ୍ୟକ୍ତି ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ। ଉଭୟଙ୍କର ୫ବର୍ଷର ଜଣେ ଝିଅ ମଧ୍ୟ ଅଛି। ହେଲେ ବିବାହ ପରଠୁ ସ୍ବାମୀ ତାଙ୍କୁ ଦେହ ବ୍ୟବସାୟରେ ଲଗାଇଥିଲେ ା ଗତ ୭ବର୍ଷ ଧରି ଏକ ଘରେ ରଖି ଟଙ୍କା ପାଇଁ ପରପୁରୁଷଙ୍କ ସହ ଦୈହିକ ସମ୍ପର୍କ ରଖାଉଥିଲେ। ଏଥିସହିତ ବାହାରୁ ଦେହଜୀବୀଙ୍କୁ ଆଣି ଘରେ ସେକ୍ସ ର଼୍ୟାକେଟ ଚଳାଇଥିଲେ। ବିରୋଧ କଲେ ମାଡ଼ ମରାଯିବା ସହ ମାରିଦେବାକୁ ଧମକ ଦିଆଯାଥ ପର ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା। ଶେଷରେ ୧୦ଦିନ ତଳେ ତାଙ୍କୁ ଘରେ ତାଲା ପକାଇ ଯୌନଶୋଷଣ କରାଯାଉଥିଲା। ସେ ଅଚେତ ଅବସ୍ଥାରେ ପଡିଥିବାବେଳେ ସ୍ବାମୀ ଟଙ୍କା ନେଇ ପରପୁରୁଷଙ୍କୁ ଆଣି ଶାରୀରିକ ସମ୍ପର୍କ ରଖାଉଥିବା ନେଇ ମହିଳା ଜଣକ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଶିଶୁକନ୍ୟାଙ୍କୁ ମଧ୍ୟ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri