ଅଚଳ ହେଉଛି ଏକଟଙ୍କିଆ, ଦଶ ଟଙ୍କିଆ ମୁଦ୍ରା

ପାରଳାଖେମୁଣ୍ଡି, ୯ା୪(ଗିରିଧାରୀ ପରିଛା):ବଜାରରେ ଚାଲୁ ନାହିଁ ୧ ଟଙ୍କିଆ, ୧୦ ଟଙ୍କିଆ ମୁଦ୍ରା, ମୁଖ୍ୟତଃ ଗଜପତି ଜିଲାରେ ଏହିସବୁ ମୁଦ୍ରା ଅଚଳ ହୋଇପଡ଼ିଛି। ଯାହା ଦ୍ୱାରା ଖୁଚୁରା ବ୍ୟବସାୟରେ ଅନେକ ସମସ୍ୟା ଦେଖାଦେଇଛି। ସରକାର ଏହିସବୁ ମୁଦ୍ରା ପ୍ରଚଳନ ଜାରି ରଖିଥିବା ସତ୍ତ୍ୱେ ଏହାକୁ ଗ୍ରହଣ କରୁନାହାନ୍ତି ବ୍ୟବସାୟୀ। ଫଳରେ ଅନେକ ସମୟରେ ଏହାକୁ ନେଇ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଚଳ ହୋଇଛି ସଚଳ ଟଙ୍କା, ଅଘୋଷିତ ବେଆଇନ ଖୁଚୁରା। ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶନାମାକୁ ବେଖାତିର କରି ବ୍ୟାଙ୍କ ଶାଖାରେ ମଧ୍ୟ ଏହି କଏନକୁ ଗ୍ରହଣ କରୁ ନ ଥିବା ଅଭିଯୋଗ ଖୁଚୁରା ବ୍ୟବସାୟୀ ଓ ଜନସାଧାରଣ କରିଛନ୍ତି । ସାଧାରଣ ଜିନିଷର କିଣାବିକାର ସୁବିଧା ଦୃଷ୍ଟିରୁ ସରକାର ଏକ ଟଙ୍କା ଦୁଇ ଟଙ୍କା ପାଞ୍ଚ ଓ ଦଶ ଟଙ୍କିଆ ମୁଦ୍ରା ପ୍ରଚଳିତ କରିଛନ୍ତି। ଯାହାଦ୍ୱାରା ବଜାରରେ ଟଙ୍କା ବିନିମୟରେ ସୁବିଧା ଓ ସହଜ ହୋଇପାରିବ। ହେଲେ ସମସ୍ତ ଖୁଚୁରାକୁ ସରକାରଙ୍କ ତରଫରୁ ବେଆଇନ କରାଯାଇ ନ ଥିଲେ ମଧ୍ୟ କୌଣସି ଏକ ଗୁଜବ ଲାଗି ଏବେ ଜିଲାରେ ଏହା ବ୍ୟବହାର ହୋଇପାରୁନାହିଁ। ଏମିତି କି ଏହି ସବୁ ଖୁଚୁରାକୁ କୌଣସି ଭିକାରୀ ମଧ୍ୟ ଗ୍ରହଣ କରୁନାହାନ୍ତି। ତେବେ ଅଞ୍ଚଳରେ କଏନର ପ୍ରଚଳନ ନେଇ ଦେଖାଦେଇଥିବା ସମସ୍ୟା ଯୋଗୁ ଆଗକୁ ସହର ବଜାରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ସ୍ବତନ୍ତ୍ର ଦୃଷ୍ଟିଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଏହି ସବୁ ମୁଦ୍ରାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଦୂର କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ଆଗେଇ ଆସିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri